ETV Bharat / bharat

ଆସୁଛି ଏୟାର ଇଣ୍ଡିଆ ୱାନ, ପ୍ରଧାନମନ୍ତ୍ରୀଙ୍କୁ ଦେବ ସୁ-ନିଶ୍ଚିତ ସୁରକ୍ଷା - ଏୟାର ଫୋର୍ସ

ବିଶ୍ବର ଶକ୍ତିଶାଳୀ ସୁରକ୍ଷିତ ବିମାନ ଏୟାର ଫୋର୍ସ ୱାନ । ଯାହା ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ବ୍ୟବହାର ହୋଇଥାଏ । ସେହି ସମାନ ଧରଣର ବିମାନ ଏବେ ଭାରତ ହାତରେ । କେବେ ଆସିବ ବିମାନ । କିଏ କରିବେ ପରିଚାଳନା । କଣ ରହିଛି ବ୍ୟବସ୍ଥା ଏୟାର ଇଣ୍ଡିଆ ୱାନରେ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

aircraft air india
aircraft air india
author img

By

Published : Aug 16, 2020, 10:15 PM IST

ନୂଆଦିଲ୍ଲୀ: ଆଉ କିଛି ଦିନ ମଧ୍ୟରେ ଭାରତର ଭିଭିଆଇପି (ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପ-ରାଷ୍ଟ୍ରପତି ଓ ଅନ୍ୟ ଭିଭିଆଇପିଙ୍କ ସୁରକ୍ଷିତ ଓ ସୁବିଧା ଜନକ ଯାତ୍ରା ପାଇଁ ଆସିବ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବିମାନ ଏୟାର ଇଣ୍ଡିଆ ୱାନ । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯେଉଁ ବିଦେଶ ଗସ୍ତ ବେଳେ ଯେଉଁ ବିମାନ ବ୍ୟବହାର କରିଥାନ୍ତି ଏବେ ସେହି ବିମାନ ମିଳିବାକୁ ଯାଉଛି ଭାରତକୁ ।

VIDEO
ଆସୁଛି ଏୟାର ଇଣ୍ଡିଆ ୱାନ; ପ୍ରଧାନମନ୍ତ୍ରୀଙ୍କୁ ଦେବ ସୁ-ନିଶ୍ଚିତ ସୁରକ୍ଷା; କଣ ରହିଛି ବିଶେଷତ୍ବ ପଢନ୍ତୁ

ଭାରତର ସରକାର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପ-ରାଷ୍ଟ୍ରପତି ଓ ଅନ୍ୟ ଭିଭିଆଇପିଙ୍କ ସୁରକ୍ଷା ପାଇଁ ଗତ 2017 ମସିହାରେ ଅତ୍ୟାଧୁନିକ ବିମାନ ପାଇଁ ଆମେରିକର ବିମାନ ନିର୍ମାଣକାରୀ ବୋଂଇ କମ୍ପାନୀ ସହ ଚୁକ୍ତି କରିଥିଲେ । ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି 2 ଟି ବିମାନ ପାଇଁ ଚୁକ୍ତି ହୋଇଥିଲା । ଏଥିପାଇଁ ପାଖାପାଖି 20 ହଜାର ଟଙ୍କା ଖର୍ଚ୍ଚ ହେବ । ଚୁକ୍ତିନାମା ଅନୁସାରେ ଚଳିତ ମାସ ଭାରତକୁ ମିଳିବ ପ୍ରଥମ ଏୟାର ଇଣ୍ଡିଆ ୱାନ ।

ଏୟାର ଇଣ୍ଡିଆ ୱାନ ସମସ୍ତ ଆଧୁନିକ ଯନ୍ତ୍ରପାତି ରାଡାର ଓ ସୁବିଧା ସୁଯୋଗ ସହ ନିର୍ମାଣ । ଯାହା କୌଣସି ଶତ୍ରୁ ରାଡାରରେ ଆସିବ ନାହିଁ ଓ ଯେକୌଣସି କ୍ଷେପଣାସ୍ତ୍ରକୁ ପ୍ରତିହତ କରିପାରିବ । ଆସିବାକୁ ଥିବା ବୋଇଙ୍ଗ -୭୭୭ ବିମାନ ଏକ ଅଭେଦ୍ୟ ସୁରକ୍ଷା ଦୁର୍ଗରେ ପରିଣତ ହୋଇଛି । ବିମାନରେ ବିଶ୍ରାମ କକ୍ଷ, କନଫରେନ୍ସ ହଲ, ଭୋଜନାଳୟ, 3 ଶହ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇ ପାରୁଥିବା କିଚେନ, ସୁରକ୍ଷା କର୍ମୀଙ୍କ ପାଇଁ ସ୍ବତନ୍ତ୍ର କୋଠରୀ, ଉପଯୁକ୍ତ ଇଣ୍ଟରନେଟ ସୁବିଧା, 3 ସେନା ଅଧ୍ୟକ୍ଷଙ୍କ ସହ ସିଧା ସଳଖ ଯୋଗଯୋଗ କରିବାର ବ୍ୟବସ୍ଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ନିରନ୍ତର ଯୋଗଯୋଗ ଭଳି ସୁବିଧା ରହିଛି ।

ପ୍ରଥମ ବିମାନକୁ ଆଣିବା ପାଇଁ ଏୟାର ଫୋର୍ସର ଏକ ଟିମ ଏୟାର ଇଣ୍ଡିଆର ବରିଷ୍ଠ ଅଧିକାରୀ ଓ ସୁରକ୍ଷା ଅଧିକାରୀ ଗତ ଶୁକ୍ରବାର ଆମେରିକା ଗସ୍ତ କରିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ବିମାନ ନେଇ ଭାରତ ଆସିବେ ଯାଇଥିବା ଟିମ । ତେବେ ବିମାନ ଆସିବା ପରେ ଏୟାର ଇଣ୍ଡିଆ ବଦଳରେ ଏୟାର ଫୋର୍ସ ପାଇଲଟ ଓ ଅଧିକାରୀଙ୍କ ଦ୍ବାରା ପରିଚାଳିତ ହେବ ବିମାନ ଏୟାର ଇଣ୍ଡିଆ ୱାନ ।

କଣ ରହିଛି ବିମାନର ବିଶେଷତ୍ବ

  • ଏୟାର ଇଣ୍ଡିଆ ୱାନରେ ଆକାଶରେ ଇନ୍ଧନ ଭରିପାରିବ । ଥରେ ଇନ୍ଧନ ଭରିଲେ 20 ଘଣ୍ଟା ପର୍ଯ୍ୟନ୍ତ ନିରନ୍ତର ଉଡାଣ କରିପାରିବ ।
  • ଏୟାର ଇଣ୍ଡିଆ ୱାନ କ୍ଷେପଣାସ୍ତ୍ରକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଆଲୋକିତ ଅଗ୍ନି ଛାଡିପାରିବ ।
  • ଏୟାର ଇଣ୍ଡିଆ ୱାନରେ ଆଧୁନିକ ଓ ସୁରକ୍ଷିତ ସାଟେଲାଇଟ ଯୋଗାଯୋଗ ବ୍ୟବସ୍ଥା ଅଛି ।
  • ଏୟାର ଇଣ୍ଡିଆ ୱାନରେ ଚାଫ ଫ୍ଲେୟାର ସିଷ୍ଟମ ଉପଲବ୍ଧ । ଯାହାଦ୍ବାରା ଜରୁରୀ ସ୍ଥିତିରେ ପ୍ରଧାନମନ୍ତ୍ରୀ ସିଧା ସଳଖ ସେନାକୁ ଯେକୌଣସି ନିର୍ଦ୍ଦେଶ ଦେଇପାରିବେ ।
  • ଏୟାର ଇଣ୍ଡିଆ ୱାନର ଯେଉଁ ଇଲୋକଟ୍ରୋନିକ ଉପକରଣ ବ୍ୟବହାର ହୋଇଛି ସେଥିରେ ଚୁମ୍ବକୀୟ ଆକର୍ଶଷଣର ପ୍ରଭାବ ପଡିବ ନାହିଁ ।
  • ଏୟାର ଇଣ୍ଡିଆ ୱାନ ବିମାନରେ ଆଣ୍ଟି ମିସାଇଲ ସିଷ୍ଟମ ଖଞ୍ଜା ଯାଇଛି। ଯାହା ବିମାନକୁ କ୍ଷେପଣାସ୍ତ୍ର ଆକ୍ରମଣରୁ ସୁରକ୍ଷା ଦେବ ।
  • ଏୟାର ଇଣ୍ଡିଆ ୱାନରେ ବୈଦ୍ୟୁତିକ ଖଞ୍ଜାଯାଇଥିବା ରୁ ଶତ୍ରୁର ଜିପିଏସ ଓ ଡ୍ରୋନ କମାଣ୍ଡ ଅକାମି କରିପାରିବ ।
  • ଏୟାର ଇଣ୍ଡିଆ ୱାନର ସବୁଠାରୁ ବଡ କଥା ହେଉଛି ଏହା କୌଣସି ମିଜାଇଲ ଆକ୍ରାମଣ ପୂର୍ବରୁ ସୂଚନା ପାଇଯିବ ଓ ନିଜକୁ ନିଜେ ସୁରକ୍ଷା ଦେଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.