ନୂଆଦିଲ୍ଲୀ: ଆସନ୍ତା 25 ରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଘୋଷଣା ହେବାର ଗୋଟିଏ ଦିନ ପରେ SOP ଗାଇଡଲାଇନ ଜାରି ହୋଇଛି ।
- ପୂର୍ବରୁ AAI ପକ୍ଷରୁ ସମସ୍ତ ଯାତ୍ରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଥିବା ବେଳେ ଏବେ ଏଥିରେ କିଛି ପରିବର୍ତ୍ତନ ହୋଇଛି । 14 ବର୍ଷରୁ କମ୍ ପିଲାଙ୍କ ପାଇଁ ଏହି ଆପ ଆବଶ୍ୟକ ନୁହେଁ ବୋଲି କୁହାଯାଇଛି ।
- ଯାତ୍ରୀମାନଙ୍କୁ ବିମାନ ସମୟର ଦୁଇ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ପଡିବ ।
- ଯାତ୍ରୀମାନେ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବା ବାଧ୍ୟତାମୂଳକ ।
- କେବଳ ଯେଉଁମାନଙ୍କର ବିମାନ ଆଗାମୀ ଚାରି ଘଣ୍ଟା ମଧ୍ୟରେ ଅଛି ସେମାନଙ୍କୁ ଟର୍ମିନାଲ୍ ବିଲଡିଂରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।
- ଯାତ୍ରୀମାନେ ଟର୍ମିନାଲ୍ ବିଲଡିଂରେ ପ୍ରବେଶ କରିବା ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ କରିବାକୁ ପଡିବ ।
- ଯେଉଁମାନଙ୍କୁ ଆରୋଗ୍ୟ ସେତୁରେ ‘ସବୁଜ’ସଙ୍କେତ ମିଳୁନାହିଁ ସେମାନଙ୍କୁ ବିମାନବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।
- ଟ୍ରଲି ନେଇ ଯାଇଥିବା ଯାତ୍ରୀଙ୍କୁ ଅନୁମତି ମିଳିବ ନାହିଁ । କେବଳ କିଛି ଯାତ୍ରୀଙ୍କୁ ଅନୁରୋଧ କ୍ରମେ ଅନୁମତି ମିଳିବ ।
- ଟର୍ମିନାଲରେ ପ୍ରବେଶ ପୂର୍ବରୁ ବ୍ୟାଗେଜ୍ ଗୁଡିକୁ ସାନିଟାଇଜ କରାଯିବ ।
- ଟଚ୍ ପଏଣ୍ଟରେ କର୍ମଚାରୀମାନେ କାଉଣ୍ଟର ପଛରେ ଫେସ ସିଲ୍ଡ ପିନ୍ଧିବା କିମ୍ବା କାଉଣ୍ଟରରେ ଗ୍ଲାସ୍ ପଛରେ ରହି କାର୍ଯ୍ୟ କରିବେ ।
- ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ଆଦର୍ଶ ବିଷୟରେ କ୍ରମାଗତ ଘୋଷଣା କରାଯିବ ।
- ସମସ୍ତ ବିମାନବନ୍ଦର କର୍ମଚାରୀ ଏବଂ ଯାତ୍ରୀଙ୍କୁ PPE ଏବଂ ହ୍ୟାଣ୍ଡ ସାନିଟାଇଜର ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଛି ।