ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରରେ ବିଦେଶ ପୁଞ୍ଜି ନିବେଶ କରାଯିବ । ପ୍ରତିରକ୍ଷା କ୍ଷେତ୍ରରେ 74 ପ୍ରତିଶତ ବିଦେଶ ପୁଞ୍ଜି ପ୍ରତ୍ୟକ୍ଷ ଭାବରେ ନିବେଶ କରାଯିବା ସହ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ଶସକ୍ତ କରାଯିବ । ଏନେଇ ସରକାର ନୂତନ ଆଇନ ପ୍ରଣୟନ କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଏହା ସରକାରଙ୍କ ସବୁଠୁ ବଡ ନୀତି ହେବ ବୋଲି କହିଛନ୍ତି ।
ଭାରତର ପ୍ରତିରକ୍ଷା କ୍ଷେତ୍ରରେ ବିଦେଶ ପୁଞ୍ଜି ନିବେଶ କରାଯିବ । ଆସନ୍ତା 3 ରୁ 5 ଦିନ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ମୂଳକ ପଦକ୍ଷେପ ଭାବରେ ନୂତନ ପ୍ରତିରକ୍ଷା ଉତ୍ପାଦନ ଓ ଅଧିଗ୍ରହଣ ନୀତି ଆସିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଭାରତ ଏକ ବହୁତ ବଡ ଦେଶ ହୋଇଥିବା ବେଳେ ଏହାର ସାମରିକ ବଳ ବିଶ୍ବର ଚତୁର୍ଥ ସ୍ଥାନରେ ରହିଛି ।
ଏକ ବିରାଟ ସାମରିକ ବଳ ରହିଥିବା ବେଳେ ଏହି କ୍ଷେତ୍ରରେ ବ୍ୟବହୃତ ହେଉଥିବା ଅସ୍ତ୍ରଶସ୍ତ୍ର ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବା ପାଇଁ ପଡୁଛି । ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ପାଇଁ ବ୍ୟାପକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି । ଏହାକୁ ଦେଖି ସରକାର ଦେଶରେ ବିଦେଶ ପୁଞ୍ଜିନିବେଶ ପାଇଁ ଏକ ବିରାଟ ସ୍ଥାନ ସୃଷ୍ଟି କରିବେ । ଏହା ଦ୍ବାରା ଦେଶରେ ନିଜର ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ବୃ୍ଦ୍ଧ ସହିତ ଆତ୍ମନିର୍ଭର ଶୀଳ ହୋଇପାରିବ ।
ସୂଚନା ଥାଉକି ନିକଟରେ ଭାରତ ଓ ଚୀନ ମୁହାଁମୁହିଁ ହୋଇଥିବା ବେଳେ ନିକଟ ସମ୍ପର୍କିୟ ଦେଶ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଆଗାମୀ ଦିନରେ ମଧ୍ୟ ଭାରତ ନିଜର ସର୍ବଭୌମତ୍ବ ରକ୍ଷା କରିବା ପାଇଁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ଆବଶ୍ୟକତା ରହିଛି ।
@ANI