ETV Bharat / bharat

‘14 ଦିନିଆ ଲକଡାଉନ ହେଲେ ଆୟତ୍ତରେ ରହିବ କୋରୋନା ସଂକ୍ରମଣ’

author img

By

Published : Jul 11, 2020, 1:55 PM IST

ଦେଶରେ ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ଏହା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଅଧିକ ପଢନ୍ତୁ...

14 ଦିନିଆ ଲକଡାଉନ ହେଲେ ଆୟତ୍ତରେ ରହିବ କୋରୋନା ସଂକ୍ରମଣ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢୁଥିବା କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟ ପୁନର୍ବାର ଲକଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏଆଇଏମଏସଏସ)ର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ରାଜ୍ୟ ସରକାରଙ୍କ ଦ୍ବାରା ଲଗାଯାଇଥିବା ଲକଡାଉନ ଉପରେ ନିଜର ମତଭେଦ ପ୍ରକାଶ କରିଛନ୍ତି। ଡକ୍ଟର ଗୁଲେରିଆ କହିଛନ୍ତି ଯେ ଅଳ୍ପ ସମୟ ପାଇଁ ଲଗାଯାଇଥିବା ଲକଡାଉନ କୋରୋନା ସଂକ୍ରମଣ ବୃଦ୍ଧି ରୋକିବାରେ କୌଣସି କାର୍ଯ୍ୟ କରିବନି । ଯଦି ଏହାକୁ ରୋକିବାର ଅଛି ତେବେ ରାଜ୍ୟଗୁଡିକରେ ଅତି କମରେ 14 ଦିନ ପାଇଁ ଲକଡାଉନ କରିବାକୁ ପଡିବ।

ତେବେ ଉତ୍ତରପ୍ରଦେଶରେ 55 ଘଣ୍ଟା ଧରି ସମ୍ପୂର୍ଣ୍ଣ ଲକଡାଉନ କରାଯାଇଥିବାବେଳେ, ମହାରାଷ୍ଟ୍ର ସରକାର ମଧ୍ୟ ପୁନେରେ 10 ଦିନିଆ ଲକଡାଉନ ଘୋଷଣା କରିଛନ୍ତି।

ଏସିବିଆଇ ପକ୍ଷରୁ ଆୟୋଜିତ ଏକ ଇକୋନୋମିକ ସମ୍ମିଳନୀରେ କୋରୋନା ବିଷୟରେ ଆଲୋଚନା ଚାଲୁଥିବା ସମୟରେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଗୁଲେରିଆ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଦେଶରେ ସଂକ୍ରମଣରେ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା ସପ୍ତାହରେ କେଉଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାକୁ ଥିବାବେଳେ, ଆଉ କେଉଁ ରାଜ୍ୟରେ ଏହାର କମ ହେବାର ଆଶଙ୍କା ରହିଛି ।ଗୁଲେରିଆ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଦେଶରେ ସଂକ୍ରମଣ କମ୍‌ କମିବାକୁ ଆହୁରି ସମୟ ଲାଗିବ ।

ସେ ଆହୁରି କହିଛନ୍ତି, 'ଲୋକମାନେ ଅନଲକରେ ଦିଆଯାଇଥିବା କୋହଳକୁ ଭୁଲ ଫାଇଦା ଉଠାଉଛନ୍ତି ଏବଂ ସାମାଜିକ ଦୂରତାକୁ ଲୋକେ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି। ପ୍ରଶାସନକୁ କ୍ରମାଗତ ଭାବରେ କୋରୋନା କ୍ଲଷ୍ଟର୍ସ ଓ କଣ୍ଟେନମେଣ୍ଟ ଅଞ୍ଚଳରେ ନଜର ରଖିବା ଉଚିତ । ସମଗ୍ର ସହରରେ ଲକଡାଉନ କଲେ କୌଣସି ଲାଭ ହେବନାହିଁ । ସରକାରଙ୍କୁ କଣ୍ଟେନମେଣ୍ଟ ଅଞ୍ଚଳ ଚିହ୍ନଟ କରି ଲକଡାଉନକୁ କଡାକଡି ପାଳନ କରିବା ଉଚିତ' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.