ETV Bharat / bharat

UNSCରେ ଭାରତର ପ୍ରଶ୍ନ: ଆଇଏସକୁ ହରାଇପାରୁଥିବା ବିଶ୍ବ ଦାଉଦ ବେଳେ କାହିଁକି ନିରବ ? - india raises dawood ibrahim issue

ମିଳିତ ଜାତିସଂଘ ସୁରକ୍ଷା ପରିଷଦ(UNSC )ରେ ଆନ୍ତର୍ଜାତୀୟ ଆତଙ୍କବାଦ ତଥା ସଂଗଠିତ ଅପରାଧ ପ୍ରସଙ୍ଗକୁ ଭାରତ ଉଠାଇଛି । ଭାରତ କହିଛି ବିଶ୍ବ ନିଜ ଇଚ୍ଛାର ଶକ୍ତିରେ ଆଇଏସଆଇଏସକୁ ଧ୍ବଂସ କରିପାରିବ କିନ୍ତୁ ଦାଉଦ ଇବ୍ରାହିମ୍ ଓ ଡି କମ୍ପାନୀକୁ କାହିଁକି ନଷ୍ଟ କରିପାରିବ ନାହିଁ ।

UNSC
ଦାଉଦ ଇବ୍ରାହିମ୍
author img

By

Published : Aug 8, 2020, 1:31 PM IST

ନୂଆଦିଲ୍ଲୀ:ମିଳିତ ଜାତିସଂଘ ସୁରକ୍ଷା ପରିଷଦ(UNSC )ରେ ଆନ୍ତର୍ଜାତୀୟ ଆତଙ୍କବାଦ ତଥା ସଂଗଠିତ ଅପରାଧ ପ୍ରସଙ୍ଗକୁ ଭାରତ ଉଠାଇଛି । ଭାରତ କହିଛି ଯେ ଏହି ମିଳିତ ସଂଗଠନର ସବୁଠାରୁ ବଡ ଉଦାହରଣ ହେଉଛି ପାକିସ୍ତାନ ଓ ଦାଉଦ ଇବ୍ରାହିମ, ଏମାନେ 1993 ମୁମ୍ବାଇରେ ବିସ୍ଫୋରଣ ପରେ ପାକିସ୍ତାନରେ ଲୁଚି ରହିଛି । ଭାରତ କହିଛି ବିଶ୍ବ ନିଜ ଇଚ୍ଛାର ଶକ୍ତିରେ ଆଇଏସଆଇଏସକୁ ଧ୍ବଂସ କରିପାରିବ କିନ୍ତୁ ଦାଉଦ ଇବ୍ରାହିମ୍ ଓ ଡି କମ୍ପାନୀକୁ କାହିଁକି ନଷ୍ଟ କରିପାରିବ ନାହିଁ ।

ସୀମା ଆତଙ୍କବାଦ ଓ କ୍ରାଇମ ସିଣ୍ଡିକେଟ୍ ବିଷୟରେ ଆଲୋଚନା କରି ଭାରତ କହିଛି ଯେ ସୀମା ଅପରପାର୍ଶ୍ବରେ ପ୍ରାୟୋଜିତ ଆତଙ୍କବାଦର ଶିକାର ହୋଇଛି ଭାରତ । ଜାରି ଏକ ବିବୃତ୍ତିରେ ଭାରତ କହିଛି ଯେ ସୀମା ଆତଙ୍କବାଦର ଭାରତ ସବୁଠୁ ପୀଡିତ । ସଂଗଠିତ ଅପରାଧ ତଥା ଆତଙ୍କବାଦୀଙ୍କ ମିଳନର ପରିଣାମ ଭୋଗିଛୁ, ଏହି ଅପରାଧ ସିଣ୍ଡିକେଟ୍ ଡି କମ୍ପାନୀର ଅଟେ । ଏହା ସୁନା ଓ ନକଲି ନୋଟ୍ କାରବାର କରୁଛି । ଚୋରା ଚାଲାଣରେ ବ୍ୟବହାର କରାଯାଉଛି ଓ ଏହାର କାରଣ 1993 ମୁମ୍ବାଇର ବୋମା ବିସ୍ଫୋରଣ ।

ଏନେଇ ପାକିସ୍ତାନକୁ ବିରୋଧ କରି ଭାରତ କହିଥିଲା, ଏହି ଆକ୍ରମଣରେ 250 ଲୋକ ପ୍ରାଣ ହରାଇଲେ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏହି ଅପରାଧକୁ କାର୍ଯ୍ୟକାରୀ କରିଥିବା ଅପରାଧୀ ପଡୋଶୀ ଦେଶରେ ଲୁଚିକି ଅଛନ୍ତି । ପ୍ରକାଶଥାଉକି, 2019 ସଂଯୁକ୍ତ ରାଷ୍ଟ୍ରରେ ଆତଙ୍କବାଦର ପ୍ରସଙ୍ଗ ଉଠାଇଥିଲା ଭାରତ । ଭାରତ ଆତଙ୍କବାଦର ସମସ୍ତ ଚେହେରା ସମ୍ପର୍କରେ ଆଲୋଚନା କରିଥିଲା ।

ଭାରତ କହିଛି ଯେ ଯଦି ବିଶ୍ବ ଆଇଏସଆଇଏସ ଭଳି ଆତଙ୍କ ସଂଗଠନକୁ ମାତ୍ ଦେଇପାରିବ ତେବେ ଦାଉଦ ଇବ୍ରାହିମ୍, ଡି କମ୍ପାନୀ, ଲସ୍କର-ଏ-ତୈୟାବ, ଜୈସ-ଏ-ମହମ୍ମଦ ସହ ଲଢିଲେ ମାନବିକତା ସୁରକ୍ଷିତ ରହିବ । ଭାରତ କହିଛି ଯେ, ଅନେକ ଦେଶ ଏଭଳି ଆତଙ୍କବାଦକୁ ସମର୍ଥନ କରୁଛି । ସେହି ଦେଶ ଗୁଡିକୁ ଦାୟୀ କରିବା ଉଚିତ ବୋଲି ଭାରତ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.