ETV Bharat / bharat

ଭାରତ-ଚୀନ ବିବାଦ: ଅକ୍ଟୋବର 12ରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା

ଅକ୍ଟୋବର 12 ରେ ପୂର୍ବ ଲଦାଖ ସେକ୍ଟରରେ ଭାରତ ଏବଂ ଚୀନ ମଧ୍ୟରେ ପୁଣିଥରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହେବ । ଏନେଇ ଭାରତୀୟ ସେନାର ସୂତ୍ରରୁ ଜଣାପଡିଛି ।

author img

By

Published : Oct 4, 2020, 3:53 PM IST

ଭାରତ-ଚୀନ ବିବାଦ :  ଅକ୍ଟୋବର 12ରେ ହେବ କୋର୍ପସ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାଠାରେ ଭାରତ ଏବଂ ଚୀନ ମଧ୍ୟରେ ଗତ ମେ ମାସରୁ ତିକ୍ତତା ଜାରି ରହିଛି । ଏଲ୍‌ଏସିରେ ଉତ୍ତେଜନା କମ୍ କରିବା ପାଇଁ ଉଭୟ ଦେଶ ଅନେକ ସ୍ତରୀୟ ବୈଠକ କରିଛନ୍ତି । ହେଲେ ଏବେସୁଦ୍ଧା ଏହାର କୌଣସି ସମାଧାନ ହୋଇପାରିନାହିଁ । ତେବେ ଏହି ବିବାଦର ସମାଧାନ ପାଇଁ ପୁଣିଥରେ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ହେବ। ଅକ୍ଟୋବର 12 ରେ ପୂର୍ବ ଲଦାଖ ସେକ୍ଟରରେ ଉଭୟ ଦେଶ ମଧ୍ୟରେ ପୁଣିଥରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହେବ । ଏନେଇ ଭାରତୀୟ ସେନା ସୂତ୍ରରୁ ଜଣାପଡିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ 6 ରାଉଣ୍ଡ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇସାରିଛି। କିନ୍ତୁ ଏବେସୁଦ୍ଧା ଏହାର କୌଣସି ସଫଳ ପରିଣାମ ବାହାରି ପାରିନାହିଁ ।

ଏହାପୂର୍ବରୁ ଦୁଇ ଦେଶ ସେପ୍ଟେମ୍ବର 21 ରେ ଷଷ୍ଠ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା କରିଥିଲେ। ଏହି ବୈଠକ ପ୍ରାୟ 13 ଘଣ୍ଟା ଧରି ଚାଲିଥିଲା। ଏଥିରେ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଭାଗ ନେଇଥିଲେ। ବୈଠକରେ ଉତ୍ତେଜନା ହ୍ରାସ କରିବା ନେଇ ଆଲୋଚନା କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.