ETV Bharat / bharat

ସିନ୍ଧୁନଦୀ ଜଳ ଆୟୋଗ ମାମଲାରେ ଆଲୋଚନା କରିବାକୁ ଭାରତର ପ୍ରସ୍ତାବ - ସିନ୍ଧୁନଦୀ ଜଳ ଆୟୋଗ ମାମଲା ଉପରେ ଆଲୋଚନା କରିବାକୁ ଭାରତର ପ୍ରସ୍ତାବ

ଏହି ବୈଠକ ଅଟାରୀ ସୀମାରେ କରିବାକୁ ପାକିସ୍ତାନ ପକ୍ଷରୁ କୁହାଯାଇଛି । କିନ୍ତୁ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ବୈଠକ ଭର୍ଚୁଆଲ ଢଙ୍ଗରେ କରିବାକୁ ଭାରତ ସ୍ଫଷ୍ଟ କରିଛି ।

ସିନ୍ଧୁନଦୀ ଜଳ ଆୟୋଗ ମାମଲା ଉପରେ ଆଲୋଚନା କରିବାକୁ ଭାରତର ପ୍ରସ୍ତାବ

author img

By

Published : Aug 9, 2020, 8:37 PM IST

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ସିନ୍ଧୁନଦୀ ଜଳବିବାଦ ମାମଲାର ସମାଧାନ ପାଇଁ ଆଗେଇ ଆସିଛନ୍ତି ଉଭୟ ଦେଶ । ସିନ୍ଧୁନଦୀ ଜଳ ଆୟୋଗ ମାମଲା ଉପରେ ଆଲୋଚନା କରିବାକୁ ଭାରତ ପାକିସ୍ତାନକୁ ପ୍ରସ୍ତାବ ଦେଇଛି । ତେବେ ଏହି ବୈଠକ ଅଟାରୀ ସୀମାରେ କରିବାକୁ ପାକିସ୍ତାନ ପକ୍ଷରୁ କୁହାଯାଇଛି । କିନ୍ତୁ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ବୈଠକ ଭର୍ଚୁଆଲ ଢଙ୍ଗରେ କରିବାକୁ ଭାରତ ସ୍ଫଷ୍ଟ କରିଛି ।

ଏହାପୂର୍ବରୁ ବିଶ୍ବ ବ୍ୟାଙ୍କ ପାକିସ୍ତାନକୁ ବଡ ଝଟକା ଦେଇ ଭାରତ ସହ ବର୍ଷ ବର୍ଷ ଧରି ଚାଲିଥିବା ଏହି ଜଳ ବିବାଦରେ ମଧ୍ୟସ୍ଥତା କରିବାକୁ ମନା କରିଦେଇଥିଲା । ଉଭୟ ଦେଶକୁ କୌଣସି ନିରପେକ୍ଷ ବିଶେଷଜ୍ଞ କିମ୍ବା ଅନ୍ୟ କୌଣଶି ବିକଳ୍ପ ଉପରେ ବିଚାର କରିବା ଉଚିତ ବୋଲି ବିଶ୍ବ ବ୍ୟାଙ୍କ ପାକିସ୍ତାନକୁ ଖୋଲାଖୋଲି ଭାବେ କହିଥିଲା । ଏହି ବିବାଦରେ ଆମେ କିଛି କରିପାରିବୁ ନାହିଁ ବୋଲି ବିଶ୍ବ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ।

ତେବେ ଇସଲାମାବାଦରେ ପାଞ୍ଚ ବର୍ଷ କାର୍ଯ୍ୟ ସମାପ୍ତ କରିବା ପରେ ପାକିସ୍ତାନ ବ୍ୟାପାର ବିଭାଗର ପୂର୍ବତନ ନିର୍ଦ୍ଦେଶକ ପେଚମୁଥୁ ଇଲାଙ୍ଗୋଭାନ୍ କହିଛନ୍ତି ଯେ, ଏହି ବିବାଦର ସମାଧାନ ପାଇଁ ଉଭୟ ଭାରତ ଏବଂ ପାକିସ୍ତାନ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ସୂଚନାଯୋଗ୍ୟ ଯେ, ଭାରତର ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପ ଉପରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ (COA) ନିଯୁକ୍ତ କରିବାକୁ ପାକିସ୍ତାନ ବିଶ୍ବ ବ୍ୟାଙ୍କକୁ ଅନୁରୋଧ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.