ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ନେଇ ଦ୍ବତୀୟ ପର୍ଯ୍ୟାୟ ସାମରିକ ଆଲୋଚନା ଶେଷ ହୋଇଛି । ଲଦାଖ ସୀମାରେ ଚାଲିଥିବା ବିବାଦର ସମାଧାନ ଖୋଜିବାକୁ ବୁଧବାର ଭାରତ ଏବଂ ଚୀନ୍ର ମେଜର ଜେନେରାଲସ୍ତରୀୟ ଆଲୋଚନା ହୋଇଥିଲା । ପୂର୍ବ ଲଦାଖ ସେକ୍ଟରରେ ଜାରି ବିବାଦର ସମାଧାନ ଖୋଜିବା ପାଇଁ ଭାରତ ଏବଂ ଚୀନ୍ ଆସନ୍ତା 10 ଦିନ ମଧ୍ୟରେ ଏକାଧିକ ସ୍ତରରେ ସାମରିକ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଥିବା ସୂତ୍ରରୁ ଜଣାପଡିଛି ।
ବୁଧବାର ଦିନ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିବା ବେଳେ କିଛି ସମୟ ପରେ ଏହାର ନିଷ୍କର୍ଶ ଜଣାପଡ଼ିବ ବୋଲି ଭାରତୀୟ ସେନା ସୂତ୍ରରୁ ପ୍ରକାଶ କରାଯାଇଛି । ପୂର୍ବରୁ ଜୁନ 6ରେ ଉଭୟ ଦେଶର ସେନାର କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ଏଥିରେ ଭାରତ ପକ୍ଷରୁ 14 କର୍ପସ ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ପ୍ରତିନିଧିତ୍ବ କରିଥିବା ବେଳେ ଚୀନ ପକ୍ଷରୁ ମେଜର ଜେନେରାଲ ଲିଉ ଲିନ ପ୍ରତିନିଧିତ୍ବ କରିଥିଲେ ।
ପ୍ରଥମ ପର୍ଯ୍ୟାୟ ଆଲେଚନା ପରେ ଗାଲୱାନ୍ ନାଲା, ପିପି-15 ଏବଂ ହଟ୍ ସ୍ପ୍ରିଙ୍ଗ୍ସରେ ଚୀନ ସୈନ୍ୟବାହିନୀ ନିଜର ଅବସ୍ଥିତିଠାରୁ 2-2.5 କିଲୋମିଟର ପଛକୁ ହଟିଥିଲେ । ଉଭୟ ଦେଶ ମଧ୍ୟରେ ଉପୁଜିଥିବା ସୀମା ବିବାଦର ଏକ ସ୍ଥାୟୀ ସମାଧାନ ଖୋଜିବା ଦିଗରେ ବାଟାଲିଅନ କମାଣ୍ଡର ସ୍ତରରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି ।
@ANI