ETV Bharat / bharat

ବ୍ୟାଘ୍ର ପ୍ରକଳ୍ପ ପରିଚାଳନାରେ ବିଶ୍ବର ନେତୃତ୍ବ ନେବାକୁ ଭାରତ ପ୍ରସ୍ତୁତ: ଜାଭଡେକର

ଜାତୀୟ ମିଡିଆ ସେଣ୍ଟରରେ ବାଘଙ୍କ ଜନଗଣନା ରିପୋର୍ଟ ଜାରି କରିଛନ୍ତି କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ବାଘ ବହୁଳ ଶ୍ରେଣୀରେ ଆସୁଥିବା ଦେଶଗୁଡିକ ସହ ମିଶି ବାଘ ସଂରକ୍ଷଣ ଓ ଏହାର ପରିଚାଳନାର ନେତୃତ୍ବ ନେବା ଦିଗରେ ଭାରତ ପ୍ରସ୍ତୁତ ଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

ବ୍ୟାଘ୍ର ପ୍ରକଳ୍ପ ପରିଚାଳନାରେ ବିଶ୍ବର ନେତୃତ୍ବ ନେବାକୁ ଭାରତ ପ୍ରସ୍ତୁତ: ଜାଭଡେକର
ବ୍ୟାଘ୍ର ପ୍ରକଳ୍ପ ପରିଚାଳନାରେ ବିଶ୍ବର ନେତୃତ୍ବ ନେବାକୁ ଭାରତ ପ୍ରସ୍ତୁତ: ଜାଭଡେକର
author img

By

Published : Jul 28, 2020, 4:09 PM IST

ନୂଆଦିଲ୍ଲୀ: ସାରା ଦେଶରେରେ ବୁଧବାର ତଥା 29 ଜୁଲାଇରେ ପାଳନ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ବାଘ ଦିବସ । ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ଜାତୀୟ ମିଡିଆ ସେଣ୍ଟରରେ ବାଘଙ୍କ ଜନଗଣନା ରିପୋର୍ଟ ଜାରି କରିଛନ୍ତି କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ଏହି ରିପୋର୍ଟ ଏବେ ଗିନିଜ ଓ୍ବାର୍ଲଡ ରେକର୍ଡରେ ସାମିଲ ହୋଇଛି । ତେବେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ବାଘ ବହୁଳ ଶ୍ରେଣୀରେ ଆସୁଥିବା ଦେଶଗୁଡିକ ସହ ମିଶି ବାଘ ସଂରକ୍ଷଣ ଓ ଏହାର ପରିଚାଳନାର ନେତୃତ୍ବ ନେବା ଦିଗରେ ଭାରତ ପ୍ରସ୍ତୁତ ରହିଛି ।

ବ୍ୟାଘ୍ର ପ୍ରକଳ୍ପ ପରିଚାଳନାରେ ବିଶ୍ବର ନେତୃତ୍ବ ନେବାକୁ ଭାରତ ପ୍ରସ୍ତୁତ: ଜାଭଡେକର
ବ୍ୟାଘ୍ର ପ୍ରକଳ୍ପ ପରିଚାଳନାରେ ବିଶ୍ବର ନେତୃତ୍ବ ନେବାକୁ ଭାରତ ପ୍ରସ୍ତୁତ: ଜାଭଡେକର

'ଗ୍ଲୋବାଲ ଟାଇଗର ଡେ' ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହା ମଧ୍ୟ କହିଛନ୍ତି ଯେ କମ ଭୂମି ଓ ସ୍ବଳ୍ପ ବୃଷ୍ଟିପାତ ସତ୍ତ୍ବେ ଭାରତ ବାଘ ସମ୍ପତ୍ତିକୁ ନେଇ ଯେଉଁ ଉପଲବ୍ଧି ହାସଲ କରିଛି, ତାହା ଆମେ ଗର୍ବିତ । ଅନ୍ତରାଷ୍ଟ୍ରୀୟ ବାଘ ଦିବସର ରିପୋର୍ଟ କାର୍ଡ ଉନ୍ମୋଚନ କରି ପ୍ରକାଶ ତଥ୍ୟ ଦେଇଛନ୍ତି ଯେ 1973ରେ ମାତ୍ର 9ଟି ବ୍ୟାଘ୍ର ରିଜର୍ଭ ରହିଥିବା ବେଳେ ଏବେ ଏହା 50ରେ ପହଞ୍ଚିଛି । ଏହା ଜାଣିବା ଜରୁରୀ ଯେ ଏଥିମଧ୍ୟରୁ କୌଣସି ବି ରିଜର୍ଭ ଖରାପ ସ୍ଥିତିରେ ନାହିଁ ।

ପ୍ରକାଶ କହିଛନ୍ତି, ବିଶ୍ବ ଭୂମିର ମାତ୍ର 2.5 ପ୍ରତିଶତ, 4 ପ୍ରତିଶତ ବର୍ଷା ଓ ବିଶ୍ବ ଜନସଂଖ୍ୟାର 16 ପ୍ରତିଶତ ହେବା ସତ୍ତ୍ବେ ଭାରତ ବିଶ୍ବ ଜୈବ ବିବିଧତା ମାଲାରେ ଆଗରେ ରହିଛି । ବିଶ୍ବର 70 ପ୍ରତିଶତ ବାଘ ଆଜି ଭାରତରେ ଅଛନ୍ତି । ଭାରତ ଆଜି ବ୍ୟାଘ୍ର ଶ୍ରେଣୀର ଦେଶଗୁଡିକ ସହ ମିଶି ନେତୃତ୍ବ ନେବାକୁ ପ୍ରସ୍ତୁତ ରହିଛି । ଭାରତକୁ ନିଜ ବ୍ୟାଘ୍ର ସମ୍ପତ୍ତି ଉପରେ ଗର୍ବିତ । ଏହା ଆମର ପ୍ରାକୃତିକ ସମ୍ପତ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶକୁ ଗର୍ବ କରିବାର ଆବଶ୍ୟକତା ରହିଛି, କାରଣ ବାଘଙ୍କ ସଂଖ୍ୟା ମାମଲାରେ ଆମେ ବିଶ୍ବର ନେତୃତ୍ବ ନେଉଛୁ । ଆମ ପାଖରେ 30 ହଜାର ହାତୀ, 3000 ଗଣ୍ଡା ଓ 500ରୁ ଅଧିକ ସିଂହ ରହିଛନ୍ତି । ଭାରତରେ ସବୁଠୁ ବଡ କ୍ୟାମେରାର ଜାଲ ବିଛାଇ ଗଣନା କରିବାର ଏହି ଅଦ୍ଭୁତପୂର୍ବ ପ୍ରୟାସକୁ ସାରା ବିଶ୍ବରେ ପ୍ରଥମ ପ୍ରୟାସ ରୂପେ ମାନ୍ୟତା ପ୍ରଦାନ କରାଯାଇଛି ।

2010 ମସିହା ଋଷର ସେଣ୍ଟ ପିଟର୍ସବର୍ଗରେ ବାଘ ରହୁଥିବା ରାଷ୍ଟରଗୁଡାକରି ମୁଖିଆମାନେ ବାଘ ସଂରକ୍ଷଣ ଉପରେ ଏକ ହସ୍ତାକ୍ଷର କରିଥିଲେ । ଏଥିରେ ସମସ୍ତ ଦେଶ 2022 ସୁଦ୍ଧା ନିଜ ନିଜ ସୀମାରେ ବାଘଙ୍କ ସଂଖ୍ୟା ଦୁଇଗୁଣ କରିବାର ସଂକଳ୍ପ ମଧ୍ୟ ନେଇଥିଲେ ।

@PTI_News

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.