ETV Bharat / bharat

କୋରୋନା ପରୀକ୍ଷଣରେ ଭାରତ ପଛରେ ପଡ଼ିଛି - coronavirus scare

କୋରୋନା ପରୀକ୍ଷଣରେ ପଛରେ ପଡ଼ିଛି ଭାରତ । କୋରୋନା ମୁକାବିଲା ପରିଚାଳନା କ୍ଷେତ୍ରରେ ଦକ୍ଷିଣ କୋରିଆ ଏବଂ ଜର୍ମାନୀର ଆଦର୍ଶ କାର୍ଯ୍ୟପନ୍ଥା ଅନୁକରଣୀୟ...

India lags behind in the corona  test
କୋରୋନା ପରୀକ୍ଷଣରେ ଭାରତ ପଛରେ ପଡ଼ିଛି
author img

By

Published : Apr 6, 2020, 9:57 PM IST

''ଏହି ଭୂତାଣୁ ମୁକାବିଲା ଲାଗି ବର୍ତ୍ତମାନର ପ୍ରସ୍ତୁତି ଯଥେଷ୍ଟ ନୁହେଁ । ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିଙ୍କର ବି ପରୀକ୍ଷଣ କରାଯିବା ଉଚିତ ବ୍ରିଟେନ୍‌ ଦୈନିକ ଏକ ଲକ୍ଷ ଲୋକଙ୍କର ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛି । କୋରୋନା ମୁକାବିଲା ପରିଚାଳନା କ୍ଷେତ୍ରରେ ଦକ୍ଷିଣ କୋରିଆ ଏବଂ ଜର୍ମାନୀର ଆଦର୍ଶ କାର୍ଯ୍ୟପନ୍ଥା ଅନୁକରଣୀୟ..”

- ଇନାଡୁ ସହ ସାକ୍ଷାତ୍‌କାରରେ ଏହି ମତାମତ ଦିଅନ୍ତି ବ୍ରିଟେନ୍‌ରେ କାର୍ଯ୍ୟରତ ଚିକିତ୍ସକ ଡାକ୍ତର ରାଜେଶ ମାଦ୍ଦିପତି ବ୍ରିଟେନ୍‌ର ଲିଭରପୁର ନ୍ୟାସନାଲ ହେଲ୍‌ଥ ସର୍ଭିସ୍‌ ସିଷ୍ଟମ୍‌ (NHS) ସହିତ ଜଣେ ପରିବାର ଚିକିତ୍ସକ ଭାବେ କାର୍ଯ୍ୟରତ ଡାକ୍ତର ରାଜେଶ ମାଦ୍ଦିପତି କହିଛନ୍ତି, ଭାରତରେ କୋରୋନା ସହ ମୁକାବିଲା ଲାଗି ଯଦିଓ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାର ଲକ୍‌ଡାଉନ୍‌ ଭଳି ବୃହତ୍‌ ପଦକ୍ଷେପ ନେଇଛନ୍ତି, ତଥାପି ସଂକ୍ରମଣ ଓ ଭୂତାଣୁ ଚିହ୍ନଟ ପାଇଁ ପର୍ଯ୍ୟାପ୍ତ ଏବଂ ବ୍ୟାପକ ଡାକ୍ତରୀ ପରୀକ୍ଷଣ କରାଯାଉ ନଥିବାରୁ ଆଗକୁ ଭୟଙ୍କର ସ୍ଥିତିର ସତର୍କ ସଂକେତ ମିଳୁଛି ।

ତେଲୁଗୁରେ ପ୍ରକାଶିତ ଦୈନିକ ସମ୍ବାଦପତ୍ର ଇନାଡୁର ଜଣେ ପ୍ରତିନିଧିଙ୍କ ସହ ସେ ଫୋନ୍‌ରେ କଥାବାର୍ତ୍ତା କରିଥିଲେ । ସେ ଆହୁରି କହିଥିଲେ ଯେ, କୋରୋନା ସଂକ୍ରମଣ ଚିହ୍ନଟ ପାଇଁ 6 କୋଟି 70 ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ବ୍ରିଟେନ୍‌ରେ ଏବେ ପ୍ରତିଦିନ ପ୍ରାୟ 10,000 ଲୋକଙ୍କ ପରୀକ୍ଷଣ କରାଯାଉଛି । କିନ୍ତୁ 130 କୋଟି ଲୋକସଂଖ୍ୟା ଥିବା ଭାରତରେ ଖୁବ୍‌ କମ୍‌ସଂଖ୍ୟକ ପରୀକ୍ଷଣ କରାଯାଉଥିବା ବିଷୟ ଚିନ୍ତାଜନକ । ଏମିତି କି ଆଜି ପର୍ଯ୍ୟନ୍ତ ଭାରତରେ ଦିନକୁ ମାତ୍ର 10,000 ପରୀକ୍ଷଣ କରାଯାଉଛି ।

ସେ କହିଲେ, ଏଇ ମାସ ଶେଷ ସୁଦ୍ଧା ଦିନକୁ ଏକ ଲକ୍ଷ ଲୋକଙ୍କ ପରୀକ୍ଷଣର ସାମର୍ଥ୍ୟ ସୃଷ୍ଟି କରିବାକୁ ବ୍ରିଟେନ ପ୍ରସ୍ତୁତ ହେଉଛି । ଭାରତରେ, କେବଳ କରୋନା ସଂକ୍ରମଣର ଗୁରୁତର ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ପରୀକ୍ଷଣ କରାଯାଉଛି ଏବଂ ପ୍ରଭାବଶାଳୀ ଢଙ୍ଗରେ ଏହି ଭୂତାଣୁର ପ୍ରତିରୋଧ କରିବାକୁ ହେଲେ ଏହା ଯଥେଷ୍ଟ ନୁହେଁ ବୋଲି ସେ ଜୋର୍‌ ଦେଇ କହିଥିଲେ । ବର୍ତ୍ତମାନ ପରିସ୍ଥିତିରେ. ରୋଗର ସଂପୂର୍ଣ୍ଣ ଲକ୍ଷଣ ପ୍ରକାଶ ପାଇବା ଯାଏଁ ଅପେକ୍ଷା ନକରି ଅତି ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିବା ବ୍ୟକ୍ତିମାନଙ୍କୁ ବି ପରୀକ୍ଷା କରାଯିବା ଉଚିତ । ଯଦି ଏଭଳି କାର୍ଯ୍ୟକ୍ରମ ହାତକୁ ନିଆନଯାଏ, ତେବେ ସାମାନ୍ୟ ରୋଗ ଲକ୍ଷଣ ଥିବା ବ୍ୟକ୍ତିମାନେ ଅବାଧରେ ବୁଲିବେ ଏବଂ ଏହି କାରଣରୁ ଅନେକ ଲୋକ ସେମାନଙ୍କ ଅଜାଣତରେ ସଂକ୍ରମିତ ହେବେ ଏବଂ ଜଣଙ୍କ ପାଖରୁ ଆଉ ଜଣଙ୍କୁ କରି ଏହି ଭୂତାଣୁ ଦ୍ରୁତଗତିରେ ବ୍ୟାପିବାରେ ଲାଗିବ ।

ଏହା ଫଳରେ, ସାରା ଦେଶ ପାଇଁ ସେତେବେଳର ସ୍ଥିତି ଖୁବ୍‌ ବିପଦଜ୍ଜନକ ହେବ । ଅନ୍ୟ ଦେଶ ତୁଳନାରେ ଦକ୍ଷିଣ କୋରିଆ ଏବଂ ଜର୍ମାନୀରେ ମୃତ୍ୟହାର କମ୍‌ ହେବାର ଏକମାତ୍ର କାରଣ ହେଉଛି ଯେ ସଂକ୍ରମଣର ଗୁରୁତର ଲକ୍ଷଣ ପ୍ରକାଶ ପାଇଥାଉ କି ନଥାଉ, ସଂଖ୍ୟାଧିକ ଲୋକଙ୍କୁ ଡାକ୍ତରୀ ଯାଞ୍ଚ କରାଇ ନେବାକୁ ସେମାନେ କହୁଛନ୍ତି ।

ସମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ବି ପୃଥକ୍‌ କରି ରଖିବା ଏବଂ ଠିକ୍‌ ସମୟରେ ସେମାନଙ୍କ ଚିକିତ୍ସା କରିବାରେ ଏହା ସରକାରଙ୍କ ସହାୟତା କରୁଛି ଏବଂ ଏହା ଫଳରେ ଦେଶର ହାରାହାରି ମୃତ୍ୟୁହାର ହ୍ରାସ ପାଉଛି । କର୍ତ୍ତୃପକ୍ଷଙ୍କ ଘୋଷଣା ଅନୁସାରେ, 83 ଲକ୍ଷ 70 ହଜାର ଲୋକସଂଖ୍ୟା ବିଶିଷ୍ଟ ଜର୍ମାନୀରେ ପରୀକ୍ଷଣ ହାର ସର୍ବାଧିକ ସ୍ତରକୁ ଟପିଗଲାଣି ଏବଂ ସଂପ୍ରତି ଦିନକୁ ପାଖାପାଖି 30,000 ଲୋକଙ୍କ ପରୀକ୍ଷଣ କରାଯାଉଛି ଏବଂ ଏହା ଖୁବ୍‌ ଶୀଘ୍ର 50,000କୁ ବୃଦ୍ଧି ପାଇବ । ସେହିଭଳି 5 କୋଟି 12 ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ଦକ୍ଷିଣ କୋରିଆ କହିଛି ଯେ, ସେମାନେ ପ୍ରାୟ ଚାରି ଲକ୍ଷ ପଚାଶ ହଜାର ଲୋକଙ୍କ ପରୀକ୍ଷଣ କରାଇ ସାରିଲେଣି ଏବଂ ସଂପ୍ରତି ପ୍ରତିଦିନ ହାରାହାରି 11,000 ଲୋକଙ୍କ ପରୀକ୍ଷଣ କରାଯାଉଛି ।

ଜର୍ମାନୀର ସତର୍କତାମୂଳକ ପଦକ୍ଷେପ

କେନ୍ଦ୍ରୀୟ ଚୀନ୍‌ରେ କୋରୋନା ନାମକ ଏକ ନୂଆ ଭୂତାଣୁ ଦ୍ବାରା ଲୋକେ ସଂକ୍ରମିତ ହେଉଛନ୍ତି ବୋଲି ଖବର ବ୍ୟାପିବା ସଙ୍ଗେ ସଙ୍ଗେ ସଂକ୍ରମିତ ଲୋକଙ୍କ ଶରୀରରେ ଏହି ଭୂତାଣୁକୁ ଚିହ୍ନଟ କରିପାରୁଥିବା ଡାକ୍ତରୀ ଉପକରଣ ପ୍ରସ୍ତୁତ କରିବା ସକାଶେ ଜର୍ମାନୀର ବିଜ୍ଞାନୀ ଓ ଗବେଷକମାନଙ୍କୁ ଦାୟିତ୍ବ ଦିଆଗଲା । ଜାନୁଆରୀ ଶେଷ ସୁଦ୍ଧା କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଥମ ମଡେଲ କିଟ୍‌ ପ୍ରସ୍ତୁତ କରାଗଲା ଏବଂ ଅଳ୍ପ କେଇ ସପ୍ତାହ ଭିତରେ, ଏକ ଖୁବ୍‌ ଉନ୍ନତ ରୂପରେ ଏହି କିଟ୍‌କୁ ସାରା ଦେଶର ସମସ୍ତ ପରୀକ୍ଷାଗାରକୁ ଯୋଗାଇ ଦିଆଗଲା । ସରକାର ଆହୁରି ଆଗକୁ ଚିନ୍ତା କରି ନିଷ୍ପତ୍ତି ନେଇସାରିଥିଲେ ଏବଂ ଦେଶରେ ପ୍ରଥମ କୋରୋନା ସଂକ୍ରମଣ ମାମଲା ନଜରକୁ ଆସିବା ପୂର୍ବରୁ କୋରୋନାକୁ ସ୍ବାସ୍ଥ୍ୟ ବୀମା ପଲିସିରେ ସାମିଲ କରାଯାଇଥିଲା । ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ଏହାକୁ ଚିହ୍ନଟ କରାଯାଇଥିଲେ, ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସଫଳତାର ସମ୍ଭାବନା ଅଧିକ ଥାଏ । ଏହା ହିଁ ସରକାରଙ୍କର ଅନ୍ତିମ ଲକ୍ଷ୍ୟ ରହିଥିଲା ଏବଂ ସେହି ଅନୁସାରେ ସରକାର ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାରେ ଲାଗିପଡ଼ିଲେ । ଜର୍ମାନୀରେ ମୋଟ 91,159 ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ମାତ୍ର 1275 ରହିବାର ଏହା ହିଁ ବଡ଼ କାରଣ । ଅପରପକ୍ଷରେ ଏହି ମହାମାରୀ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ନଥିବା ଫ୍ରାନ୍‌ସରେ ମୋଟ ସଂକ୍ରମଣ ମାମଲା 82,163 ରହିଥିବା ବେଳେ 6507 ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟ ଦେଶ ପାଇଁ ମଧ୍ୟ ଚିକିତ୍ସା ସୁବିଧାର ସଂପ୍ରସାରଣ

ଡକ୍ଟର ରାଜେଶ କହିଲେ ଯେ, ମାନବ ସମ୍ବଳ, ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ଦେଖିଲେ ଜର୍ମାନୀରେ ଏକ ସୁଦୃଢ଼ ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା ରହିଛି । ଏହା ଯୋଗୁଁ ଫ୍ରାନ୍ସ, ଇଟାଲୀ ଭଳି ଅନ୍ୟାନ୍ୟ ୟୁରୋପୀୟ ଦେଶରୁ ଆସିଥିବା ରୋଗୀମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଜର୍ମାନୀ ପକ୍ଷରେ ସହଜ ହେଲା । ଇଟାଲୀ, ଜର୍ମାନୀ ଏବଂ ଅନ୍ୟାନ୍ୟ ଦେଶର କେତେକ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ବିମାନ ଯୋଗେ ଜର୍ମାନୀରେ ଥିବା ବିଭିନ୍ନ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେ ଆହୁରି କହିଲେ ଯେ, ଇଟାଲୀରେ ପ୍ରତି ଦଶ ଲକ୍ଷ ଲୋକଙ୍କ ପାଇଁ ଆଇସିୟୁ ଶଯ୍ୟା ସଂଖ୍ୟା 8.6 ହୋଇଥିବା ବେଳେ ତୁଳନାତ୍ମକ ଭାବେ ଜର୍ମାନୀରେ ଏହା 33.9 ରହିଛି । ସେ ଉଲ୍ଲେଖ କରିଥିଲେ ଯେ, ଆହୁରି ଫଳପ୍ରଦ ଭାବରେ ପରିସ୍ଥିତିର ମୁକାବିଲା ଲାଗି ଜର୍ମାନୀ ଏହାର ନିଜସ୍ବ ଭିତ୍ତିଭୂମିକୁ ଦୁଇ ଗୁଣ ବୃଦ୍ଧି କରିବା ପ୍ରକ୍ରିୟା ଜାରି ରଖିଛି ।

ବ୍ରିଟେନ୍‌ରେ ସରକାରୀ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜୋରିମାନା ସୁଦୀର୍ଘ ଶୀତଋତୁ ପରେ ବ୍ରିଟେନ୍‌ ଏବେ ବସନ୍ତରେ ପଦାର୍ପଣ କରିଛି । ଦିନର ସର୍ବାଧିକ ତାପମାତ୍ରା ପ୍ରାୟ 20 ଡିଗ୍ରୀ ସେଲ୍‌ସିୟସ ରହୁଛି । ଏଭଳି ପରିବେଶରେ ଲୋକମାନଙ୍କୁ ଘରୁ ବାହାରକୁ ଆସିବାରୁ ରୋକିବା କଷ୍ଟକର ବ୍ୟାପାର । ତେଣୁ ସରକାରୀ କଟକଣା ଉଲ୍ଲଂଘନ କରି ଯେଉଁମାନେ ଘରୁ ବାହାରକୁ ଆସିବେ ସେମାନଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲାଗୁ ହେବ ବୋଲି ସରକାର ସ୍ଥିର କରିଛନ୍ତି । ବିଭିନ୍ନ ହସ୍ପିଟାଲ ଉପରୁ କାର୍ଯ୍ୟଭାର ହ୍ରାସ କରିବା ଲାଗି ଦେଶର ସବୁ ଗଳିକନ୍ଦିରେ ବି ସରକାର ପ୍ରାଥମିକ ରୋଗ ନିଦାନ କେନ୍ଦ୍ର ସ୍ଥାପନ କରିଛନ୍ତି । ସେ କହିଲେ ଯେ, ବ୍ରିଟେନ୍‌, ବଜେଟ୍‌ର ପ୍ରାୟ 15 ପ୍ରତିଶତ ଅର୍ଥ ଜନସ୍ବାସ୍ଥ୍ୟ ଉପରେ ଖର୍ଚ୍ଚ କରୁଛି ଏବଂ ଯୁବରାଜ ହୁଅନ୍ତୁ କି କାଙ୍ଗାଳ, ସାମାଜିକ ମାନ୍ୟତା ନିର୍ବିଶେଷରେ ଦେଶର ସବୁ ନାଗରିକଙ୍କୁ ସମାନ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି । କୋରୋନା ପ୍ରଭାବିତ ବ୍ରିଟେନ୍‌ରେ ରହି ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବା ଲାଗି ଦେଶର ବିଭିନ୍ନ ଭାଗରେ ରହୁଥିବା ତେଲୁଗୁ ଭାଷାଭାଷୀ ଲୋକେ ଏକାଠି ହୋଇ କାମ କରୁଛନ୍ତି ବୋଲି ସେ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.