ETV Bharat / bharat

ଭାରତ-ଫ୍ରାନ୍ସର ନୌସେନା ଯୁଦ୍ଧାଭ୍ୟାସ - exercise

ଭାରତ ଏବଂ ଫ୍ରାନ୍ସ ନିଜର ସବୁଠୁ ବଡ଼ ନୌସେନା ଯୁଦ୍ଧାଭ୍ୟାସ କରିଛନ୍ତି । ଯେଉଁଥିରେ ରାଫେଲ ବିମାନକୁ ମଧ୍ୟ ସ୍ଥାନ ଦିଆଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@ANI
author img

By

Published : May 11, 2019, 3:29 AM IST

ନୂଆଦିଲ୍ଲୀ: ଶୁକ୍ରବାର ଭାରତ ଏବଂ ଫ୍ରାନ୍ସ ନିଜର ସବୁଠୁ ବଡ଼ ନୌସେନା ଯୁଦ୍ଧାଭ୍ୟାସ କରିଛନ୍ତି । ଯେଉଁଥିରେ ରାଫେଲ ବିମାନକୁ ସ୍ଥାନ ଦିଆଯାଇଛି । ସେପଟେ ଚୀନର ବଢୁଥିବା ଆର୍ଥିକ ପ୍ରଭାବ ତଥା ଦକ୍ଷିଣ ଚୀନ ସାଗରରେ ପ୍ରାଧ୍ୟାନ୍ୟ ବିସ୍ତାର ନୀତିକୁ ନେଇ ଭାରତ ସର୍ବଦା ଚିନ୍ତାରେ ରହିଥାଏ । ଏହି ପରୀପ୍ରେକ୍ଷୀରେ ଏହି ଯୁଦ୍ଧାଭ୍ୟାସକୁ ଚୀନକୁ ଦୁଇ ଦେଶର ସନ୍ଦେଶ ରୂପରେ ଦେଖା ଯାଉଛି ।

ଏହି ଯୁଦ୍ଧାଭ୍ୟାସ ୨୦୦୧ରେ ଆରମ୍ଭ ହୋଇଥିବା ଅଭିଯାନ ମଧ୍ୟରୁ ସବୁଠୁ ବଡ ଅଭ୍ୟାସ । ତେବେ ଏହି କ୍ଷେତ୍ରରେ ଅଧିକ ସ୍ଥିରତା ଅଣାଯାଇପାରିବ, ଯାହା ଅନ୍ତରାଷ୍ଟ୍ରୀୟ ବ୍ୟାପାର ପାଇଁ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଫ୍ରାନ୍ସ ଯୁଦ୍ଧ ଜାହାଜର ଦାୟିତ୍ଵ ସମ୍ଭାଳୁଥିବା ରିୟର ଆଡମିରଲ ଅଲିବିୟର ଲେବାସ କହିଛନ୍ତି ।

ଏସିଆ ଓ ୟୁରୋପ-ପଶ୍ଚିମ ଏସିଆର ଦେଶ ମଧ୍ୟରେ ଅଧିକାଂଶ କାରବାର ସମୁଦ୍ର ଜରିଆରେ ହୋଇଥାଏ । କିନ୍ତୁ ଭାରତ ମହାସାଗରରେ ଚୀନ ଭାରତ ଉପରେ ଚାପ ପକାଉଛି । ଚୀନ ଏହି କ୍ଷେତ୍ରରେ ଯୁଦ୍ଧ ଜାହାଜ ଓ ବୁଡାଜାହାଜ ମଧ୍ୟ ମୁତୟନ କରିଛି ।

Intro:Body:

BREAKING

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.