ବ୍ୟାଙ୍କ୍କ: ପ୍ରଧାନମନ୍ତ୍ରୀ ମୋଦି ଥାଇଲାଣ୍ଡର ବ୍ୟାଙ୍କ୍କରେ ଧାରା 370 ଉଚ୍ଛେଦ ପଛର କାରଣକୁ ପ୍ରବାସୀ ଭାରତୀୟଙ୍କ ସମ୍ମୁଖରେ ବୟାନ କରିଛନ୍ତି । ଧାରା 370 ଉଚ୍ଛେଦ ଆତଙ୍କବାଦର ମଞ୍ଜି ବୁଣୁଥିବାର ଏକ ବଡ କାରଣକୁ ମୁକ୍ତ କରିଥିବା ମୋଦି କହିଛନ୍ତି । ମୋଦିଙ୍କ ଏହି ଭାଷଣ ପରେ ସେଠାରେ ଉପସ୍ଥିତ 5000 ହଜାର ପ୍ରବାସୀ ଭାରତୀୟ ଛିଡା ହୋଇ ତାଳି ବଜାଇଥିଲେ ।
ବ୍ୟାଙ୍କ୍କରେ 'ଆୟୋଜିତ ସାଓ୍ବାସଦୀ ମୋଦି' କାର୍ଯ୍ୟକ୍ରମରେ ମୋଦି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଆତଙ୍କବାଦ ଓ ବିଚ୍ଛିନ୍ନବାଦଙ୍କ ମଞ୍ଜି ବୁଣୁଥିବା କାରଣକୁ ସମାପ୍ତ କରିବା ବିଷୟରେ ଆପଣମାନେ ଅବଗତ ଅଛନ୍ତି । ଯେତେବେଳେ ଗୋଟିଏ ନିଷ୍ପତ୍ତି ସଠିକ ଥାଏ, ଏହା ସମ୍ପୂର୍ଣ୍ଣ ପୃଥିବୀରେ ଗୁଞ୍ଜରିତ ହୋଇଥାଏ । ଏହି ଗୁଞ୍ଜରଣକୁ ଥାଇଲାଣ୍ଡରେ ମଧ୍ୟ ଶୁଣି ପାରୁଥିବା ମୋଦି କହିଛନ୍ତି । ତିନି ଦିବସୀୟ ଥାଇଲାଣ୍ଡ ଗସ୍ତରେ ଥିବା ମୋଦି ରବିବାର ଏସିଆନ ଦେଶଗୁଡିକୁ ସମ୍ବୋଧିତ କରିବେ ।