ଜୟପୁର: ଏଟିଏମରୁ ଲୁଟିଲେ ଲକ୍ଷାଧିକ ଟଙ୍କା । ଉଦୟପୁରର ଏକଲିଙ୍ଗପୁରରେ ଗତରାତିରେ ଏକ ଏଟିଏମ ଚୋରି ଗ୍ୟାଙ୍ଗ ପୁଣି ଏକ ଏଟିଏମ କାଟି ଲୁଟ କରିଛନ୍ତି । ବର୍ତ୍ତମାନ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।
ରାଜସ୍ଥାନର ଉଦୟପୁରର ସାବିନା ଥାନା ଅନ୍ତର୍ଗତ ଏକଲିଙ୍ଗ ପୁର ଗତକାଲି ରାତିରେ ଦୁର୍ବୃତ୍ତମାନେ ମୁଖ୍ୟ ରାସ୍ତାରେ ଥିବା ବ୍ୟାଙ୍କ ଅଫ ବରୋଦାର ଏକ ଏଟିଏମକୁ ଟାର୍ଗେଟ କରିଛନ୍ତି । ଗତକାଲି ରାତି 1 ରୁ 2ଟା ସମୟରେ ଏଟିଏମକୁ ଗ୍ୟାସ କଟର ସାହାଯ୍ୟରେ କାଟି ଦୁର୍ବୃର୍ତ୍ତମାନେ 14 ଲକ୍ଷ୍ 28ହଜାର ଟଙ୍କା ଲୁଟ କରିନେଇଛନ୍ତି । ଗତକାଲି ହିଁ ବ୍ୟାଙ୍କ ସଞ୍ଚାଳକ 15 ଲକ୍ଷ ଟଙ୍କା ଏଟିଏମରେ ଭର୍ତ୍ତି କରିଥିଲେ ।
ଏହାପରେ ବ୍ୟାଙ୍କ ଅଧିକାରୀ ହାଇଦ୍ରାବାଦ ପୋଲିସକୁ ସୂଚନା ଦେଲାପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଦୟପୁର ଅଞ୍ଚଳରେ ବହୁବାର ଏଭଳି ଏଟିଏମ ଲୁଟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି । ପୋଲିସର କାର୍ଯ୍ୟଶୈଳୀ ଓ ରାତ୍ର ପେଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ