ଆବୁଧାବି: ସଂଯୁକ୍ତ ଆରବ ରାଷ୍ଟ୍ର ଏମିରେଟ୍ସ (ୟୁଏଇ)ରେ ଭାରତ ନୂଆ ରାଷ୍ଟ୍ରଦୂତ ପୱନ କପୁର ଦାୟିତ୍ବ ଗ୍ରହଣ କରିଛନ୍ତି । ୟୁଏଇସ୍ଥିତ ଭାରତ ଦୂତାବାସ ପକ୍ଷରୁ ଏନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ପୱନ ଗତ ଗୁରୁବାର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ଅର୍ପଣ କରି ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଦୂତାବାସର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ନୂଆ ରାଷ୍ଟ୍ରଦୂତଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ପୱନଙ୍କୁ ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସ୍ବାଗତ କରାଯାଇଥିଲା । ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ନୂଆ ରାଷ୍ଟ୍ରଦୂତ ଉଭୟ ଦୁବାଇ ଓ ଭାରତ ସଂପର୍କକୁ ଆହୁରି ସୁଦୃଢ କରିବେ ସମସ୍ତେ ଆଶାବାଦୀ ।
ସୂଚନାଯୋଗ୍ୟ ଅଗଷ୍ଟ 28ରେ ବୈଦେଶିକ ମନ୍ତ୍ରଣାଳୟ ପୱନ କପୁରଙ୍କୁ ୟୁଏଇର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦେଇଥିଲା । 1990 ବ୍ୟାଚର ଏହି ଆଇଏଫଏସ ଅଫିସର ଏହା ପୂର୍ବରୁ ଇସ୍ରାଏଲରେ 3 ବର୍ଷ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରି ସାରିଛନ୍ତି ।