ETV Bharat / bharat

ଭାରତ-ଚୀନ ବିବାଦ, ଏଲଏସିରେ ନିୟୋଜିତ ହେଲା ଚିନୁକ-ଆପାଚେ - india china border

ଲଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷ ପରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି । ଇତି ମଧ୍ୟରେ ଭାରତ ନିଜର 2ଟି ଅତ୍ୟାଧୁନିକ ହେଲିକପ୍ଟର ଚିନୁକ ଏବଂ ଆପାଚେ ଚୀନ ସୀମା ନିକଟରେ ନିୟୋଜିତ କରିଛି ।

ଚିନୁକ-ଆପାଚେ
ଚିନୁକ-ଆପାଚେ
author img

By

Published : Jun 21, 2020, 12:30 PM IST

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷ ପରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି । ଯାହାକୁ ନେଇ ଭାରତ ହାଇ ଆଲର୍ଟରେ ରହିଛି । ଇତି ମଧ୍ୟରେ ଭାରତ ନିଜର 2ଟି ଅତ୍ୟାଧୁନିକ ହେଲିକପ୍ଟର ଚିନୁକ ଏବଂ ଆପାଚେ ଚୀନ ସୀମା ନିକଟରେ ନିୟୋଜିତ କରିଛି ।

ସୂଚନା ମୁତାବକ ବାୟୁସେନା ପକ୍ଷରୁ ଚଣ୍ଡିଗଡକୁ ଚିନୁକ ହେଲିକପ୍ଟରକୁ ପଠାଯାଇଛି । ଏହା ବ୍ୟତୀତ ପଠାନକୋଟରେ ନିୟୋଜିତ ଥିବା ଆପାଚେ ଏଲଏସିରେ ନିୟୋଜିତ କରାଯାଇଛି । ତେବେ ସୀମାରେ ପୂର୍ବରୁ ହିଁ ମିଗ, ହରକ୍ୟୁଲିସ, ମିରାଜ ଏବଂ ସୁଖୋଇ ବିମାନ ନିୟୋଜିତ କରାଯାଇଛି । ସ୍ଥଳସେନା, ବାୟୁସେନା ଏବଂ ନୌସେନା ହାଇ ଆଲର୍ଟରେ ରହିଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ତିନି ସେନାକୁ ଆଲର୍ଟରେ ରଖିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

ଚିନୁକ ହେଲିକପ୍ଟର ସାହାଯ୍ୟରେ ଯୁଦ୍ଧାସ୍ତ୍ର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରିହେବ । ନିକଟରେ ଲଦାଖର କେତେକ ଅଞ୍ଚଳରେ ରାସ୍ତା ନିର୍ମାଣରେ ମଧ୍ୟ ଏହି ହେଲିକପ୍ଟରର ବ୍ୟବହାର କରାଯାଇଥିଲା । ଭାରତ ସେପ୍ଟେମ୍ବର 2015ରେ ବୋଇଙ୍ଗ ସହ 8048 କୋଟି ଟଙ୍କା ବ୍ୟବବରାଦରେ 15 ଟି ସିଏଚ-47 ଏଫ ଚିନୁକ ହେଲିକପ୍ଟରର କ୍ରୟ ପାଇଁ ଚୁକ୍ତି ହୋଇଥିଲା । ସେହିପରି ଅତ୍ୟାଧୁନିକ ଯୁଦ୍ଧ କ୍ଷମତା ରହିଥିବା ଆପାଚେ ହେଲିକପ୍ଟର ଆମେରିକୀୟ କମ୍ପାନୀ ବୋଇଙ୍ଗ ଦ୍ବାରା ନିର୍ମିତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.