ETV Bharat / bharat

ଡେପସଙ୍ଗରେ ନିର୍ମାଣ କାର୍ଯ୍ୟ କରୁଛି ଚୀନ, ବିରୋଧ କଲା ଭାରତ

author img

By

Published : Jul 18, 2020, 6:29 PM IST

ନିକଟରେ ହୋଇଥିବା ଆଲୋଚନାରେ ଭାରତୀୟ ପକ୍ଷ ଚୀନ ନିକଟରେ ଡେପସଙ୍ଗ ସମତଳ କ୍ଷେତ୍ର ଏବଂ ଦୌଲତ ବେଗ ଓଲ୍ଡି କ୍ଷେତ୍ରରେ ଚୀନ ସେନା ଦ୍ବାରା ନିର୍ମାଣ ଗତିବିଧି ପ୍ରସଙ୍ଗ ଉଠାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଡେପସଙ୍ଗରେ ନିର୍ମାଣ କାର୍ଯ୍ୟ କରୁଛି ଚୀନ
ଡେପସଙ୍ଗରେ ନିର୍ମାଣ କାର୍ଯ୍ୟ କରୁଛି ଚୀନ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା କମ କରିବା ପାଇଁ ଭାରତ ଏବଂ ଚୀନ ମଧ୍ୟରେ ଅନେକ ଥର କମାଣ୍ଡ ସ୍ତରୀୟ ଆଲୋଚନା ହୋଇଛି । ତେବେ ଉଭୟ ଦେଶର ସେନା ମଧ୍ୟରେ ଜାରି ଅସନ୍ତୋଷ ମଧ୍ୟରେ ଡେପସଙ୍ଗ ସମତଳ କ୍ଷେତ୍ର ଏବଂ ଦୌଲତ ବେଗ ଓଲ୍ଡି କ୍ଷେତ୍ରରେ ଚୀନ ସେନାର ନିର୍ମାଣ ପ୍ରସଙ୍ଗକୁ ବିରୋଧ କରିଛି ଭାରତ ।

ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଉଭୟ ଦେଶ କୂଟନୈତିକ ଏବଂ ସାମରିକ ଭଳି ଏକାଧିକ ସ୍ତରରେ ଆଲୋଚନା କରୁଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ ବୈଦେଶିକ ମନ୍ତ୍ରୀଙ୍କ ସମେତ ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧୀମାନେ ମଧ୍ୟ ଏଲଏସିରେ ସାମରିକ ନିର୍ମାଣ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି । ତେବେ ନିକଟରେ ହୋଇଥିବା ଆଲୋଚନାରେ ଭାରତୀୟ ପକ୍ଷ ଚୀନ ନିକଟରେ ଡେପସଙ୍ଗ ସମତଳ କ୍ଷେତ୍ର ଏବଂ ଦୌଲତ ବେଗ ଓଲ୍ଡି କ୍ଷେତ୍ରରେ ଚୀନ ସେନା ଦ୍ବାରା ନିର୍ମାଣ ଗତିବିଧି ପ୍ରସଙ୍ଗ ଉଠାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସୂତ୍ର ଅନୁଯାୟୀ, ସୈନ୍ୟ ଅଭ୍ୟାସ ଆଳରେ ଚୀନ ଏଲଏସିରେ ବଡ ସଂଖ୍ୟକ ସୈନ୍ୟ ମୁତୟନ କରିବା ସହ ଯୁଦ୍ଧ ସାମଗ୍ରୀ ନିୟୋଜିତ କରିଥିଲା । ଯାହା ସାଟେଲାଇଟରୁ ସ୍ପଷ୍ଟ ଜଣାପଡୁଥିଲା । ତେବେ ଏହି ଆଲୋଚନାରେ ଡେପସାଙ୍ଗ ସମତଳ ତଥା ଡିବିଓ ସେକ୍ଟରରେ ଚୀନର ନିର୍ମାଣ କାର୍ଯ୍ୟ ପ୍ରସଙ୍ଗରେ ଭାରତୀୟ ପକ୍ଷ ଆପତ୍ତି ଉଠାଇଛନ୍ତି । ଏହା ବ୍ୟତୀତ ସେମାନେ ପାଟ୍ରୋଲିଂ ପଏଣ୍ଟ 10 ରୁ ପାଟ୍ରୋଲିଂ ପଏଣ୍ଟ 13 ପର୍ଯ୍ୟନ୍ତ ଭାରତୀୟ ସେନାକୁ ପାଟ୍ରୋଲିଂ କରିବାରେ ଚୀନ ସେନା ବାଧା ସୃଷ୍ଟି କରୁଥିବା ମଧ୍ୟ କହିଛନ୍ତି ।

ଏହା ପୂର୍ବରୁ ଭାରତ ପାଟ୍ରୋଲିଂ ପଏଣ୍ଟ-14, ପାଟ୍ରଲିଂ ପଏଣ୍ଟ-15, ହଟ ସ୍ପ୍ରିଂ, ଗୋଗରା ଏବଂ ଫିଙ୍ଗର ଅଞ୍ଚଳ ସମେତ 4 ଟି ପଏଣ୍ଟରେ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥିଲା । ଅନେକ ଆଲୋଚନା ପରେ ଶେଷେ ଉଭଯ ପକ୍ଷ ଏନେଇ ସହମତି ପ୍ରକାଶ କରିଥିଲେ ଏବଂ ସେଠାରୁ ନିଜ ସୈନ୍ୟ ପଛକୁ ହଟାଇଥିଲେ ।

ସୂତ୍ର ଅନୁଯାୟୀ, ଚୀନ ସେନା ଜିନଜିଆଙ୍ଗ ଏବଂ ତିବ୍ଦତକୁ ସଂଯୋଗ କରୁଥିବା ରାଜପଥର ପୂର୍ବ ଅଞ୍ଚଳରେ ବିପୁଳ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଥିଲା । ଏହାପରେ ସେ ଚୁପଚାପ୍ ସେମାନଙ୍କୁ ଭାରତ ଆଡକୁ ଗତି କରାଇଥିଲା ​​ଯେଉଁଥିରେ ବହୁ ସଂଖ୍ୟକ ଟ୍ରକ୍ ମାଟି ପରିବହନ ପାଇଁ ବ୍ୟବହୃତ ହୋଇଥିଲା। ନିକଟସ୍ଥ ବେସାମରିକ ବିମାନ କ୍ଷେତ୍ରକୁ ଏକ ସାମରିକ କ୍ଷେତ୍ରରେ ପରିଣତ କରାଯାଉଥିଲା । ଲଦାଖରେ ଭାରତୀୟ ଅଞ୍ଚଳ ନିକଟରେ ଚୀନ ନିଜର ଦୁଇଟି ଡିଭିଜନ୍ (20,000ରୁ ଅଧିକ) ସୈନ୍ୟ ନିୟୋଜିତ କରିଥିଲା । ଯେଉଁଥିରୁ ସେମାନେ 48 ଘଣ୍ଟା ମଧ୍ୟରେ ଆଗ ଅଞ୍ଚଳକୁ ଯାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.