ETV Bharat / bharat

କାନିମୋଝିଙ୍କ ବାସଭବନରେ ଆୟକର ବିଭାଗର ଚଢାଉ - dmk

ଡିଏମକେ ସାଂସଦ କାନିମୋଝିଙ୍କ ବାସଭବନରେ ଆୟକର ବିଭାଗର ଚଢଉ  ।  କାନିମୋଝିଙ୍କ ତୁତିକୋରିନର କୁରିଞ୍ଚିନଗର ସ୍ଥିତ ବାସଭବନରେ ହୋଇଛି ଏହି ଚଢାଉ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 16, 2019, 11:32 PM IST

ଚେନ୍ନାଇ: ଡିଏମକେ ସାଂସଦ କାନିମୋଝିଙ୍କ ବାସଭବନରେ ଆୟକର ବିଭାଗର ଚଢାଉ। କାନିମୋଝିଙ୍କ ତୁତିକୋରିନର କୁରିଞ୍ଚିନଗର ସ୍ଥିତ ବାସଭବନରେ ବିପୁଳ ପରିମାଣରେ ନଗଦ ଟଙ୍କା ଥିବା ଆୟକର ବିଭାଗକୁ ଖବର ମିଳିଥିଲା । ତେବେ ସୂଚନା ଆଧାରରେ ଆୟକର ବିଭାଗ ତାଙ୍କ ବାସ ଭବନରେ ଚଢାଉ କରିଥିଲା । ଆୟକର ବିଭାଗର ପ୍ରାୟ ୧୦ ଜଣ ଅଫିସର ଏହି ଚଢାଉରେ ସାମିଲ ହୋଇଥିଲେ।

ତେବେ ଏହି ଚଢାଉକୁ ବିରୋଧ କରିବା ସହ ଏଥିରେ କ୍ଷୁବ୍ଧ ପ୍ରକାଶ କରିଛନ୍ତି ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ। ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଆୟୋଗଙ୍କ ସହାୟତାରେ ଡିଏମକେକୁ ବଦନାମ କରିବାର ପ୍ରୟାସ କରୁଥିବା ସେ କହିଛନ୍ତି। ଏହା ବ୍ୟତିତ ବିଜେପିର ତାମିଲନାଡୁ ପ୍ରଦେଶ ଅଧ୍ୟକ୍ଷ ତାମିଲିସାଇ ସୌନ୍ଦର୍ଯ୍ଯରାଜନଙ୍କ ଘରେ କୋଟି କୋଟି ଟଙ୍କା ଥିବା ସତ୍ତ୍ବେ ଆୟକର ବିଭାଗ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ଡିଏମକେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଦଳୀୟ କର୍ମୀ କାନିମୋଝିଙ୍କ ଘର ବାହାରେ ଜମା ହେବା ସହ ତାଙ୍କ ସମର୍ଥନରେ ନାରାବାଜି ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, କାନିମୋଝି ତାମିଲନାଡୁର ତୁତିକୋରିନ ଲୋକସଭା ଆସନରୁ ପ୍ରାର୍ଥୀ ଅଛନ୍ତି ।

Intro:Body:

'ଲୋକଙ୍କ ସମର୍ଥନ ପାଇ ବିଜୟୀ ହେବି'

ଭୁବନେଶ୍ବର: ଚଳିତ ବର୍ଷର ନିର୍ବାଚନରେ ଚାଲିଛି ଜୋରଦାର ଲଢେଇ। ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବେ ରଣାଙ୍ଗନରେ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆସନ୍ତା 18 ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତିର ପାହାଡ ଠିଆ କରୁଛନ୍ତି ପ୍ରାର୍ଥୀ। କେଉଁ ମୁଦ୍ଦା ନେଇ ଜନତାଙ୍କ ମନ ଜିଣିବେ ସେ ନେଇ ଚାଲିଛି ଜୋରଦାର ପ୍ରଚେଷ୍ଟା।

ତେବେ ଏହି କ୍ରମରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସଞ୍ଜୀବ କୁମାର ରାୟ।

ଗତଥର ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବା ଜଗନ୍ନାଥ ପ୍ରଧାନ ଚଳିତ ଥର ଜନସାଧାରଣଙ୍କ ଆଶୀର୍ବାଦ ଲୋଡିଛନ୍ତି। ଏହାସହ ରାଜ୍ୟରେ ସରକାର ବଦଳିବା ଦରକାର ଓ ଡବଲ ଇଞ୍ଜିନ ସରକାରର ଆହ୍ବାନ ଦେଇଛନ୍ତି ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.