ETV Bharat / bharat

ବାର୍ଦ୍ଧକ୍ୟରେ ଆତ୍ମନିର୍ଭରଶୀଳତା ! ମାତ୍ର ୧୦୦ଟଙ୍କା ପାଇଁ ୧୮ କିମିର ଯାତ୍ରା - ମାତ୍ର ୧୦୦ଟଙ୍କା ପାଇଁ ୧୮କିମି ଯାତ୍ରା

ମାତ୍ର ଶହେ ଟଙ୍କାର ପାରିଶ୍ରମିକ। ୭୦ବର୍ଷ ବୟସ। ଦୈନିକ ୧୮କିମିର ଯାତ୍ରା ! ଏହା କୌଣସି ମନଗଢା ଗରିବୀ କାହାଣୀ ନୁହେଁ। କିମ୍ବା ସରକାରଙ୍କ ପାରିବାପଣିଆକୁ ଟାର୍ଗେଟ କରି ନୁହେଁ ବରଂ ଆଜିର ଆତ୍ମନିର୍ଭରଶୀଳ ଭାରତର ଏକ ନଗ୍ନ ତଥା ଭାବପ୍ରଵଣତାର ପ୍ରତିଛବି। ସତରେ ଭାରତ ଆତ୍ମନିର୍ଭରଶୀଳ ହେଉଛି!

ବାର୍ଦ୍ଧକ୍ୟର ଆତ୍ମନିର୍ଭରଶୀଳତା ! ମାତ୍ର ୧୦୦ଟଙ୍କା ପାଇଁ ୭୦ ବର୍ଷରେ ୧୮କିମି ଯାତ୍ରା

author img

By

Published : Jul 22, 2020, 1:40 PM IST

ନୂଆଦିଲ୍ଲୀ: ମାତ୍ର ଶହେ ଟଙ୍କାର ପାରିଶ୍ରମିକ। ୭୦ବର୍ଷ ବୟସ। ଦୈନିକ ୧୮କିମିର ଯାତ୍ରା ! ଏହା କୌଣସି ମନଗଢା ଗରିବୀ କାହାଣୀ ନୁହେଁ। କିମ୍ବା ସରକାରଙ୍କ ପାରିବାପଣିଆକୁ ଟାର୍ଗେଟ କରି ନୁହେଁ ବରଂ ଆଜିର ଆତ୍ମନିର୍ଭରଶୀଳ ଭାରତର ଏକ ନଗ୍ନ ତଥା ଭାବପ୍ରଵଣତାର ପ୍ରତିଛବି। ସତରେ ଭାରତ ଆତ୍ମନିର୍ଭରଶୀଳ ହେଉଛି ! କିନ୍ତୁ ଏ ୭୦ବର୍ଷ ବୟସର ବୃଦ୍ଧଙ୍କ ଏହି ଆତ୍ମନିର୍ଭରଶୀଳତାର ଦୃଶ୍ୟ ଯେଵେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୁଏ, ଠିକ୍ ସେତେଵେଳେ ଦେଶର ରାଜନୈତିକ, ପ୍ରଶାସନିକ ଏଵଂ ସର୍ଵୋପରି ପାରିବାରିକ ଅଵହେଳାର କାହାଣୀ ବାହାରକୁ ଆସେ। ଘଟଣାଟି ଯେତିକି ସହଜଵୋଧ ହୁଏ ସେତିକି ଆନ୍ଦୋଳିତ କରେ !

  • ‘Our only assets are these hands and legs’
    Shouldering bundles of grass, Bhagauli Sahu, in his 70s, sometimes walks for around 18 kilometres from Shankardah village to Dhamtari town in Chhattisharh, to earn roughly Rs. 100https://t.co/ra2TfXkfAK pic.twitter.com/Te7AhAqdKh

    — The People's Archive of Rural India (@PARInetwork) July 22, 2020 " class="align-text-top noRightClick twitterSection" data=" ">

ରୋଗୀଣା କାନ୍ଧରେ ଘାଷ ବିଡା। ଵୟସର ଏହି ସଂଗୀନ୍ ଅକଳିରେ ଜୀବନ/ଜୀବିକା। ଛତିଶଗଡ ରାଜ୍ୟର ଶଙ୍କରଦାହ୍ ବୋଲି ଗୋଟିଏ ଗାଁ। ସେଠାରୁ ଧମତାରୀ ସହରର ଦୂରତା ୧୮କିମି। ଏହି ୧୮କିମି ବାଟକୁ ପାଦରେ ଚାଲି ପ୍ରତ୍ୟହ ଜୀବିକା ନିର୍ବାହ କରିବାକୁ ବା 100ଟଙ୍କା ରୋଜଗାର କରିବାକୁ ବାହାରନ୍ତି ଭାଗୌଲି ସାହୁ। ଏହି ଦୃଶ୍ୟ ଏଵେ ସାମାଜିକ ଜୀବନର ନିଷ୍ଠୁର ଉଦାହରଣ ପାଲଟିଛି।

ପ୍ରଗତିର ଦେଖାଣିଆ ପରିସଂଖ୍ୟାନ କେନ୍ଦ୍ର ହାତରେ। ଦିନକୁ ଦିନ ଆଞ୍ଚଳିକ ସରକାର ଉନ୍ନୟନର ରଂଗୀନ୍ ଚିତ୍ର ଦେଖେଇ ଚାଲିଛନ୍ତି। ମୁଣ୍ଡ ପିଛା ଆୟ କୁହନ୍ତୁ କି କୋରୋନା ସମୟର ଜୀବନଶୈଳୀ-ସଵୁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ଜନସାଧାରଣଙ୍କ ସାଥିରେ ଅଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ଠାରୁ ବାର୍ଦ୍ଧକ୍ୟର ସହାନୁଭୂତି ପର୍ଯ୍ୟନ୍ତ ସଵୁଥିରେ ସରକାର ମୂରବି ପାଲଟିଛନ୍ତି। ହେଲେ ଛତିଶଗଡ଼ ରାଜ୍ୟର ଶଙ୍କଦାହ୍ ଗାଁର ଏ ପ୍ରତିଚ୍ଛବି ଵାସ୍ତଵତାକୁ ଇଙ୍ଗିତ କରି କହୁଛି- ସରକାରୀ ଅପାରଗତାର ନିଚ୍ଛକ କାହାଣୀ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.