ETV Bharat / bharat

ଭାରତ-ନେପାଳ ସମ୍ବନ୍ଧ ଓ ଚୀନ

author img

By

Published : Jul 9, 2020, 8:33 PM IST

ଭାରତ ଓ ନେପାଳ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ସମୟରେ ଚୀନ୍‌ ନେପାଳକୁ ଉସୁକାଉଥିବା ଭଳି ମନେ ହେଉଛି ଏବଂ ନେପାଳର ଜନସାଧାରଣ ଓ ରାଜନୀତିଜ୍ଞମାନେ ଏହାକୁ ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ଚୀନର ଅହେତୁକ ହସ୍ତକ୍ଷେପ ବୋଲି ଗ୍ରହଣ କରିନେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭାରତ-ନେପାଳ ସମ୍ବନ୍ଧ ଓ ଚୀନ
ଭାରତ-ନେପାଳ ସମ୍ବନ୍ଧ ଓ ଚୀନ

ନେପାଳ ପ୍ରଧାନମନ୍ତ୍ରୀ ଖଡ୍‌ଗ ପ୍ରସାଦ ଶର୍ମା ‘ଓଲି’ଙ୍କ ପାଇଁ ସମସ୍ୟାରୁ ଆଉ ଏକ ସାମୟିକ ଆଶ୍ବସ୍ତି ସ୍ବରୂପ, ବନ୍ଧୁତ୍ବପୂର୍ଣ୍ଣ ଢଙ୍ଗରେ ରାଜନୈତିକ ଅଚଳାବସ୍ଥାର ଅବସାନ ଲାଗି ଜୁଲାଇ 8 ତାରିଖରେ ହେବାକୁ ଥିବା ନେପାଳ କମ୍ୟୁନିଷ୍ଟ ପାର୍ଟି ସ୍ଥାୟୀ କମିଟିର ବୈଠକକୁ ପୁଣି ସ୍ଥଗିତ ରଖାଯାଇଛି । ଭାରତ ଓ ନେପାଳ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ସମୟରେ ଚୀନ୍‌ ନେପାଳକୁ ଉସୁକାଉଥିବା ଭଳି ମନେ ହେଉଛି ଏବଂ ନେପାଳର ଜନସାଧାରଣ ଓ ରାଜନୀତିଜ୍ଞମାନେ ଏହାକୁ ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ଚୀନର ଅହେତୁକ ହସ୍ତକ୍ଷେପ ବୋଲି ଗ୍ରହଣ କରିନେଇଛନ୍ତି ।

ରୋଟି-ବେଟୀ ସଂପର୍କ (ଖାଦ୍ୟ ଓ ବୈବାହିକ ସଂପର୍କ) ରୂପେ ଅଭିହିତ, ନେପାଳ ସହ ଭାରତର ଶହ ଶହ ବର୍ଷର ପୁରୁଣା ସୁସମ୍ପର୍କକୁ ବଜାୟ ରଖିବାରେ ଭାରତ ସରକାରଙ୍କ ବୈଦେଶିକ ନୀତି ବିଫଳ ହୋଇଛି ବୋଲି ଅଭିଯୋଗ କରି ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହି ଅଭିଯୋଗ ଭିତ୍ତିହୀନ । ପରିବାରର ଦୁଇ ଜଣ ସଦସ୍ୟଙ୍କ ଅନୁରୂପ, ଦୁଇଟି ପଡ଼ୋଶୀ ଦେଶ ମଧ୍ୟ ସବୁଦିନ ପାଇଁ ସମାନ ଧରଣର ସଂପର୍କ ବଜାୟ ରଖିପାରିବେ ନାହିଁ । ସାମ୍ପ୍ରତିକ ପରିସ୍ଥିତିକୁ ବିଚାରକୁ ନେଲେ, କୌଣସି ନା କୌଣସି ସମୟରେ ଉଭୟଙ୍କ ଭିତରେ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ନେପାଳ ଓ ଭାରତ ଏଥିରେ ବ୍ୟତିକ୍ରମ ନୁହଁନ୍ତି ।

ରାଜତନ୍ତ୍ରର ପ୍ରଚଳନ ସମୟରେ ଭାରତ ସେମାନଙ୍କୁ ହଟାଇ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଛି ବୋଲି ନେପାଳର ରାଜାମାନେ ଅଭିଯୋଗ କରିବାରେ ଲାଗିଥିଲେ । 1975ରେ ଏହା ଚରମ ସୀମାରେ ପହଞ୍ଚିଥିଲା ଏବଂ ସିକ୍କିମ ଅନୁରୂପ ଅବସ୍ଥା ହେବା ଆଶଙ୍କାରେ ନେପାଳକୁ ଏକ “ଶାନ୍ତିପୂର୍ଣ୍ଣ କ୍ଷେତ୍ର” ରୂପେ ଘୋଷଣା କରିବା ସହିତ ଦେଶରେ କୌଣସି ପ୍ରକାର ସାମରିକ ପ୍ରତିଯୋଗିତା ହେବ ନାହିଁ ବୋଲି ନେପାଳ ପ୍ରସ୍ତାବ ଦେଇଥିଲା । ଏହି ସୁଯୋଗରୁ ଫାଇଦା ଉଠାଇ ଏବଂ ନେପାଳକୁ ପ୍ରଭାବିତ କରିବା ଅଭିପ୍ରାୟ ନେଇ ଚୀନ ଓ ପାକିସ୍ତାନ ଏଥିରେ ତୁରନ୍ତ ସ୍ବାକ୍ଷର କରିଥିଲେ, କିନ୍ତୁ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଏକ ବିସ୍ତୃତ ଶାନ୍ତି ଓ ବନ୍ଧୁତା ରାଜିନାମା ରହିଥିବା ଆଧାରରେ ଭାରତ ଏଥିରେ ସମ୍ମତି ପ୍ରକାଶ କରି ନଥିଲା ।

1988ରେ ଏହି ରାଜିନାମାର ନବୀକରଣ ପାଇଁ ନେପାଳ ମନା କରିଦେବା ପରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଥିଲା ଏବଂ ଏହା ଫଳରେ ନେପାଳ ଉପରେ ଭାରତ ଏକ ପ୍ରକାର ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଥିଲା, ଏବଂ 1991ରେ ପୃଥକ୍‌ ପୃଥକ୍‌ ଦୁଇଟି ରାଜିନାମା ସ୍ବାକ୍ଷରିତ ହେବା ପରେ ହିଁ ସମସ୍ୟାର ସମାଧାନ ହୋଇଥିଲା । 2015ରେ ନେପାଳୀ ସମ୍ବିଧାନର ସଂଶୋଧନ ଯୋଗୁଁ ମାଧେଶି ସଂପ୍ରଦାୟ (ନେପାଳର ସମତଳ ଅଞ୍ଚଳରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିମାନେ) ଉତ୍‌କ୍ଷିପ୍ତ ହୋଇଥିଲେ ଏବଂ ପୁଣି ଅନୁରୂପ ସ୍ଥିତି ଉତ୍ପନ୍ନ ହୋଇଥିଲା ।

ସେ ଯାହାହେଉ, ବର୍ତ୍ତମାନ ସଂକଟର କାରଣ ହେଉଛି ଭାରତ-ନେପାଳ ସୀମା ବିବାଦକୁ କେନ୍ଦ୍ର କରି 1816 ମସିହାରେ ବ୍ରିଟିଶ ଶାସନାଧୀନ ଭାରତ ଓ ନେପାଳ ମଧ୍ୟରେ ସୁଗୋଲିରେ ସ୍ବାକ୍ଷରିତ ଚୁକ୍ତିନାମା । ଏହି ଚୁକ୍ତିନାମାରେ ନେପାଳର ପଶ୍ଚିମ ପଟ ସୀମାରେ କାଳି ନଦୀର ଉତ୍ପତ୍ତି ସ୍ଥଳ ବୋଲି ଦର୍ଶାଯାଇଥିଲା ଏବଂ ଏହା ହିଁ ଏବେ ବିବାଦର କେନ୍ଦ୍ରବିନ୍ଦୁ । ଲିପୁଲେଖ ପାର୍ବତ୍ୟ ଘାଟି ନିକଟରୁ କାଳି ନଦୀର ଉତ୍ପତ୍ତି ହୋଇଛି ବୋଲି ଭାରତ ବିଚାର କରୁଥିବା ବେଳେ ନେପାଳର ବକ୍ତବ୍ୟ ଅନୁସାରେ ଏହି ନଦୀ ଆହୁରି ପଶ୍ଚିମରୁ, ଲିମ୍ପିଆଧୁରା ନିକଟରୁ ବାହାରିଛି ଏବଂ ଏଭଳି ଭାବରେ ଉତ୍ତରାଖଣ୍ଡର କେତେକ ଅଂଶ ଉପରେ ନେପାଳ ନିଜର ଅଧିକାର ଦାବି କରୁଛି ।

ନେପାଳରେ ଅନିୟନ୍ତ୍ରିତ ସ୍ଥିତିରେ ଥିବା ଦୁର୍ନୀତି ଏବଂ ଚୀନ ରାଷ୍ଟ୍ରଦୂତ ସୁଶ୍ରୀ ହୋ ୟାନ୍‌କିଙ୍କ ସହ ତାଙ୍କର ଅସ୍ବାଭାବିକ ଅନ୍ତରଙ୍ଗ ସଂପର୍କକୁ ନେଇ ସାଧାରଣରେ ମୁଣ୍ଡ ଟେକିଥିବା ସମାଲୋଚନାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଦ୍ବିତୀୟ ଥର ପାଇଁ ପ୍ରଧାନ ମନ୍ତ୍ରୀ ପଦ ମଣ୍ଡନ କରିଥିବା ଓଲି, ତରବରିଆ ଭାବେ ନେପାଳର ଏକ ସଂଶୋଧିତ ମାନଚିତ୍ର ଜାରି କରାଇବା ସହ ଏହାକୁ ସଂସଦରେ ଗୃହୀତ କରାଇ ନେଇଥିଲେ । ପୂର୍ବରୁ ଏଭଳି ଏକ ବୁଝାମଣା ସତ୍ତ୍ବେ ଦଳର ଅନ୍ୟତମ ସହ- ଅଧ୍ୟକ୍ଷ ପ୍ରଚଣ୍ଡଙ୍କ ନିମନ୍ତେ ପ୍ରଧାନ ମନ୍ତ୍ରୀ ପଦ ଛାଡ଼ିବା ପାଇଁ ଅନିଚ୍ଛା ପ୍ରକାଶ କରିବାରୁ ଦଳ ଭିତରେ ହିଁ ଓଲିଙ୍କ ପ୍ରତି ସମର୍ଥନର ଆଧାର କ୍ଷୟ ହେବାରେ ଲାଗିଛି ।

ଏହା ସହିତ ଦଳ ଭିତରେ ଅସନ୍ତୋଷ ବଢ଼ାଇବା ଦିଗରେ ଭାରତ ଉଦ୍ୟମ କରୁଛି ବୋଲି ଓଲିଙ୍କ ନିରାଧାର ଅଭିଯୋଗ, ଦଳର ଅନ୍ୟ ନେତମାନଙ୍କୁ ଆହୁରି କ୍ଷୁବ୍‌ଧ କରିଛି ଏବଂ ତାଙ୍କୁ ଏକଘରିକିଆ କରିଦେଇଛି । ଏବଂ ଏହି ଦୃଶ୍ୟପଟ୍ଟରେ ଓଲିଙ୍କୁ ରକ୍ଷା କରିବା ପାଇଁ ତାଙ୍କର ସମସ୍ତ ନିରନ୍ତର ପ୍ରୟାସ ସହିତ ପ୍ରବେଶ କରିଛନ୍ତି ହୋ ୟାନ୍‌କି । ସମସ୍ତ ଆଚରଣ ପ୍ରଥାକୁ ଏଡ଼ାଇ ଯାଇ ନେପାଳର ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କ ସହ ୟାନ୍‌କିଙ୍କ ବାରମ୍ବାର ବୈଠକ ହିଁ ଏଭଳି ବୈଠକ ପଛରେ ଗୋପନ ଉଦ୍ଦେଶ୍ୟ ଓ ଅଭିସନ୍ଧି ରହିଥିବା ସନ୍ଦେହକୁ ଖୋରାକ ଯୋଗାଇଛି ।

କିଭଳି ଓ କାହିଁକି ନେପାଳ-ଭାରତ ସଂପର୍କରେ ଚୀନ ହସ୍ତକ୍ଷେପ କରୁଛି ବୋଲି ଏଠାରେ ପ୍ରଶ୍ନ ଉଠିପାରେ । କାରଣ ଅତି ସ୍ପଷ୍ଟ- ନେପାଳର ବିଭିନ୍ନ ପ୍ରକଳ୍ପରେ ଭାରତର ପୁଞ୍ଜି ବିନିଯୋଗ ଏବଂ ସହାୟତା ବଦଳରେ ଚୀନ୍‌ ଏହାର ‘ବର୍ଡର ରୋଡ୍‌ ଇନିସିଏଟିଭ୍‌’ ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ରୂପାୟନ ଉଦ୍ଦେଶ୍ୟରେ ଲୋଭନୀୟ ପ୍ରକଳ୍ପର ପ୍ରସ୍ତାବ ଦେବା ସହିତ ନେପାଳକୁ ଋଣ ଯନ୍ତାରେ ପକାଇବାକୁ ଚାହୁଁଛି । ଦ୍ବିତୀୟରେ, ନେପାଳରେ ଚୀନ୍‌ର ପ୍ରଭାବ ବିସ୍ତାର ସହିତ ଏହାକୁ ଚୀନ ତରଫରୁ ସୁରକ୍ଷା ଯୋଗାଇ ଦେଇ ଭାରତକୁ ପରାହତ କରିବା ଲାଗି ଚୀନ ଚାହୁଁଛି ।

ତୃତୀୟରେ, ଦକ୍ଷିଣ ଏସିଆ କ୍ଷେତ୍ରୀୟ ସହଯୋଗ ସଂଗଠନ ବା ‘ସାର୍କ’ର ଅନ୍ୟ ସଦସ୍ୟ ରାଷ୍ଟ୍ରମାନଙ୍କୁ ଚୀନ୍‌ ଏକ ସରଳ ବାର୍ତ୍ତା ଦେବାକୁ ଚାହୁଁଛି ଯେ, ଭାରତ ନୁହେଁ, କେବଳ ଚୀନ୍‌ ଦ୍ବାରା ହିଁ ଏ ଅଞ୍ଚଳର ବିକାଶ ସମ୍ଭବ । ଶେଷ ଏବଂ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି, ନେପାଳକୁ କେନ୍ଦ୍ର କରି ଏକ ବିବାଦୀୟ କ୍ଷେତ୍ର ପ୍ରସ୍ତୁତ କରିବା ସହିତ ଚୀନ୍‌ ଭାରତ ଉପରେ ଚାପ ପ୍ରୟୋଗ କରିବାକୁ ଏବଂ ଏହା ଦ୍ବାରା ବାଣିଜ୍ୟ ଓ ମାନବାଧିକାର ପ୍ରସଙ୍ଗ ସମେତ ବିଭିନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଚୀନ ସମ୍ମୁଖୀନ ହେଉଥିବା ସମାଲୋଚନାରୁ ଧ୍ୟାନ ହଟାଇବା ପାଇଁ ଉଦ୍ୟମ କରୁଛି ।

ଚୀନ ଦ୍ବାରା ନିର୍ଦ୍ଧାରିତ କାର୍ଯ୍ୟଶୈଳୀ ହେଉଛି ନେପାଳକୁ ଋଣରେ ବୁଡ଼ାଇ ରଖି ନିଜ ଇଚ୍ଛାନୁସାରେ ପରିଚାଳିତ କରିବା । ସଂପ୍ରତି, ପୋଖରାରେ ଏକ ବିମାନ ବନ୍ଦର, ଏକ ବିଶ୍ବବିଦ୍ୟାଳୟ, ଭାରତ-ନେପାଳ ସୀମାରେ ଶେଷ ହେଉଥିବା ଏକ ରାସ୍ତା ସମେତ ଅନେକ ରାସ୍ତା ନିର୍ମାଣ, ନଦୀବନ୍ଧ ଏବଂ ପାହାଡ଼ିଆ ଅଞ୍ଚଳରେ ସୁଡ଼ଙ୍ଗ ଭିତର ଦେଇ ତିବ୍ବତ ଓ କାଠମାଣ୍ଡୁକୁ ସଂଯୋଗ କରୁଥିବା ଏବଂ 6 ବିଲିଅନ୍‌ (600 କୋଟି) ଆମେରିକୀୟ ଡଲାର ବ୍ୟୟ ସମ୍ବଳିତ ଏକ ରେଳପଥ ସମେତ ନେପାଳର ବିଭିନ୍ନ ପ୍ରକଳ୍ପରେ ଚୀନ ସାମିଲ ହୋଇଛି ।

ବର୍ତ୍ତମାନ ଚୀନ ନିକଟରୁ ନେପାଳର ଋଣ ପରିମାଣ ପ୍ରାୟ 2 ବିଲିଅନ୍‌ ଡଲାର ରହିଛି ଏବଂ ଏହି ରେଳବାଇ ପ୍ରକଳ୍ପ ସମେତ ଏହା 8 ବିଲିଅନ୍‌ ଡଲାର ହେବ ଏବଂ 2020 ପାଇଁ ନେପାଳ ଲକ୍ଷ୍ୟଧାର୍ଯ୍ୟ କରିଥିବା ମୋଟ ଘରୋଇ ଉତ୍ପାଦ ବା ଜିଡିପିର 29% ଭଳି ବୃହତ୍‌ ପରିମାଣରେ ପହଞ୍ଚିବ । ଚୀନର ଋଣ ପରିଶୋଧରେ ଖିଲାପ କରି ନେପାଳ ଏହାର ଋଣ ଯନ୍ତାରେ ପଡ଼ିବା ସମ୍ଭାବନା ରହିଛି । ହେଲେ, ବୋଧହୁଏ ଚୀନର ଏହି ରଣନୀତି ଓଲଟପାଲଟ ହୋଇଯାଇଛି ।

ଓଲିଙ୍କୁ ତାଙ୍କ ନିଜ ଦଳ ଭିତରେ ଘୋର ବିରୋଧ, ଅନେକ ସ୍ଥାନରେ ନେପାଳ ପରିସରଭୁକ୍ତ ଅଞ୍ଚଳକୁ ଚୀନ ଜବରଦଖଲ କରିଥିବା, ଆର୍ଥିକ ଦୃଷ୍ଟିକୋଣରୁ ରେଳବାଇ ପ୍ରକଳ୍ପ କାର୍ଯ୍ୟକାରୀ ନହେବା ସମ୍ଭାବନା (ନେପାଳରେ ଅନେକ ବ୍ୟକ୍ତି ଏହାକୁ କେବଳ କାଗଜପତ୍ରରେ ପ୍ରକଳ୍ପ ବୋଲି ଅଭିହିତ କରିଛନ୍ତୁ) ଏବଂ ଭାରତକୁ ଛାଡ଼ି ଚୀନ ସହ ମଧୁଚନ୍ଦ୍ରିକା ସ୍ଥାପନ ଯୋଗୁଁ ଓଲିଙ୍କ ବିରୋଧରେ ପ୍ରତିବାଦର ସ୍ବର ଉଠିଛି । ଭାରତ ସୀମାବର୍ତ୍ତୀ ଅଞ୍ଚଳରେ ସ୍ଥାପିତ ଅନେକ ପୋଲିସ ପୋଷ୍ଟକୁ ପ୍ରତ୍ୟାହାର କରିନେଇ ନେପାଳ ଭାରତ ପ୍ରତି ପରିବର୍ତ୍ତନଶୀଳ ମନୋଭାବ ପ୍ରଦର୍ଶନ କରିଛି । ସେ ଯାହାହେଉ, ଦଳର ପରବର୍ତ୍ତୀ ସ୍ଥାୟୀ କମିଟି ବୈଠକ, ଯେବେ ହେଉନା କାହିଁକି, ଏହା ପରେ ହିଁ ନେପାଳ ଓ ଭାରତର ସଂପର୍କରେ ଏକ ନିଶ୍ଚିତ ଧାରା ଦୃଶ୍ୟମାନ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.