ETV Bharat / bharat

ଭାରତ-ଚୀନ ବିବାଦ ମଧ୍ୟରେ ପମ୍ପିଓଙ୍କ ସହ କଥା ହେଲେ ଜୟଶଙ୍କର

author img

By

Published : Jul 5, 2020, 2:48 PM IST

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଫୋନରେ କଥା ହୋଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ।

ପମ୍ପିଓଙ୍କ ସହ କଥା ହେଲେ ଜୟଶଙ୍କର
ପମ୍ପିଓଙ୍କ ସହ କଥା ହେଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଫୋନରେ କଥା ହୋଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ । ତେବେ ପ୍ରାୟ 10 ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ହୋଇଥିଲା ବୋଲି ସୂତ୍ରରୁ ପ୍ରକାଶ ପାଇଛି । ଏହି ସଙ୍କଟ ସମୟରେ ୱାଶିଂଟନ ନୂଆଦିଲ୍ଲୀକୁ ସମର୍ଥନ କରୁଥିବା ପମ୍ପିଓ ଜୟଶଙ୍କରଙ୍କୁ କହିଥିଲେ ।

ମାର୍ଚ୍ଚ ମାସରୁ ଏବେସୁଦ୍ଧା ଜୟଶଙ୍କର ଏବଂ ପମ୍ପିଓ ପ୍ରାୟ 3 ଥର ପରସ୍ପର ସହ କଥା ହୋଇଛନ୍ତି । କିନ୍ତୁ ଗଲୱାନ ହିଂସା ପରେ ଏହା ପ୍ରଥମ ବାର୍ତ୍ତାଳାପ ଥିଲା । ଚୀନ ବର୍ତ୍ତମାନ ସାମରିକ ଏବଂ କୂଟନୈତିକ ସ୍ତରରେ ଭାରତ ସହ ଆଲୋଚନା ଜାରି ରହିଛି । ତେଣୁ ରଣନୈତିକ କାରଣ ଯୋଗୁଁ ଉଭୟଙ୍କ ଏହି ବାର୍ତ୍ତାଳାପକୁ ଗୋପନ ରଖାଯାଇଥିଲା ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

ଜୁନ 15ରେ ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ଘଟଣା ପରେ ଜୁନ 17 ତାରିଖରେ ୱାଶିଂଟନ ପକ୍ଷରୁ ଭାରତକୁ ସମର୍ଥନ କରୁଥିବା ମନ୍ତବ୍ୟ ଆସିଥିଲା । ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଜାରି ବୟାନରେ କୁହାଯାଇଥିଲା, 'ଏଲଏସିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ଜାରି ଉତ୍ତେଜନା ଉପରେ ଆମେ ନଜର ରଖିଛୁ । 20 ଜଣ ଶହୀଦ ଭାରତୀୟଙ୍କ ପରିବାର ପ୍ରତି ଆମେ ସମବେଦନା ଜଣାଉଛୁ । ଭାରତ ଏବଂ ଚୀନ ଏହାର ସମାଧାନ ପାଇଁ ଶାନ୍ତିପୂର୍ଣ୍ଣ ଆଲୋଚନା ଚାହୁଁଛନ୍ତି । ଆମେ ଏହାକୁ ସମର୍ଥନ କରୁଛୁ ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.