ETV Bharat / bharat

ଭାରତକୁ ମିଳିସାରିଛି ତିନୋଟି ରାଫେଲ୍ - Rafale aircraft from France

ସଂସଦର ଶୀତକାଳିନ ଅଧିବେଶନର ତୃତୀୟ ଦିନରେ ରାଫେଲ ବିଷୟରେ ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଭାରତକୁ ଏଯାବତ୍ 3ଟି ରାଫେଲ ମିଳିସାରିଛି ।

ଫାଇଲ ଫଟୋ
author img

By

Published : Nov 20, 2019, 11:15 PM IST

ନୂଆଦିଲ୍ଲୀ: ଭାରତକୁ ଏଯାବତ୍ ଫ୍ରାନ୍ସ ଠାରୁ ତିନୋଟି ରାଫେଲ ମିଳିସାରିଛି । ସଂସଦର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ଫ୍ରାନ୍ସରେ ଭାରତୀୟ ବାୟୁସେନାକୁ ରାଫେଲ ଟ୍ରେନିଂ ଦିଆଯାଉଥିବାର କହିଛି ମନ୍ତ୍ରାଳୟ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅକ୍ଟୋବର 8ରେ ଫ୍ରାନ୍ସ ଯାଇ ପ୍ରଥମ ରାଫେଲ ବିମାନ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି, 2016ରେ ଭାରତ-ଫ୍ରାନ୍ସ ମଧ୍ୟରେ 36ଟି ରାଫେଲ ବିମାନର ଚୁକ୍ତି କରାଯାଇଥିଲା । ଭାରତୀୟ ବାୟୁସେନାରେ ରାଫେଲ ସାମିଲ ହେବା ପରେ ଏହାର ସାମର୍ଥ୍ୟରେ ବୃଦ୍ଧି ହୋଇଛି ।

ଦୁନିଆର ସବୁଠାରୁ ଆଧୁନିକ ହତିଆର ମଧ୍ୟରେ ରାଫେଲ ସ୍ଥାନ ପାଇଛି । ପ୍ରକାଶଥାଉକି, ରାଫେଲକୁ ନେଇ ଦାଖଲ କରାଯାଇଥିବା ପୁର୍ନବିଚାର ଯାଚିକାକୁ ନଭେମ୍ବର 14ରେ ସୁପ୍ରିମକୋର୍ଟ ଖାରଜ କରିଦେଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.