ETV Bharat / bharat

ତେଲେଙ୍ଗାନରେ ମାଗଣା ହ୍ୟାଣ୍ଡୱାସ ଓ ସାନିଟାଇଜର ବାଣ୍ଟୁଛି କମ୍ପାନୀ - ତେଲେଙ୍ଗାନା କୋରୋନା ନ୍ୟୁଜ

ଏହି ଘଡିସନ୍ଧି ମୂହୂର୍ତ୍ତରେ ଦେଶ ସେବାରେ ନିୟୋଜିତ ଅଛନ୍ତି ଡାକ୍ତର, ପୋଲିସ, ମିଡିଆ, ସଫେଇ କର୍ମଚାରୀ । ସେମାନଙ୍କୁ ତେଲେଙ୍ଗାନାର ଏକ କମ୍ପାନୀ ସାନିଟାଇଜର ଓ ମାସ୍କ ତିଆରି କରି ମାଗଣାରେ ବାଣ୍ଟୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ତେଲେଙ୍ଗାନରେ ମାଗଣାରେ ହ୍ୟାଣ୍ଡୱାସ ଓ ସାନିଟାଇଜର ବାଣ୍ଟୁଛି କମ୍ପାନୀ

author img

By

Published : Apr 2, 2020, 1:51 PM IST

ହାଇଦ୍ରାବାଦ: ମହାମାରୀ କୋରୋନା କବଳରେ ବିଶ୍ବ । ଏହାର ମୁକାବିଲା ପାଇଁ ପ୍ରତ୍ୟେକ ଦେଶ ତତ୍ପର । ତେଲେଙ୍ଗାନାରେ ମାସ୍କ ଓ ସାନିଟାଇଜର ଉତ୍ପାଦନ କରିବାକୁ ଏକ ସାଇଣ୍ଟିଫିକ ଇଷ୍ଟ୍ରୁମେଣ୍ଟ କମ୍ପାନୀ ଜୋରସୋରରେ ଲାଗିପଡିଛି । ଏହାସହ ଯେଉଁ ଲୋକମାନେ ଏବେ ଦେଶ ସେବାରେ ଏକଜୁଟ ହୋଇଛନ୍ତି ସେମାନଙ୍କୁ ମାଗଣାରେ ସାନିଟାଇର ଓ ମାସ୍କ ବାଣ୍ଟୁଥିବା ଜଣାପଡିଛି ।

ଲ୍ୟାବ କୋଡିନେଟର ଜଗନ୍ନାଥ ରାଓ ଏହି ପରିପ୍ରେକ୍ଷାରେ କହିଛନ୍ତି ଯେ, ଯେବେଠାରୁ ଲକ୍‌ଡାଉନ୍‌ ଘୋଷଣା ହୋଇଛି ସେବେଠାରୁ ଆମେ ସାନିଟାଇର ଓ ମାସ୍କ ତିଆରି କରିବା ଆରମ୍ଭ କରିଦେଇଛୁ । ଯେଉଁମାନେ ଏହି ସଂକ୍ରମଣ ନବ୍ୟାପିବା ପାଇଁ ଦିନରାତି ଏକ କରି କାମ କରୁଛନ୍ତି ସେମାନଙ୍କୁ ମାଗଣାରେ ବାଣ୍ଟୁଛୁ । ମହମ୍ମଦ ରଫୀ ନାମକ ଜଣେ ସ୍ବେଚ୍ଛାସେବୀ କହିଛନ୍ତି ଯେ, ସନରାଇଜ ଡାଇଗ୍ନୋଷ୍ଟିକ ମତେ ଏକ ସାନିଟାଇଜର ଓ ମାସ୍କ ପ୍ରଦାନ କରିଛନ୍ତି । ସେଥିପାଇଁ ସେ ନିଜର ଖୁସି ବ୍ୟକ୍ତ କରିଥିଲେ ।

ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନାନୁଯାୟୀ, ବୁଧବାର ସୁଦ୍ଧା 1834 ଜଣ କୋରୋନା ଆକ୍ରାନ୍ତ ହୋଇଥିବାବେଳେ 50 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.