ETV Bharat / bharat

ୟୁଏନରେ ଇମ୍ରାନଙ୍କ ସମସ୍ତ ଭାଷଣ ମିଛ: ବିଦିଶା ମୈତ୍ରା

author img

By

Published : Sep 28, 2019, 2:28 PM IST

ମିଳିତ ଜାତିସଙ୍ଘ ମହାସଭାରେ ପାକିସ୍ତାନ ଲଗାଇଥିବା ସମସ୍ତ ମିଥ୍ୟା ଆରୋପର ପ୍ରତି ଜବାବ ଦେଲା ଭାରତ । ରାଇଟ-ଟୁ-ରିପ୍ଲାଇ ଅଧିକାରର ବ୍ୟବହାର କରି କଡା ଜବାବ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରାଳୟର ପ୍ରଥମ ସଚିବ ବିଦିଶା ମୈତ୍ରା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ନ୍ୟୁୟର୍କର ୟୁଏନରେ ମିଳିତ ଜାତିସଙ୍ଘ ମହାସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମିଥ୍ୟା ଆରୋପର ପ୍ରତି ଜବାବ ଦେଇଛି ଭାରତ । ଭାରତର ବୈଦେଶିକ ମନ୍ତ୍ରାଳୟର ପ୍ରଥମ ସଚିବ ବିଦିଶା ମୈତ୍ରା କହିଛନ୍ତି ଯେ, "ଇମରାନ ଦେଇଥିବା ଭାଷଣ ସମ୍ପୂର୍ଣ୍ଣ ମିଛରେ ଭର୍ତ୍ତି । ବିଶ୍ବବାସୀଙ୍କୁ ମିଛ କହିବା ସହ ଇମ୍ରାନ ୟୁଏନ ମଞ୍ଚର ଦୂରୁପଯୋଗ କରିଛନ୍ତି" ।

ବିଦିଶା କହିଛନ୍ତି, ପାକିସ୍ତାନ ନିଜେ ସ୍ବୀକାର କରିବ ଯେ, ସେ ବିଶ୍ୱର ଏକ ମାତ୍ର ଦେଶ ଯିଏ କି ଆତଙ୍କବାଦୀଙ୍କୁ ପେନସନ ଦେଉଛି । ମୈତ୍ରାଙ୍କ କହିବାନୁଯାୟୀ, ପାକିସ୍ତାନ ଖୁଲମଖୁଲା ଭାବେ ଆତଙ୍କବାଦୀ ଓସାମା ବିନ ଲାଦେନକୁ ଆଶ୍ରୟ ଦେଇଥିଲା । ଏଭଳିକି ୟୁଏନ ଆତଙ୍କବାଦୀ ଘୋଷଣା କରିଥିବା 130 ଆତଙ୍କବାଦୀ ପାକିସ୍ତାନରେ ରହୁଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ପିଏମ ମୋଦି ଓ ପାକ୍ ପିଏମ ଇମ୍ରାନ ଖାନ ୟୁଏନ ମହାସଭାରେ ଭାଷଣ ଦେଇଥିଲେ । ସେଠାରେ ବିଶ୍ୱସ୍ତରୀୟ ନେତାଙ୍କୁ କହିବା ପାଇଁ ମାତ୍ର ୧୫ ରୁ ୨୦ ମିନିଟ୍ ସମୟ ଦିଆଯାଉଥିବା ବେଳେ ଇମ୍ରାନ କିନ୍ତୁ ୪୭ ମିନିଟ ଭାଷଣ ଦେଇଥିଲେ । ତାଙ୍କୁ ଭାଷଣ ଶେଷ କରିବାକୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ, ସୁଦ୍ଧା ସେ ଲଗାତାର ଭାରତ ବିରୋଧରେ ମିଛ ପରେ ମିଛ କହି ଚାଲିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.