ETV Bharat / bharat

ବଢିବ ବାୟୁସେନାର ଶକ୍ତି, ପହଞ୍ଚିଲା 'ଚିନୁକ୍' - United States

ଚିନୁକ ହେଲିକପ୍ଟର ବହୁମୁଖୀ କାର୍ଯ୍ୟପାଇଁ ବ୍ୟବହାର ହୋଇଥାଏ । ସୈନ୍ୟ ପରିବହନ, ଯୁଦ୍ଧାସ୍ତ୍ର, ଅଧିକ ଓଜନିଆ ତୋପ ଏପରିକି ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ ସରଞ୍ଜାମ ଏବଂ ଇନ୍ଧନ ପରିବହନ ପାଇଁ ଚୁନିକ ସମଗ୍ର ବିଶ୍ବରେ ପରିଚିତ

Breaking News
author img

By

Published : Feb 11, 2019, 7:46 PM IST

ମୁନ୍ଦ୍ରା (ଗୁଜୁରାଟ): ଦୁଇ ଯୁଦ୍ଧଖୋର ପଡୋଶୀ ଚୀନ ଏବଂ ପାକିସ୍ତାନର ଏଣିକି ବଢିବ ଟେନସନ୍ । କାରଣ ଭାରତରେ ଆସି ପହଞ୍ଚି ଯାଇଛି ଅତ୍ୟାଧୁନିକ ଚିନୁକ ହେଲିକପ୍ଟରର ପ୍ରଥମ ବ୍ୟାଚ୍ । ସ୍ଥାନୀୟ ମୁନ୍ଦ୍ରା ବନ୍ଦରରେ ରବିବାର ପହଞ୍ଚିଛି 4ଟି ଚିନୁକ ହେଲିକପ୍ଟର । ଭାରତ ସମୁଦାୟ 15ଟି ସର୍ବାଧୁନିକ ଚିନୁକ ହେଲିକପ୍ଟର ଅଧିଗ୍ରହଣ କରିବ । ଭାରତ ଆମେରିକାଠାରୁ ଏହି ପରିବହନ ହେଲିକପ୍ଟର କ୍ରୟ ପାଇଁ ଚୁକ୍ତି କରିଛି ।

ଭାରତୀୟ ବାୟୁ ସେନା ପାଇଁ ଏହି ହେଲିକପ୍ଟର ଅତ୍ୟନ୍ତ ଅତ୍ୟାବଶ୍ୟକ ଥିଲା । ଚିନୁକ ହେଲିକପ୍ଟର ବିଶ୍ବର ଅନେକ ଯୁଦ୍ଧରେ ବ୍ୟବହାର ହୋଇସାରିଛି । ଏହି ହେଲିକପ୍ଟର ବହୁମୁଖୀ କାର୍ଯ୍ୟପାଇଁ ବ୍ୟବହାର ହୋଇଥାଏ । ସୈନ୍ୟ ପରିବହନ, ଯୁଦ୍ଧାସ୍ତ୍ର, ଅଧିକ ଓଜନିଆ ତୋପ ଏପରିକି ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ ସରଞ୍ଜାମ ଏବଂ ଇନ୍ଧନ ପରିବହନ ପାଇଁ ଚୁନିକ ସମଗ୍ର ବିଶ୍ବରେ ପରିଚିତ ।

ପ୍ରକାଶ ଯେ, ଏହି ହେଲିକପ୍ଟର ଭାରତ ପାଇଁ ମହତ୍ବପୂର୍ଣ୍ଣ ଏବଂ ସାମରିକ ଦୃଷ୍ଟି କୋଣରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଭାରତ ପାଇଁ ଦୁଇ ପଡୋଶୀ ଚୀନ ଏବଂ ପାକିସ୍ତାନ ପଟୁ ସର୍ବଦା ବିପଦ ରହିଛି । ଭାରତର ଦୁଇ ପଡୋଶୀ ସହ ଲାଗି ରହିଥିବା ସୀମା ଅତ୍ୟନ୍ତ ପ୍ରତିକୂଳ ଏବଂ ବିପଜନ୍ନକ । ତେଣୁ ସୀମାରେ ମୁତୟନ ସେନା ପାଇଁ ମାଲ ପରିବହନ ଠାରୁ ଯୁଦ୍ଧ ସରଞ୍ଜାମ ପହଞ୍ଚାଇବା ସର୍ବଦା ଏକ ଚ୍ୟାଲେଞ୍ଜ ସଦୃଶ । ଏପରିକି ବିଶ୍ବର ସବୁଠାରୁ ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚେନରେ ମୁତୟନ ସେନା ପାଇଁ ମାଲ ପରିବହନ ଚିନ୍ତାର କାରଣ ପାଲଟିଥାଏ । ତେବେ ଚିନୁକ ହେଲିକପ୍ଟର ଆସିବା ପରେ ଭାରତର 'ସୀମା' ଟେନସନ୍ ଦୂର ହେବ । ଏହି ହେଲିକପ୍ଟର ଓଜିଆନ ତୋପ ମଧ୍ୟ ବୋହି ନାବକୁ ସକ୍ଷମ । ତେଣୁ ସୀମାରେ ସେନା ନିକଟରୁ ଏବେ କୌଣସି ବି ସାମଗ୍ରୀ ପହଞ୍ଚାଇବା ପୂର୍ବାପେକ୍ଷା ଅପେକ୍ଷାକୃତ ସହଜ ହେବ ବୋଲି ପ୍ରତିରକ୍ଷା ମହଲରୁ ପ୍ରକାଶ ପାଇଛି ।

undefined

Conclusion:

Intro:Body:

one two three four fice six seven 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.