ETV Bharat / bharat

ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଗଠନ ହେବ ଟାକ୍ସ ଫୋର୍ସ - କତାରର ପୁଞ୍ଜିନିବେଶ

ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଗଠନ ହେବ ଟାକ୍ସ ଫୋର୍ସ । ଏନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
author img

By

Published : Dec 12, 2020, 8:14 AM IST

ନୂଆଦିଲ୍ଲୀ:ଭାରତ ଓ କତାର ମଧ୍ୟରେ ଥିବା ସମ୍ପର୍କ ଉର୍ଜା କ୍ଷେତ୍ରରେ ଆଉ ପାଦେ ଆଗେଇବ । ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଟାକ୍ସ ଫୋର୍ସ ଗଠନ ହେବ । ଏନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇ ସହମତି ହୋଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହି ଟାକ୍ସ ଫୋର୍ସରେ କତାର ପେଟ୍ରୋଲିୟମର ଉପସଭାପତି ଓ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ ଅଫିସର ଏହାର ପ୍ରତିନିଧିତ୍ବ କରିବେ । ଶୁକ୍ରବାର କତାରର ଉର୍ଜା ମନ୍ତ୍ରୀ ସାଦ୍‍ ଶେରିଦା ଅଲ-କବିଙ୍କ ସହ ଆଲୋଚନା କରିବା ପରେ ଏପରି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  • I reiterated Qatar’s role as a reliable supplier of LNG and LPG. We also agreed to further strengthen cooperation in the energy sector and move beyond the buyer-seller relationship to a comprehensive one, including two-way investments.

    — Dharmendra Pradhan (@dpradhanbjp) December 11, 2020 " class="align-text-top noRightClick twitterSection" data=" ">

ତେବେ ଏହି ଆଲୋଚନା ସମୟରେ ଭାରତକୁ ଏଲଏନଜି ଏବଂ ଏଲପିଜିର ନିରନ୍ତର ଯୋଗାଣରେ କତାରର ଭୂମିକା ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିବା ଜଣାଇଛନ୍ତି । ଏହାସହ ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଏକ ଟାସ୍କ ଫୋର୍ସ ଗଠନ ନେଇ ଉଭୟ ମନ୍ତ୍ରୀ ସମ୍ମତି ପ୍ରକାଶ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

  • This was a follow-up to Hon’ble PM Shri @narendramodi’s discussion with Amir of Qatar His Highness Sheikh Tamin bin Hamad Al-Thani on 8th Dec.

କେବଳ କ୍ରୟ ବିକ୍ରୟ ନୁହେଁ ବରଂ ଦ୍ବିପାକ୍ଷିକ ନିବେଶ ପାଇଁ ଭାରତ ଓ କତାରର ସମ୍ପର୍କ ବୃଦ୍ଧି ଉପରେ ଏହି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଡିସେମ୍ବର 8ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କତାର ଏମିର ଶେଖ ତାମିନ ବିନ ହମଦ ଅଲ ଥାନିଙ୍କ ମଧ୍ୟରେ ହୋଇଥିବା ବୈଠକର ଫଲୋଅପ୍‌ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.