ETV Bharat / bharat

ଆତଙ୍କବାଦ ବିରୋଧରେ ଏକାଠି ଲଢିବେ ଭାରତ-ଅଷ୍ଟ୍ରେଲିଆ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉଭୟ ରାଷ୍ଟ୍ରର ପ୍ରତିରକ୍ଷା ସଚିବ ଯୋଗ ଦେଇ ଆତଙ୍କବାଦ ଉପରେ ଆଲୋଚନା କରିଥିଲେ ।

author img

By

Published : Dec 10, 2019, 10:14 AM IST

fight against terrorism
ଆତଙ୍କବାଦ ବିରୋଧରେ ଏକାଠି ଲଢିବେ ଭାରତ-ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଆତଙ୍କବାଦ ସାରା ବିଶ୍ବ ପାଇଁ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଆତଙ୍କବାଦୀ ବିରୋଧରେ ଏକାଠି ଲଢିବେ ଭାରତ ଓ ଅଷ୍ଟ୍ରେଲିଆ । ଦୁଇ ଦେଶ ମଧ୍ୟରେ ହୋଇଥିବା ଟୁ ପ୍ଲସ ଟୁ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସାରା ବିଶ୍ବ ପାଇଁ ଏବେ ମୁଖ୍ୟ ଚ୍ୟାଲେଞ୍ଜର ବିଷୟ ହୋଇଛି ଆତଙ୍କବାଦ । ଉଭୟ ରାଷ୍ଟ୍ର ଏହା ବିରୋଧରେ ମିଶିକି ଲଢିବାକୁ ପ୍ରତିଶୃତିବଦ୍ଧ ହୋଇଛନ୍ତି । ଏହି ବୈଠକରେ ଦୁଇ ରାଷ୍ଟ୍ରର ପ୍ରତିରକ୍ଷା ସଚିବ ଯୋଗ ଦେଇ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ବିକାଶ ସମ୍ପର୍କରେ ବିଚାର ବିମର୍ଷ କରାଯାଇଥିଲା । ଏଥିସହ ଆତଙ୍କବାଦୀ, ଚରମପନ୍ଥୀ ଓ ହିଂସାତ୍ମକ କାର୍ଯ୍ୟକଳାପକୁ ରୋକିବା ପାଇଁ ଉଭୟ ରାଷ୍ଟ୍ର ପରସ୍ପରକୁ ସାହାଯ୍ୟ ସହଯୋଗ କରିବା ଉପରେ ମଧ୍ୟ ଜୋରଦାର ଆଲୋଚନା ହୋଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.