ETV Bharat / bharat

ଋଷ ସହ ଏକେ-47 203 ରାଇଫଲ୍‌ ଚୁକ୍ତି ଚୂଡାନ୍ତ କଲା ଭାରତ - ଏକେ-47 203 ରାଇଫ

ଭାରତ ଏବଂ ଋଷ ଅତ୍ୟାଧୁନିକ ଏକେ-47 203 ରାଇଫଲ୍‌ ପାଇଁ ଚୁକ୍ତି ଚୁଡାନ୍ତ କରିଛନ୍ତି । ବିଶେଷ କଥା ହେଉଛି ଏହି ରାଇଫଲ୍‌ ହିମାଳୟ ଭଳି ଉଚ୍ଚତମ ସ୍ଥାନ ପାଇଁ ଗେମଚେଞ୍ଜର ଭାବରେ ପରିଗଣିତ ହେବ ।

ଋଷ ସହ ଏକେ-47 203 ରାଇଫଲ୍‌ ଚୁକ୍ତି ଚୁଡାନ୍ତ କଲା ଭାରତ

author img

By

Published : Sep 3, 2020, 10:30 PM IST

ନୂଆଦିଲ୍ଲୀ: ପୂର୍ବଲଦାଖରେ ଚୀନ ସହ ଜାରି ବିବାଦ ମଧ୍ୟରେ ଭାରତ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ସେନାର ଅତ୍ୟାଧୁନିକ ଏବଂ ଘାତକ ଅସ୍ତ୍ରଶସ୍ତ୍ର ତାଲିକାରେ ଏବେ ଆଉ ଏକ ଶକ୍ତିଶାଳୀ ଅସ୍ତ୍ର ସାମିଲ ହେବାକୁ ଯାଉଛି । ଭାରତ ଏବଂ ଋଷ ଅତ୍ୟାଧୁନିକ ଏକେ-47 203 ରାଇଫଲ୍‌ ପାଇଁ ଚୁକ୍ତି ଚୁଡାନ୍ତ କରିଛନ୍ତି । ବିଶେଷ କଥା ହେଉଛି ଏହି ରାଇଫଲ୍‌ ହିମାଳୟ ଭଳି ଉଚ୍ଚତମ ସ୍ଥାନ ପାଇଁ ଗେମଚେଞ୍ଜର ଭାବରେ ପରିଗଣିତ ହେବ ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଋଷ ଗସ୍ତ ସମୟରେ ଏହି ନିଷ୍ପତ୍ତି ନିଆଯାଇଥିବା ଋଷର ସରକାରୀ ଗଣମାଧ୍ୟମ ଗୁରୁବାର ରିପୋର୍ଟ କରିଛି । ଏକେ-47 203 ହେଉଛି ଏକେ-47 ରାଇଫଲ୍‌ର ସର୍ବୋତ୍ତମ ଏବଂ ଉନ୍ନତ ସଂସ୍କରଣ । ଯାହା ଭାରତୀୟ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର (ଆଇଏନଏସଏଏସ) ଆକ୍ରମଣକାରୀ ରାଇଫଲର ସ୍ଥାନ ନେବ । ଆଇଏନଏସଏଏସର ବ୍ୟବହାର 1996ରୁ ହୋଇ ଆସୁଥିଲା । ତେବେ ଏଥିରେ କିଛିଟା ସମସ୍ୟା ଉପୁଜିଥିବାରୁ ଏହାକୁ ପରିବର୍ତ୍ତନ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ ।

ଭାରତୀୟ ସେନା ପାଇଁ ପ୍ରାୟ 7.7 ଲକ୍ଷ ଏକେ-47 203 ରାଇଫଲ ଆବଶ୍ୟକ । ସେଥିମଧ୍ୟରୁ 1 ଲକ୍ଷ ଆମଦାନୀ ହେବ ଏବଂ ବାକି ଭାରତରେ ଉତ୍ପାଦିତ ହେବ । ଭାରତକୁ ସାମରିକ ରପ୍ତାନି ପାଇଁ କ୍ଲାସ୍ନିକୋଭ୍ କନ୍ସର୍ନ ଏବଂ ରୋଜୋବୋରୋନକ୍ସପୋର୍ଟ ମଧ୍ୟରେ ଏକ ମିଳିତ ଉଦ୍ୟମରେ ଇଣ୍ଡୋ-ରୁଷ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ୍ (ଆଇଆରଆରପିଏଲ) ର ଏକ ଅଂଶ ଭାବରେ ଏହି ରାଇଫଲଗୁଡିକ ଭାରତରେ ଉତ୍ପାଦନ ହେବ ।

ଏହି ରାଇଫଲର ଉତ୍ପାଦନ ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିବା ଉତ୍ତରପ୍ରଦେଶର କୋରବା ଆୟୁଧ କାରଖାନାରେ ହେବ । ପ୍ରତି ରାଇଫଲ ମୂଲ୍ୟ ପ୍ରାୟ 1100 ଆମେରିକୀୟ ଡଲାର ହେବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.