ETV Bharat / bharat

ଇମରାନଙ୍କ ଅଫରକୁ ଭାରତର କଟାକ୍ଷ, ଆମ ରିଲିଫ ପ୍ୟାକେଜ ପାକିସ୍ତାନ ଜିଡିପିଠୁ ଅଧିକ

author img

By

Published : Jun 11, 2020, 10:37 PM IST

କୋରୋନା ସଙ୍କଟ ମଧ୍ୟରେ ଭାରତକୁ ସାହାଯ୍ୟ ପାଇଁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପିଏମ ଇମରାନ ଖାନ । ଯାହାର ମୁହଁତୋଡ ଜବାବ ଦେଇଛି ଭାରତ । ଅଧିକ ପଢନ୍ତୁ...

India responded strongly to pak pm Imran khan offer
ଇମରାନଙ୍କ ସାହାଯ୍ୟ ଅଫରର ମୁହଁତୋଡ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଭାରତକୁ ସାହାଯ୍ୟ ପାଇଁ ପ୍ରସ୍ତାବ ଦେଇଥିଲେ ପାକିସ୍ତାନ ପିଏମ ଇମରାନ ଖାନ । ଯାହାର ମୁହଁତୋଡ ଜବାବ ଦେଇ ଭାରତ କହିଛି ଯେ, ପାକିସ୍ତାନର ଜିଡିପି ଯେତିକି ଆମର ରିଲିଫ ପ୍ୟାକେଜ ସେତିକି ।

ସୂଚନାଯୋଗ୍ୟ, ଗୁରୁବାର ଇମରାନ ଖାନ ଏକ ରିପୋର୍ଟକୁ ଆଳ କରି ଟ୍ବିଟ ଯୋଗେ ଦାବି କରି କହିଛନ୍ତି ଯେ, ଭାରତର 34 ପ୍ରତିଶତ ପରିବାରକୁ ଯଦି ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଆର୍ଥିକ ସହାୟତା ନ ମିଳେ ତେବେ ବଡ ସମସ୍ୟା ସୃଷ୍ଚି ହେବ । ଏମିତି କଠୋର ସମୟରେ ଆମେ ଭାରତକୁ ସାହାଯ୍ୟ କରିବାକୁ ଚାହୁଁଛୁ ।

ତେବେ ଇମରାନଙ୍କ ଏହି ଟ୍ବିଟର ଜବାବ ଦେଇ ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଆମର ରିଲିଫ ପ୍ୟାକେଜ ପାକିସ୍ତାନର ଜିଡିପି ଠାରୁ ଅଧିକ । ପାକିସ୍ତାନ ପିଏମକୁ ଭଲ ପରାମର୍ଶର ଆବଶ୍ୟକ ରହିଛି । ଇତିମଧ୍ୟରେ ସେ ପାକକୁ ଇସଲାମାବାଦର ଋଣ ସଙ୍କଟ ସମ୍ପର୍କରେ ମଧ୍ୟ ମନେପକାଇ ଦେଇଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.