ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା କାୟା ବିସ୍ତାର କରିଛି । ସମସ୍ତ କୋରୋନା ନିୟମ ଲାଗୁ ହେବା ସତ୍ତ୍ବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ଏହି କ୍ରମରେ ଦେଶରେ 24 ଘଣ୍ଟାରେ ସର୍ବାଧିକ 13 ହଜାର 586 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 336 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 80 ହଜାର 532ରେ ପହଞ୍ଚିଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 63 ହଜାର 248 ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 2 ଲକ୍ଷ 04 ହଜାର 711 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 12 ହଜାର 573 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।
ତେବେ ଏଠାରେ ଏକ ଆଶ୍ବସ୍ତିକର ରିପୋର୍ଟ ହେଉଛି ଦେଶରେ କୋରୋନା ଆକ୍ଟିଭ ମାମଲା ଠାରୁ ସୁସ୍ଥ ମାମଲା ଅଧିକ ରହିଛି । ତେବେ ଜନ ହପକିନ୍ସ କୋରୋନା ଟ୍ରାକର ଅନୁଯାୟୀ, ବିଶ୍ବରେ କୋରୋନା ମାମଲା ଦୃଷ୍ଟିରୁ ଭାରତ ଚତୁ୍ର୍ଥ ସ୍ଥାନରେ ରହିଛି । ସେହିପରି ପ୍ରଥମରେ ଆମେରିକା(2189056), ଦ୍ବିତୀୟରେ ବ୍ରାଜିଲ(978142) ଏବଂ ତୃତୀୟରେ ଋଷିଆ(560321) ରହିଛି ।