ETV Bharat / bharat

କୁଳଭୂଷଣ ମାମଲାରେ ପୁଣି ଥରେ ଆଇସିଜେର ସହାୟତା ଲୋଡିପାରେ ଭାରତ

author img

By

Published : May 3, 2020, 3:49 PM IST

Updated : May 3, 2020, 4:09 PM IST

ଭାରତ ପାଇଁ ଅନ୍ତରାଷ୍ଟ୍ରିୟ ଅଦାଲତରେ କୁଳଭୂଷଣ ଯାଦବଙ୍କ କେସ୍ ଲଢୁ ଥିବା ଓକିଲ ହରିଶ ସାଲୱେଙ୍କ ବଡ ବୟାନ । ପୁଣି ଥରେ ଏହି ମାମଲାକୁ ନେଇ ଆଇସିଜେ(International Court OF Justice) ଯିବା ସ୍ଥିତି ଆସିଗଲାଣି ।

India may have to go ICJ
ଆଇସିଜେର ସହାୟତା ଲୋଡିପାରେ ଭାରତ

ନୂଆଦିଲ୍ଲୀ: ଭାରତ ପାଇଁ ଅନ୍ତରାଷ୍ଟ୍ରିୟ ଅଦାଲତରେ କୁଳଭୂଷଣ ଯାଦବଙ୍କ କେସ୍ ଲଢୁ ଥିବା ଓକିଲ ହରିଶ ସାଲୱେଙ୍କ ବଡ ବୟାନ । ପୁଣି ଥରେ ଏହି ମାମଲାକୁ ନେଇ ଆଇସିଜେ(International Court OF Justice) ଯିବା ସ୍ଥିତି ଆସିଗଲାଣି । ସାଲୱେ କହିଛନ୍ତି ଯେ, ଆମେ ଏପରି ସ୍ଥିତିରେ ପହଞ୍ଚିଛୁ ଯେଉଁଠାରେ ଭାରତ ପୁନର୍ବାର ଆଇସିଜେ ଯିବାକୁ ନିଷ୍ପତ୍ତି ନେଇପାରେ କାରଣ ପାକିସ୍ତାନ ଏ ବାବଦରେ କୌଣସି ପଦକ୍ଷେପ ନେଇ ନାହିଁ।

ଓକିଲମାନଙ୍କର ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ସାଲୱେ କହିଛନ୍ତି, କୁଳଭୂଷଣ ସ୍ଥିତି ବିଷୟରେ ଆମେ ଅବଗତ ଅଛୁ। ପାକିସ୍ତାନକୁ ମନାଇବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା ଯାହା ଦ୍ବାରା ସେମାନେ କୂଳଭୁଷଣଙ୍କୁ ମାନବିକତା ଆଧାରରେ ଛାଡିଥାନ୍ତେ । ସାଲୱେଙ୍କ ଅନୁଯାୟୀ ପାକିସ୍ତାନ ସହ 7-8 ଥର ଚିଠି ମଧ୍ୟ କରାଯାଇଛି। କିନ୍ତୁ ପ୍ରତ୍ୟେକ ଥର ପାକ୍ ଏହି କଥାକୁ ଏଡାଇଦେଇଛି ।

ଏଭଳି ପରିସ୍ଥିତିରେ ଆଇସିଜେ ନିଷ୍ପତ୍ତି ଉପରେ ଅଧିକ ନିର୍ଦ୍ଦେଶ ଆଶାରେ ଭାରତକୁ ପୁଣି କୋର୍ଟକୁ ଯିବାକୁ ପଡିପାରେ। ଜୁଲାଇ 2019 ରେ, ନେଦରଲ୍ୟାଣ୍ଡ ଭିତ୍ତିକ ଅନ୍ତର୍ଜାତୀୟ କୋର୍ଟ ପ୍ରାୟ 26 ମାସ ଶୁଣାଣି ପରେ କୁଳଭୂଷଣ ଯାଦବଙ୍କ ପାଇଁ କନସୁଲାର ଯୋଗାଯୋଗ କରିବାକୁ ଅନୁମତି ଦେଇଥିଲେ। ଏଥିସହ କୁଳଭୂଷଣଙ୍କ ସିଭିଲ କୋର୍ଟରେ ଶୁଣାଣି ପାଇଁ ଏକ ସୁଯୋଗ ପ୍ରଦାନ କରିବାକୁ କୁହାଯାଇଥିଲା ।

Last Updated : May 3, 2020, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.