ETV Bharat / bharat

ଭାରତ-ଚୀନ ସୀମା ବିବାଦକୁ ନେଇ ସର୍ବଦଳୀୟ ବୈଠକ ଡାକିଲେ ମୋଦି

ଭାରତ-ଚୀନ ସୀମାରେ ଉପୁଜିଥିବା ସ୍ଥିତି ଉପରେ ଚର୍ଚ୍ଚା କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା ।

ମୋଦି
ମୋଦି
author img

By

Published : Jun 17, 2020, 1:57 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଉପୁଜିଥିବା ସ୍ଥିତି ଉପରେ ଚର୍ଚ୍ଚା କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକ ଜୁନ 19 ତାରିଖ ସନ୍ଧ୍ୟା 5ଟାରେ ଅନୁଷ୍ଠିତ ହେବ । ତେବେ ଏହି ଭର୍ଚୁଆଲ ବୈଠକରେ ବିଭିନ୍ନ ରାଜନୈତିକ ଦଳର ଅଧ୍ୟକ୍ଷ ଯୋଗ ଦେବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୀମାରେ ଗଲୱାନ ଘାଟିରେ ଜୁନ୍ 15 ଓ 16 ବିଳମ୍ବିତ ରାତିରେ ଭାରତ ଓ ଚୀନ ସେନା ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ​​ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ସେପଟେ ଭାରତର ପାଲଟା ଜବାବରେ ଚୀନର ପ୍ରାୟ 40ରୁ ଊର୍ଦ୍ଧ୍ବ ସୈନିକ ନିହତ ହୋଇଥିଲେ ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.