ETV Bharat / bharat

ନେପାଳକୁ ପିସିଆର ଟେଷ୍ଟ କିଟ୍ ଉପହାର ଦେଲା ଭାରତ - ପିସିଆର ଟେଷ୍ଟ କିଟ୍

ରବିବାର ଦିନ ନେପାଳକୁ ପଲିମେରେଜ୍ ଚେନ୍ ରିଆକ୍ସନ(ପିସିଆର) ଏବଂ ଆଣ୍ଟିବଡି ଟେଷ୍ଟ କିଟ୍ ଉପହାର ଦେଇଛି ଭାରତ । ଯାହାକି ନେପାଳରେ ଅତି କମରେ 30000 ଲୋକଙ୍କ ଉପରେ କୋରୋନା ପରୀକ୍ଷାରେ ସକ୍ଷମ ହେବ ।

pcr test kit
ନେପାଳକୁ ପିସିଆର ଟେଷ୍ଟ କିଟ୍ ଉପହାର ଦେଲା ଭାରତ
author img

By

Published : May 17, 2020, 12:24 PM IST

ନୂଆଦିଲ୍ଲୀ: ନେପାଳକୁ ପିସିଆର ଟେଷ୍ଟ କିଟ୍ ଉପହାର ଦେଲା ଭାରତ । ରବିବାର ଦିନ ନେପାଳକୁ ପଲିମେରେଜ୍ ଚେନ୍ ରିଆକ୍ସନ(ପିସିଆର) ଏବଂ ଆଣ୍ଟିବଡି ଟେଷ୍ଟ କିଟ୍ ଉପହାର ଦେଇଛି ଭାରତ । ଯାହାକି ନେପାଳରେ ଅତି କମରେ 30000 ଲୋକଙ୍କ ଉପରେ କୋରୋନା ପରୀକ୍ଷାରେ ସକ୍ଷମ ହେବ ।

ରବିବାର ସକାଳେ ପାଥୋଡେଟେକ୍ଟ କୋରୋନା ଗୁଣାତ୍ମକ ଆରଟି ପିସିଆର ଟେଷ୍ଟ କିଟ୍ ନେପାଳରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାଟ୍ରାଙ୍କ ଦ୍ବାରା ନେପାଳ ସ୍ୱାସ୍ଥ୍ୟମନ୍ତ୍ରୀ ଭାନୁଭକ୍ତ ଧାକାଲଙ୍କୁ ପ୍ରଦାନ କରାଯାଇଛି। ଏହି ଟେଷ୍ଟ କିଟ୍ ମହାରାଷ୍ଟ୍ର ପୁନେର ମାଇଲ୍ୟାବ ଦ୍ୱାରା ପ୍ରସ୍ତୁତ କରାଯାଇଛି । ସେହିପରି ଗତ ଏପ୍ରିଲ୍ 22ରେ ରାଷ୍ଟ୍ରଦୂତ କ୍ୱାତ୍ରା ନେପାଳ ସରକାରଙ୍କୁ 23 ଟନ୍ ଔଷଧ ହସ୍ତାନ୍ତର କରିଥିଲେ।

ଭାରତ ଦୂତାବାସ ଏକ ବିବୃତ୍ତିରେ ଲେଖିଛନ୍ତି, ଔଷଧ ଏବଂ ଟେଷ୍ଟିଙ୍ଗ୍ କିଟ୍ ଉପହାର କୋରୋନା ସଙ୍କଟ ମଧ୍ୟରେ ଆମର ନେତା ଏବଂ ଦୁଇ ଦେଶର ଲୋକଙ୍କ ସହଯୋଗ ଜାରି ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.