ନୂଆଦିଲ୍ଲୀ: ଚୀନର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍( ବିଆରଆଇ)ର ଦ୍ବିତୀୟ ବୈଠକକୁ ଭାରତର ବୟକଟ୍। ଏହି ବୈଠକରେ 100ରୁ ଉର୍ଦ୍ଧ୍ୱ ଦେଶ ପ୍ରତିନିଧି ସାମିଲ ହେବାକୁ ଥିବାବେଳେ ଭାରତ ଏଥିରେ ସାମିଲ ହେବାକୁ ମନା କରିଦେଇଛି। ଚୀନର ଏକ ବରିଷ୍ଠ ନେତା କହିଛନ୍ତି 40ଟି ଦେଶର ନେତା ମଧ୍ୟ ଉକ୍ତ ବୈଠକରେ ସାମିଲ ହେବେ।
ବିଆରଆଇ ଚୀନର ସବୁଠାରୁ ପସନ୍ଦିତ ଯୋଜନା ଅଟେ। କାରଣ ସାରା ଦୁନିଆରେ ନିବେଶ କରିବା ଓ ଯୋଜନାକୁ ବିକାଶ କରି ସାରା ବିଶ୍ବରେ ପ୍ରଭୁତ୍ବ ବିସ୍ତାର କରିବା ଚୀନର ମୁଖ୍ୟ ଲକ୍ଷ୍ୟ ଅଟେ। ପ୍ରଥମ ଥର ଏହି ବୈଠକ 2007 ମସିହାରେ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ମଧ୍ୟ ଭାରତ ଉକ୍ତ ବୈଠକରୁ ନିଜକୁ ଦୂରେଇ ରଖିଥିଲା । କାରଣ ଚୀନର ଚୀନ- ପାକିସ୍ତାନ ଇକୋନୋମିକ୍ କରିଡର(ସିପେକ୍) ପ୍ରକଳ୍ପ ଭାରତ ସୀମା ଦେଇ ଯାଉଛି। ଯାହାକୁ ଆଗରୁ ବିରୋଧ କରିଆସୁଛି ଭାରତ।
ଭାରତ ରାଜଦୂତ ବିକ୍ରମ ମିଶରି ଏକ ପ୍ରମୁଖ ଗଣମାଧ୍ୟମ ସାକ୍ଷାତକାରରେ ଭାରତ ବିଆରଆଇ ବୈଠକରେ ସାମିଲ ହେବ ନାହିଁ ବୋଲି କହିଥିଲେ ।