ବେଙ୍ଗାଲୁରୁ: ମଝି ସମୁଦ୍ରରେ ଫସି ରହିଥିବା 24 ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ । ପ୍ରବଳ ଝଡ ତୋଫାନ ଯୋଗୁଁ ସମୂଦ୍ରକୂଳରୁ ପାଖାପାଖି 15 ନଟିକାଲ ମାଇଲ ଦୂରରେ ଏହି ମତ୍ସ୍ୟଜୀବୀମାନେ ଏକ ମାଛଧରା ବୋଟରେ ଫସି ରହିଥିଲେ । ତେବେ ଭଟକାଲ ବନ୍ଦରରେ କୋଷ୍ଟଗାର୍ଡ ପକ୍ଷରୁ ଏକ ଅପରେସନ ଜରିଆରେ ଏହି ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଥିଲା ।
ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କୁହାଯାଇଛି ଯେ କର୍ଣ୍ଣାଟକ ତଟରେ ନିୟୋଜନରେ ଥିବା ଆଇସିଜି ଜାହାଜ କସ୍ତୁରବା ଗାନ୍ଧୀକୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନାନ୍ତର କରାଯାଇଥିଲା । ଜାହାଜଟି ସେପ୍ଟେମ୍ବର 10 ରାତି 8ଟାରେ ଦାତୁମରେ ପହଞ୍ଚି ମତ୍ସ୍ୟଜୀବୀଙ୍କ ସହ ଯୋଗାଯୋଗ କରି ଏମାନଙ୍କୁ ଉଦ୍ଧାର କରିଛି ।