ETV Bharat / bharat

ଉଦଘାଟନୀ ଉତ୍ସବ ଭୋଜନରେ କମଲା ହାରିସଙ୍କ ପ୍ରିୟ ଖାଦ୍ୟ ସାମିଲ - ଆମେରିକାରେ ଉଦଘାଟନୀ ଉତ୍ସବ

ବୁଧବାର ଆମେରିକା ନବ ନର୍ବାଚିତ ରାଷ୍ଟ୍ରପତି ଜୋ ବାଇଡ଼େନ ଓ ଉପରାଷ୍ଟ୍ରପତି କମଲା ହାରିସ ଏକ ଉଦଘାଟନୀ ଉତ୍ସବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ଉତ୍ସବରେ କମଲା ହାରିସଙ୍କ ପ୍ରିୟ ଖାଦ୍ୟକୁ ସାମିଲ କରାଯାଇଛି । ଅଧିକ ପଢନ୍ତୁ...

Inauguration Day dinner features Kamala Harris' favourite dish
ଉଦଘାଟନୀ ଉତ୍ସବ ଭୋଜନରେ କମଲା ହାରିସଙ୍କ ପ୍ରିୟ ଖାଦ୍ୟ ସାମିଲ
author img

By

Published : Jan 19, 2021, 8:22 PM IST

ୱାଶିଂଟନ: ଆମେରିକାର ନିର୍ବାଚିତ ହୋଇଥିବା ନୂଆ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସ ଜାନୁଆରୀ 20 ତାରିଖରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଶପଥ ପାଠ କରିବାକୁ ଯାଉଛନ୍ତି । ଏହି ଉତ୍ସବର ଭୋଜନ ସମାରୋହରେ ସାନ୍‌ ଫ୍ରାନ୍ସିସ୍କୋ ବେ ଅଞ୍ଚଳର ରୋଷେୟା ରବର୍ଟ ଡର୍ସି ହାରିସଙ୍କ ପ୍ରିୟ ଖାଦ୍ୟକୁ ସାମିଲ କରିଛନ୍ତି ।

ଉଦଘାଟନୀ ଦିବସ ପାଇଁ ଆୟୋଜିତ ଏହି ଭୋଜନରେ ଜର୍ସି ହାରିସଙ୍କ ପ୍ରିୟ ଖାଦ୍ୟଗୁଡିକୁ ପରଷିବେ । ସେଥି ମଧ୍ୟରେ ଏକ ଖାଦ୍ୟ ଥିଲା 'ଦି ସିଫୁଡ ଗମ୍ବୋ', ଏହା ଏକ ପ୍ରକାର ସୁପ୍ ଯାହା ମୁଖ୍ୟତଃ ଏକ ଦୃଢ ସ୍ବାଦଯୁକ୍ତ ଷ୍ଟକ୍(ମାଂସରୁ ବାହାରୁଥିବା ଏକ ପ୍ରକାର ସ୍ବାଦ), ମାଂସ, ଲଙ୍କା ଏବଂ ପିଆଜ ଆଦି ଦ୍ବାରା ପ୍ରସ୍ତୁତ ହୋଇଥାଏ । ଗମ୍ବୋ ସୁପ୍‌ ହେଉଛି ଆମେରିକା ଲୁଇସିଆନାର ଏକ ପ୍ରକାର ସମ୍ଭାନ୍ତଶ୍ରେଣୀର ଖାଦ୍ଯ ।

ରୋଷେୟା ଡର୍ସି ଏବଂ ଉପରାଷ୍ଟ୍ରପତି କମଲା ହାରିସ ବର୍କେଲିରେ ଥିବା ଶିକ୍ଷାନୁଷ୍ଠାନ 'ଥାଉଜାଣ୍ଡ୍ସ ଓକସ୍ ପ୍ରାଥମିକ ବିଦ୍ୟାଳୟ'ରେ ପଢୁଥିଲେ ଏବଂ ଏଠାରେ ଉଭୟ ଶିକ୍ଷୟିତ୍ରୀ ଫ୍ରାନ୍ସିସ୍ ୱିଲସନଙ୍କ ନିକଟରେ ପାଠ ପଢୁଥିବା ରବର୍ଟ ଡର୍ସି କେଟରିଂ ଆଣ୍ଡ ଇଭେଣ୍ଟର ମାଲିକ ସେଫ୍‌(ରୋଷେୟା) ଡର୍ସି କହିଛନ୍ତି । ଏହି ସମ୍ପର୍କରେ ଡର୍ସି କହିଛନ୍ତି, "5 କିମ୍ବା 6 ବର୍ଷ ପୂର୍ବେ ମୁଁ ଅନୁଭବ କଲି ଯେ ଉପରାଷ୍ଟ୍ରପତି-ନିର୍ବାଚିତ ହୋଇଥିବା କମଲା ହାରିସ ମଧ୍ୟ ୱିଲସନଙ୍କୁ ଜଣେ ଶିକ୍ଷୟିତ୍ରୀ ଭାବରେ ଗ୍ରହଣ କରିଥିଲେ ।

ତେବେ ଶିକ୍ଷୟିତ୍ରୀ ୱିଲସନ ଡର୍ସିଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଜଣେ ବୋଲି ଡ଼ର୍ସି କହିଛନ୍ତି । ତାଙ୍କୁ ଏକ ନୂତନ ଜୀବନ ଓ ଭାବନା ଯୋଗାଇଦେବାରେ ଶିକ୍ଷୟିତ୍ରୀ ୱିଲସନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି । ଶିକ୍ଷୟିତ୍ରୀ ୱିଲସନଙ୍କ ବ୍ୟତୀତ ସେ ଓ ଉପରାଷ୍ଟ୍ରପତି ହାରିସ ମଧ୍ୟରେ ଆଉ ଏକ ଜିନିଷ ସମାନ ରହିଛି, ତାହା ହେଉଛି ଗମ୍ବୋ ସୁପ୍‌ । ଉଭୟଙ୍କୁ ଏହି ଗମ୍ବୋ ସୁପ୍‌ ପସନ୍ଦ ବୋଲି ସେ କହିଛନ୍ତି । ଏଥିଲାଗି ଏହି ଉଦଘାଟନୀ ଉତ୍ସବର ମେନ୍ୟୁରେ ଏହି ସୁପ୍‌କୁ ସାମିଲ କରିବା ପାଇଁ ସେ ସ୍ଥିର କରିଥିଲେ ।

ନୂତନ ପ୍ରଶାସନକୁ ସ୍ବାଗତ କରିବା ପାଇଁ ସେ ତାଙ୍କ ସମ୍ପ୍ରଦାୟକୁ ଏକ ସ୍ୱାଦିଷ୍ଟ ଭୋଜନ ଯୋଗାଇ ଦେବେ ଡର୍ସି କହିଛନ୍ତି । ଏହି ଖାଦ୍ଯଗୁଡିକୁ ପ୍ରସ୍ତୁତ କରି ଲୋକମାନଙ୍କୁ ଉଦଘାନଟୀ ଉତ୍ସବର ଭରପୂର ମଜା ଯୋଗାଇଦେବା ପାଇଁ ଡର୍ସି କହିଛନ୍ତି । ସେ ଏକ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି ଯେ "ଏହି ବାର୍ତ୍ତାଳାପକୁ ମୁଁ ଗମ୍ବୋ ସହିତ ବନ୍ଦ କରିବାକୁ ଚାହୁଁଛି । ଉଦଘାଟନୀ ଦିବସରେ ସ୍ବାଦିଷ୍ଟ ଖାଦ୍ୟ ଯୋଗାଇ ଦେଇ ଆମେ ଗର୍ବିତ ହୋଇ ଛିଡା ହେବୁ । ମୁଁ ଏବେ ଗମ୍ବୋ ସୁପ୍‌କୁ ଉପଭୋଗ କରିବାକୁ ଯାଉଛି ଏବଂ ଏହି ମୁହୂର୍ତ୍ତକୁ ମୋ ପରିବାର ଏବଂ ଲୋକମାନଙ୍କ ସହ ବାଣ୍ଟିବାକୁ ଯାଉଛି " ବୋଲି ସେ କହିଛନ୍ତି । ତେବେ ଜାନୁଆରୀ 20 ତାରିଖ ତଥା ବୁଧବାର ଏହି ଉଦଘାଟନୀ ଉତ୍ସବ ଆୟୋଜିତ ହେବ । ଯେଉଁଥିରେ ଜୋ ବାଇଡେନ ଓ ହାରିସ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଶପଥ ପାଠ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.