ETV Bharat / bharat

ଭୁଟାନରେ 4 ଯବାନଙ୍କ ମୃତ୍ୟୁ, ଭାରତ ସରକାରଙ୍କ ଶୋକପ୍ରକାଶ - ଭୁଟାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି

ଭୁଟାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ବିପୁଳ ସଂଖ୍ୟାରେ କ୍ଷୟକ୍ଷତି ଘଟିବା ସହ ଉଦ୍ଧାର କାର୍ଯ୍ୟରେ ସେନା ମୁତୟନ ହୋଇଛି । ଅଧିକ ପଢନ୍ତୁ..

ଭୁଟାନରେ 4 ଯବାନ ମୃତ୍ୟୁ, ଭାରତ ସରକାରଙ୍କ ଶୋକପ୍ରକାଶ

author img

By

Published : Jul 22, 2020, 10:37 PM IST

ନୂଆଦିଲ୍ଲୀ: ଭୁଟାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ବିପୁଳ ସଂଖ୍ୟାରେ କ୍ଷୟକ୍ଷତି ଘଟିବା ସହ ଉଦ୍ଧାର କାର୍ଯ୍ୟରେ ସେନା ମୁତୟନ ହୋଇଛି । ଏଥିରେ ମଙ୍ଗଳବାର 4 ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଶୋକପ୍ରକାଶ କରିଛନ୍ତି ଭାରତୀୟ ସରକାର ।

ଭୁଟାନର ରୟାଲ ସରକାରଙ୍କୁ ଆମେ ଗଭୀର ସମବେଦନା ଜଣାଉଛୁ । 4 ଜଣ ସାହାସୀ ଭୁଟାନ ଯବାନଙ୍କ ମୃତ୍ୟୁରେ ଶୋକପ୍ରକାଶ କରୁଛୁ । ଗେଲେଫୁରେ ବନ୍ୟା ପ୍ରଭାବିତ ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ସେମାନେ ନିଜ ଜୀବନକୁ ବାଜି ଲଗାଇଛନ୍ତି । ଯବାନଙ୍କ ଏପରି କାର୍ଯ୍ୟକୁ ସମ୍ମାନ ଜଣାଇବା ସହ ସେମାନଙ୍କ ମୃତ୍ୟୁରେ ଶୋକପ୍ରକାଶ କରୁଛୁ । ଦେଶର ଏପରି ବିପଦ ସମୟରେ ଭୁଟାନ ସହ ଛିଡା ହୋଇଛୁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଟ୍ବିଟ୍ କରି ଏହା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ମଙ୍ଗଳବାର ଏହି ଘଟଣା ଘଟିଥିଲା । କୁଏନସେଲର ଥ୍ରୋମଡେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ କିଛି ଲୋକ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ 5 ଜଣିଆ ଯବାନଙ୍କ ଟିମ୍ ମାଓଖୋଲା ନଦୀ ପାର କରୁଥିଲେ । ଏହି ସମୟରେ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା ଏବଂ ବନ୍ୟା ଜଳ ମାଡିଆସିଥିଲେ । ଏଥିରେ 4 ଜଣ ଯବାନ ଭାସିଯାଇଥିଲେ । ପରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବର୍ତ୍ତମାନ ଭୁଟାନରେ ବନ୍ୟା ସ୍ଥିତି ସାଙ୍ଘାତିକ ପାଲଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.