ETV Bharat / bharat

କୁଳଭୂଷଣ ଯାଦବଙ୍କୁ ନିସର୍ତ୍ତ କନସୁଲାର ଆକ୍ସେସ ପ୍ରଦାନ କରିବାକୁ ଭାରତର ଦାବି - ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବ

ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ନିସର୍ତ୍ତ କନସୁଲାର ଆକସେସ ପ୍ରଦାନ କରିବାକୁ ପାକିସ୍ତାନ ନିକଟରେ ଦାବି କରିଛି ଭାରତ । କୁଳଭୂଷଣ ଯାଦବ ପାକିସ୍ତାନର ସାମରିକ ଅଦାଲତରେ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନା କରିଦେଇଥିବା ପାକିସ୍ତାନ କିଛିଦିନ ତଳେ ଦାବି କରିଥିଲା ।

କୁଳଭୂଷଣ ଯାଦବ
କୁଳଭୂଷଣ ଯାଦବ
author img

By

Published : Jul 16, 2020, 12:32 PM IST

ନୂଆଦିଲ୍ଲୀ: ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ନିସର୍ତ୍ତ କନସୁଲାର ଆକସେସ ପ୍ରଦାନ କରିବାକୁ ପାକିସ୍ତାନ ନିକଟରେ ଦାବି କରିଛି ଭାରତ । ଯାଦବଙ୍କ ରିଭ୍ୟୁ ପିଟିସନ ଦାଖଲ କରିବାର ଶେଷ ତାରିଖ ଜୁଲାଇ 20 ପର୍ଯ୍ୟନ୍ତ ରହିଛି । ତେଣୁ ଏହା ପୂର୍ବରୁ ତାଙ୍କ ସହ ଦେଖା କରିବାକୁ ଭାରତୀୟ କନସୁଲାରଙ୍କୁ ନିସର୍ତ୍ତ ଅନୁମତି ପ୍ରଦାନ କରିବାକୁ ପାକିସ୍ତାନକୁ କୁହାଯାଇଛି ।

କୁଳଭୂଷଣ ଯାଦବ ପାକିସ୍ତାନର ସାମରିକ ଅଦାଲତରେ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନା କରିଦେଇଥିବା ପାକିସ୍ତାନ କିଛିଦିନ ତଳେ ଦାବି କରିଥିଲା । 17 ଜୁନ୍ 2020 ରେ କୁଳଭୂଷଣ ଯାଦବଙ୍କୁ ତାଙ୍କ ଦଣ୍ଡର ସମୀକ୍ଷା ଏବଂ ପୁନର୍ବିଚାର ପାଇଁ ଆବେଦନ କରିବାକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ନିଜର ଆଇନଗତ ଅଧିକାରକୁ ବ୍ୟବହାର କରି ଦଣ୍ଡବିଧାନର ପୁନର୍ବିଚାର ପାଇଁ ଆବେଦନ କରିବାକୁ ମନା କରିଦେଇଥିବା ପାକିସ୍ତାନ କହିଥିଲା ।

ତେବେ ଭାରତ ଏହାକୁ ଖଣ୍ଡନ କରିଥିଲା । କୁଳଭୂଷଣଙ୍କୁ ଏଭଳି କରିବାକୁ ବାଧ୍ୟ କରାଯାଇଥିବା ଭାରତ କହିଥିଲା । ଗତ ଗୁରୁବାର ଦିନ ଭାରତ ପକ୍ଷରୁ କୁହାଯାଇଥିଲା, କୁଳଭୂଷଣ ଯାଦବଙ୍କ ମାମଲାରେ ସେ ସମସ୍ତ ଆଇନଗତ ବିକଳ୍ପର ଆକଳନ କରୁଛି । ଭାରତ ସରକାର ସମସ୍ତ ଭାରତୀୟ ନାଗରିକଙ୍କ ଜୀବନ ରକ୍ଷା ପାଇଁ ପ୍ରତିଶୃତିବଦ୍ଧ । ଏହା ପାକ୍ତିସ୍ତାନର ଚିରଚରିତ ଉଦ୍ଦେଶ୍ୟ ତଥା ଷଡଯନ୍ତ୍ରର ଏକ ଅଂଶ ବୋଲି ଭାରତ କହିଥିଲା ।

କୁଳଭୂଷଣ ଯାଦବ ମାମଲାରେ କୂଟନୈତିକ ମାଧ୍ୟମରେ ଆଇସିଜେର ନିର୍ଦ୍ଦେଶକୁ ପୂର୍ଣ୍ଣରୂପେ ଲାଗୁ କରାଇବାକୁ ନେଇ ପ୍ରୟାସ ଜାରି ରହିଛି । ଗତ 4 ବର୍ଷରୁ ପାକିସ୍ତାନ ଏମିତି ଖେଳ ଖେଳିଆସୁଛି । କୁଳଭୂଷଣଙ୍କୁ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନାକରିବା ପାଇଁ ପାକିସ୍ତାନ ଚାପ ପକାଇଥିବା ଭାରତୀୟ ଦାବି କରିଥିଲା ଭାରତ ।

ସୂଚନାଯୋଗ୍ୟ ଯେ, ଗୁପ୍ତଚର ଅଭିଯୋଗରେ ୨୦୧୭ରେ କୁଳଭୂଷଣଙ୍କୁ ପାକ୍‌ ସାମରିକ ଅଦାଲତ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। ପାକିସ୍ତାନ ଭିଏନା ସନ୍ଧିର ନିୟମର ଉଲ୍ଲଙ୍ଘନ କରିଥିବା ନେଇ ଭାରତ ଆଇସିଜେର ଦ୍ୱାରସ୍ଥ ହୋଇଥିଲା । ପାକିସ୍ତାନ ମିଥ୍ୟା ତଥ୍ୟ ରଖିଥିବା ଭାରତ ପକ୍ଷରୁ ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ଯୁକ୍ତି ରଖିଥିଲେ । ଏହା ପରେ କୁଳଭୂଷଣଙ୍କ ଦଣ୍ଡାଦେଶ ଉପରେ ରୋକ୍‍ ଲଗାଇଥିଲେ ଆଇସିଜେ । ଏହା ସହିତ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକସେସ ଦେବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.