ETV Bharat / bharat

କରତାରପୁର କରିଡର ଉଦଘାଟିତ, ଇମରାନଙ୍କୁ ଧନ୍ୟବାଦ ଜଣାଇଲେ ମୋଦି - 5000 ତୀର୍ଥଯାତ୍ରୀ ଯିବାର ବ୍ୟବସ୍ଥା

ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ କରତାରପୁର କରିଡର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୁରଦାସପୁର ସାଂସଦ ତଥା ଅଭିନେତା ସନ୍ନି ଦେଓଲଙ୍କ ସମେତ ଅନେକ ବ୍ୟକ୍ତିବିଶେଷ ଏଥିରେ ଯୋଗ ଦେଇଛନ୍ତି । 500 ଯାତ୍ରୀଙ୍କ ତୀର୍ଥଯାତ୍ରା ଆରମ୍ଭ ହୋଇଛି । ପ୍ରତିଦିନ 5000 ତୀର୍ଥଯାତ୍ରୀ ଯାତ୍ରା କରିପାରିବେ ।

ଡିଜାଇନ ଫଟୋ
author img

By

Published : Nov 9, 2019, 1:40 PM IST

Updated : Nov 9, 2019, 6:54 PM IST

ନୂଆଦିଲ୍ଲୀ: ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ କରତାରପୁର କରିଡର । ଏହି ଅବସରରେ ପାକିସ୍ତାନ ପିଏମଙ୍କୁ ଇମରାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

inaguration of kartarpur coridor
କରତାରପୁର କରିଡର ଉଦଘାଟିତ

ଭାରତୀୟଙ୍କ ଭାବନାର ସମ୍ମାନ ଜଣାଇଥିବାରୁ ଇମରାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୁଲତାନପୁରର ଲୋଧିସ୍ଥିତ ଗୁରୁଦ୍ବାରରେ ଜନସଭାକୁ ସମ୍ବୋଧିତ କରି କରତାରପୁର କରିଡର ପାଇଁ ଖୁସି ବ୍ୟକ୍ତ କରିଛନ୍ତି ମୋଦି । ଏହି ଅବସରରେ ପିଏମ ମୋଦିଙ୍କୁ ନାରଙ୍ଗୀ ରଙ୍ଗର ପଗଡିରେ ଦେଖିବାକୁ ମିଳିଥିଲା ।

ଗୁରୁଦାସପୁର ସାଂସଦ ସନ୍ନୀ ଦେଓଲ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଶିରୋମଣୀ ଅକାଳୀ ଦଳର ସୁଖବୀର ବାଦଲ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କରତାରପୁର କରିଡର ପାଇଁ ସମଗ୍ର ଦେଶକୁ ଶୁଭେଚ୍ଛା ଜଣାଇବା ସହ ଦେଶ ଉଦ୍ଦେଶ୍ୟରେ କରିଡରକୁ ସମର୍ପିତ କରାଗଲା ବୋଲି କହିଥିଲେ ମୋଦି।

ପ୍ରଧାନମନ୍ତ୍ରୀ ସ୍ମାରକୀ ମୁଦ୍ର ଓ ଷ୍ଟାମ୍ପ ମଧ୍ୟ ଉଦଘାଟନ କରିଛନ୍ତି । ପାସେଞ୍ଜର ଟର୍ମିନେଟେଡ ବା ଚେକ୍ ପୋଷ୍ଟକୁ ମଧ୍ୟ ଉଦଘାଟନ କରିଛନ୍ତି ମୋଦି । ଏହି ଚେକ୍ ପୋଷ୍ଟ ଦେଇ ବିନା ଭିସାରେ ତୀର୍ଥଯାତ୍ରୀ ଯାତ୍ରା କରିପାରିବେ । ପ୍ରକାଶଥାଉକି, କରତାରପୁର କରିଡରର ଶିଳାନ୍ୟାସ ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ଦ୍ବାରା କରାଯାଇଥିଲା।

ଅନ୍ୟପକ୍ଷେ ଗୁରୁଦ୍ବାରାରେ ପୂଜା କରି ପବିତ୍ର ବେର୍ ବୃକ୍ଷକୁ ମଧ୍ୟ ଦର୍ଶନ କରିଥିଲେ । ଏହି ବୃକ୍ଷ ତଳେ ଗୁରୁ ନାନକ ବସି 14 ବର୍ଷ ତପସ୍ୟା କରିଥିଲେ । ତେବେ ଉଦଘାଟନୀ ଦିବସରେ ପ୍ରାୟ 500 ତୀର୍ଥଯାତ୍ରୀ ଯାତ୍ରା କରିଥିଲେ । ସେମାନଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ଯାତ୍ରା କରିଥିଲେ ।

Intro:Body:

sd

Conclusion:
Last Updated : Nov 9, 2019, 6:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.