ହାଇଦ୍ରାବାଦ: ଇତିହାସରେ ପ୍ରଥମ ଥର ପାଇଁ ହୃତପିଣ୍ଡ ନେଇ ଟ୍ରାକରେ ଗଡିଥିଲା ହାଇଦ୍ରାବାଦ ମେଟ୍ରୋ । ହାର୍ଟ ଟ୍ରାନ୍ସପୋର୍ଟ ପାଇଁ ହାଇଦ୍ରାବାଦ ମେଟ୍ରୋକୁ 21 କିଲୋମିଟର ପର୍ଯ୍ୟନ୍ତ କରାଯାଇଲା ଗ୍ରୀନ କରିଡର । ଆଉ ଏହାର ଦିନକ ପରେ ହାଇଦ୍ରାବାଦ ମେଟ୍ରୋ ହାର୍ଟ ଟ୍ରାନ୍ସପାଣ୍ଟ ପାଇଁ ଆରମ୍ଭ କରିଛି ସ୍ବତନ୍ତ୍ର ଟ୍ରେନ ସେବା । ଯେଉଁଥିରେ କେବଳ ଜରୁରୀକାଳିନ ମେଡିକାଲ ସେବା ଯୋଗାଇଦିଆଯିବ । ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ଆଉ ଏକ ପ୍ରୟାସ କରିଛି ହାଇଦ୍ରାବଦ ମେଟ୍ରୋ । ଯାହାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।
-
Kudos to Hyderabad Metro Rail for making every heartbeat matter.
— Hardeep Singh Puri (@HardeepSPuri) February 2, 2021 " class="align-text-top noRightClick twitterSection" data="
In a first, a special passenger-free green corridor enabled a train to cover 21 kms in 30 mts to transport a live heart between two hospitals to save a precious human life.@hmrgov
https://t.co/PwYhBjpUp1
">Kudos to Hyderabad Metro Rail for making every heartbeat matter.
— Hardeep Singh Puri (@HardeepSPuri) February 2, 2021
In a first, a special passenger-free green corridor enabled a train to cover 21 kms in 30 mts to transport a live heart between two hospitals to save a precious human life.@hmrgov
https://t.co/PwYhBjpUp1Kudos to Hyderabad Metro Rail for making every heartbeat matter.
— Hardeep Singh Puri (@HardeepSPuri) February 2, 2021
In a first, a special passenger-free green corridor enabled a train to cover 21 kms in 30 mts to transport a live heart between two hospitals to save a precious human life.@hmrgov
https://t.co/PwYhBjpUp1
ସୂଚନାଯୋଗ୍ୟ, ଗତକାଲି (ମଙ୍ଗଳବାର) ହାଇଦ୍ରାବାଦ ଏଲବିନଗର ସ୍ଥିତ କାମିନେନୀ ହସ୍ପିଟାଲରେ ଚିକିତ୍ସିତ ତେଲେଙ୍ଗାନା ନାଲଗୋଣ୍ଡା ଜିଲ୍ଲାର 45 ବର୍ଷୀୟ ନର୍ସି ରେଡ୍ଡୀଙ୍କୁ ବ୍ରେନଡେଡ ଘୋଷଣା କରାଯାଇଥିଲା । ଅଙ୍ଗଦାନ ପାଇଁ ଆଗେଇ ଆସିଥିଲେ ନର୍ସିଙ୍କ ପରିବାର ଲୋକେ । ଏହାପରେ ତାଙ୍କ ଶରୀରର ହୃତପିଣ୍ଡକୁ ଜୁବଲି ହିଲ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିବାକୁ ଆରମ୍ଭ ହୋଇଥିଲା ମିଶନ୍ ।
ସଡକ ମାର୍ଗରେ 20 କିଲୋମିଟର ଏହି ରାସ୍ତା ଦେଇ ଗଲେ ଲାଗିଥାଏ ଘଣ୍ଟାଏ ସମୟ । ଏଥିପାଇଁ ନାଗୋଲ ମେଟ୍ରୋ ଷ୍ଟେସନରୁ ଜୁବଲିହିଲ ଚେକପୋଷ୍ଟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମେଟ୍ରୋଲାଇନକୁ କରାଯାଇଥିଲା ଗ୍ରୀନ କରିଡର । ନାଗୋଲ ମେଟ୍ରୋ ଷ୍ଟେସନରୁ ଜୁବଲିହିଲ 21 କିଲୋମିଟରର ଯାତ୍ରା ପାଇଁ ଟ୍ରେନକୁ ଲାଗିଥିଲା ମାତ୍ର 30 ମିନିଟ ସମୟ । ଆଉ ଶେଷରେ ଡାକ୍ତରୀ ଟିମ ହାର୍ଟ ନେଇ ସଫଳତାର ସହ ପ୍ରତିରୋପଣ କରିଥିଲେ। ଦେଶରେ ପ୍ରଥମ ଥର ପାଇଁ ମେଟ୍ରୋ ଟ୍ରେନରେ ଏପରି ସୁବିଧା ଉପଲବ୍ଧ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ