ETV Bharat / bharat

'2021 ଫେବୃଆରୀ ସୁଦ୍ଧା ଦେଶରେ ଦୈନିକ ସଂକ୍ରମିତ ହେବେ ୨.୮୭ ଲକ୍ଷ ଲୋକ' - ଏମଆଇଟି

ଯଦି ଟିକା ନ ବାହରେ ତା'ହେଲେ ଆସନ୍ତାବର୍ଷ ସୁଦ୍ଧା ଭାରତର ସ୍ଥିତି ଭୟଙ୍କର ହୋଇଥିବ । 2021 ଫେବୃଆରୀ ସୁଦ୍ଧା ଦେଶରେ ଦୈନିକ ୨.୮୭ ଲକ୍ଷ ଲୋକ କୋରୋନାରେ ସଂକ୍ରମିତ ହେବେ ବୋଲି ଏମଆଇଟି ପକ୍ଷରୁ କୁହାଯାଇଛି ।

ଏମଆଇଟି
ଏମଆଇଟି
author img

By

Published : Jul 8, 2020, 12:49 PM IST

ନୂଆଦିଲ୍ଲୀ : ଦେଶରେ ଏବେ କୋରୋନା ଭାଇରସର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ତେବେ ଏହି ସ୍ଥିତି ଆହୁରି ଭୟଙ୍କର ହେବ ବୋଲି Massachusetts Institute of Technology(ଏମଆଇଟି)ର ଗବେଷକମାନେ ଚେତାବନୀ ଦେଇଛନ୍ତି । ଯଦି ଟିକା ନ ବାହରେ ତା'ହେଲେ ଆସନ୍ତାବର୍ଷ ସୁଦ୍ଧା ଭାରତର ସ୍ଥିତି ଭୟଙ୍କର ହୋଇଥିବ ବୋଲି ସେମାନେ କହିଛନ୍ତି। 2021 ଫେବୃଆରୀ ସୁଦ୍ଧା ଦେଶରେ ଦୈନିକ ୨.୮୭ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେବେ ବୋଲି ଏମଆଇଟି ପକ୍ଷରୁ କୁହାଯାଇଛି ।

ଗବେଷକ ହାଜିର ରହମନଦାଦ, ଟିୱାଇ ଲିମ ଓ ଜନ୍‌ ଷ୍ଟେରମାନଙ୍କ ଦ୍ବାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ, 2021 ମସିହା ବସନ୍ତ ଋତୁ ସୁଦ୍ଧା ଦେଶରେ କୋରୋନା ସଂକ୍ରମଣ ମାମଲା 249 ନିୟୁତ (24.9 କୋଟି)ରେ ପହଞ୍ଚିପାରେ ଏବଂ 1.8 ମିଲିୟନ୍ (18 ଲକ୍ଷ) ଲୋକଙ୍କର ମୃତ୍ୟୁ ହୋଇପାରେ। ଦେଶରେ ଦୈନିକ ୨.୮୭ ଲକ୍ଷ ଲୋକ କୋରୋନାରେ ସଂକ୍ରମିତ ହେବେ । ଏକ ଷ୍ଟାଣ୍ଡାର୍ଡ ଗାଣିତିକ ମଡେଲ ବ୍ୟବହାର କରି ଏହି ଅଧ୍ୟୟନ କରାଯାଇଥିବା ସେମାନେ କହିଛନ୍ତି ।

ଅଧ୍ୟୟନର ଲେଖକମାନେ କହିଛନ୍ତି ଯେ, ସାଧାରଣତଃ ମହାମାରୀ ଭାଇରସ ବା ରୋଗ ଉପରେ କାମ କରୁଥିବା ବିଶେଷଜ୍ଞମାନେ ଏହାକୁ ବ୍ୟବହାର କରି ସ୍ଥିତି ପରଖିଥାଆନ୍ତି। ଆମେ ମଧ୍ୟ ଅନୁରୂପ ଢଙ୍ଗରେ ସ୍ଥିତିର ତର୍ଜମା କରିଥିଲୁ। ୮୪ଟି ଦେଶର ଟେଷ୍ଟିଂ ଓ ସଂକ୍ରମିତଙ୍କ ସଂଖ୍ୟା ସହ ବିଶ୍ୱର ୬୦% ଲୋକ( 4.75 ବିଲିୟନ ଲୋକ)ଙ୍କୁ ନେଇ ସର୍ଭେ କରାଯାଇଥିଲା।

ତେବେ 2021 ମସିହା ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ୨୦ ରୁ ୬୦ କୋଟି ଲୋକ କୋରୋନା ଭାଇରସରେ ସଂକ୍ରମିତ ହୋଇ ସାରିଥିବେ ବୋଲି ଅଧ୍ୟୟନରେ କୁହାଯାଇଛି। ଅଧ୍ୟୟନ ଅନୁଯାୟୀ, ଆସନ୍ତାବର୍ଷ ଶୀତଋତୁ ସୁଦ୍ଧା ଦୈନିକ ସଂକ୍ରମଣରେ ସର୍ବାଧିକ ରେକର୍ଡ କରୁଥିବା 10 ଦେଶ ମଧ୍ୟରେ ଭାରତ ରହିଥିବ । ତେବେ ଭାରତ ସମେତ ଆମେରିକା, ଦକ୍ଷିଣ ଆଫ୍ରିକା, ଇରାନ, ଇଣ୍ଡୋନେସିଆ, ନାଇଜେରିଆ, ତୁର୍କୀ, ଫ୍ରାନ୍ସ ଏବଂ ଜର୍ମାନୀରେ ମଧ୍ୟ କୋରୋନା ସଂକ୍ରମଣର ମାମଲା ସାଂଘାତିକ ହେବ ବୋଲି ସର୍ଭେରେ କୁହାଯାଇଛି ।

କୋରୋନା ଯୋଗୁ ଭାରତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ ହେବାର ଆଶଙ୍କା ରହିଛି ବୋଲି ସର୍ଭେରେ କୁହାଯାଇଛି । ସେହିପରି ଆମେରିକାରେ ଦୈନିକ ୯୫,୦୦୦, ଦକ୍ଷିଣ ଆଫ୍ରିକାରେ ୨୧ ହଜାର , ଇରାନରେ ଦୈନିକ ୧୭ ହଜାର ଏବଂ ଇଣ୍ଡୋନେସିଆରେ ଦୈନିକ 13,000 ମାମଲା ସାମ୍ନାକୁ ଆସିବ ବୋଲି ଏଥିରେ କୁହଯାଇଛି ।

MIT ଗବେଷକମାନେ ଏହା ମଧ୍ୟ କହିଛନ୍ତି ଯେ, ସଂକ୍ରମଣ 12 ଗୁଣ ଅଧିକ ହେବ ଏବଂ ମୃତ୍ୟୁ ହାର ପୂର୍ବରୁ ରେକର୍ଡ ହୋଇଥିବା ତୁଳନାରେ 50 ପ୍ରତିଶତ ଅଧିକ ହେବ । ତେବେ ସଂକ୍ରମଣର ମାମଲା ସରକାରୀ ରିପୋର୍ଟ ଠାରୁ ଅଧିକ ରହିଛି ବୋଲି ରହମାନନ୍ଦ କହିଛନ୍ତି। ସେ କହିଛନ୍ତି, ଟୀକା କିମ୍ବା ଚିକିତ୍ସା ବ୍ୟାପକ ଭାବରେ ଉପଲବ୍ଧ ନହେବା ପର୍ଯ୍ୟନ୍ତ ପ୍ରତ୍ୟେକ ସମ୍ପ୍ରଦାୟକୁ ମହାମାରୀକୁ ନିୟନ୍ତ୍ରଣ କରିବା ଆବଶ୍ୟକ।

ତେବେ ବୁଧବାର ପୂର୍ବାହ୍ନ ସୁଦ୍ଧା ବିଶ୍ବରେ କୋରୋନା ସଂକ୍ରମିତ ସଂଖ୍ୟା 11.7 ମିଲିୟନରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 543,000 କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.