ETV Bharat / bharat

ସଂକ୍ରମଣ ମାମଲାରେ ଭାରତ ନମ୍ବର ୱାନ - ଭାରତରେ ସଂକ୍ରମଣ ମାମଲା

ଭାରତ ଏବେ ବିଶ୍ବରେ କୋରୋନାର ଏକ ନୂଆ ହଟସ୍ପଟ ପାଲଟିଛି । ସୋମବାର 78 ହଜାର 512 ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । 971 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଥିଲାର । ରବିବାର ଓ ସୋମବାର ଗତ ଦୁଇ ଦିନ ଧରି ମାମଲା 70 ହଜାର ପାଖାପାଖି ଚିହ୍ନଟ ହୋଇଛି । ଦୈନିକ ସଂକ୍ରମଣ ମାମଲାରେ ଭାରତ ଏବେ 1 ନମ୍ବରରେ ରହିଛି । ଏହା ଏବେ ଆମେରିକାକୁ ମଧ୍ୟ ଟପି ଯାଇଛି । ଅଧିକ ପଢନ୍ତୁ...

ସଂକ୍ରମଣ ମାମଲାରେ ଭାରତ 1ନଂ
ସଂକ୍ରମଣ ମାମଲାରେ ଭାରତ 1ନଂ
author img

By

Published : Sep 1, 2020, 9:27 AM IST

ନୂଆଦିଲ୍ଲୀ : ଭାରତ ଏବେ ବିଶ୍ବରେ କୋରୋନାର ନୂଆ ହଟସ୍ପଟ । ଦୈନିକ 30 ପ୍ରତିଶତ ନୂତନ ସଂକ୍ରମିତ ମାମଲା ରିପୋର୍ଟ ସହ 20 ପ୍ରତିଶତ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। କ୍ରମାଗତ ଏପରି ରିପୋର୍ଟ କରୁଥିବାବେଳେ ଖୁବଶୀଘ୍ର ଆମେରିକା ଓ ବ୍ରାଜିଲକୁ ପଛରେ ପକାଇବା ବୋଲି ଆଶଙ୍କା କରାଯାଉଛି ।

ସେପଟେ ଭାରତୀୟ ଜନ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି, ଏବେ ବି ଭାରତରେ ସଂକ୍ରମଣ ଶିଖର ଛୁଇଁନି । ଭାରତରେ କୋଭିଡ ମହାମାରୀ ଉପରେ ତୃତୀୟ ମିଳିତ ବିବୃତ୍ତିରେ, ବିଶିଷ୍ଟ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଟାସ୍କଫୋର୍ସ ମତ ଦେଇଛନ୍ତି ଯେ ଭାରତରେ ସୁସ୍ଥ 2.3 ନିୟୁତ ରହିଥିବାବେଳେ କୋରୋନା ଜନିତ ମୃତ୍ୟୁହାର (CCFR) କ୍ରମାଗତ ଭାବେ ହ୍ରାସ ପାଉଛି।

ଏପ୍ରିଲ 2020 ରେ, IPHA ଦ୍ବାରା ଭାରତର ବିଶିଷ୍ଟ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମିଳିତ ଟାସ୍କଫୋର୍ସ ଗଠନ କରାଯାଇଥିଲା ଏବଂ ଦେଶରେ କୋଭିଡ ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବା ପାଇଁ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଣ୍ଟିଭ୍ ଆଣ୍ଡ ସୋସିଆଲ୍ ମେଡିସିନ୍ (IAPSM) ଗଠନ କରାଯାଇଥିଲା।

ଅନଲକ୍ ପର୍ଯ୍ୟାୟର ଦୁଇ ମାସରେ ଦୈନିକ ନୂତନ ମାମଲାଗୁଡ଼ିକର ସଂଖ୍ୟା 9,472 (5 ଜୁନ୍) ରୁ 61,749 (23 ଅଗଷ୍ଟ) କୁ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି । ଭାରତରେ ପ୍ରତି ମିଲିୟନ ଜନସଂଖ୍ୟାରେ ମାମଲା 2,251 ରହିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ, କୋଭିଡ ପାଇଁ ସମଗ୍ର ସ୍ୱାସ୍ଥ୍ୟବସ୍ଥା ହେତୁ ଅନ୍ୟ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକ ସୀମିତ ଧ୍ୟାନ ଗ୍ରହଣ କରିଛନ୍ତି । ପ୍ରତ୍ୟେକ ଦିନ ଗ୍ରାମାଞ୍ଚଳ ଓ ଛୋଟିଆ ସହରରୁକୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ଚିହ୍ନଟ ହେଉଛନ୍ତି। ସିରୋ-ସର୍ଭେରୁ ଜଣାପଡିଛି ଯେ ଏହି ରୋଗ ଦେଶର ଅଧିକାଂଶ ଭାଗରେ ବ୍ୟାପିସାରିଛି ।

ଏଥିରେ କୁହାଯାଇଛି ଯେ, ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସେରୋ-ସର୍ଭିଲାନ୍ସ ରିପୋର୍ଟ ସୂଚାଇ ଦେଇଛି ଯେ 'ଟେଷ୍ଟ, ଟ୍ରେସ, ଟ୍ରିଟ ଏବଂ ଆଇସୋଲେସନ'ର ବର୍ତ୍ତମାନର ରଣନୀତି ମାଧ୍ୟମରେ ଆମେ SARS CoV-2 ସଂକ୍ରମଣର ଆନୁମାନିକ ମାମଲାର ପ୍ରତିଶତରୁ କମ୍ ଚିହ୍ନଟ କରୁଛୁ।

ଏପର୍ଯ୍ୟନ୍ତ ଭାରତରେ ପ୍ରାୟ 36 ଲକ୍ଷ କୋଭିଡ ମାମଲାରେ 64,469 ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଆଜି ପର୍ଯ୍ୟନ୍ତ, ଦେଶରେ 4,23,07,914 ପରୀକ୍ଷା କରିଛି ଏବଂ ସେଥିମଧ୍ୟରୁ ଅତି କମରେ 8,46,278 ଟି ଗତ 24 ଘଣ୍ଟା ମଧ୍ୟରେ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.