ETV Bharat / bharat

ଭାରତ ଆମ ପଦ୍ଧତି ଆପଣାଇ ଗରିବଙ୍କୁ ଟଙ୍କା ପଠାଉ: ଇମ୍ରାନ ଖାନ - ଭାରତ ପାକିସ୍ତାନର ରଣନୀତି ଆପଣେଇ ଗରିବଙ୍କୁ ସାହାଯ୍ୟ କରନ୍ତୁ

କୋରୋନା ଭାଇରସ ସଙ୍କଟ ମଧ୍ୟରେ ସଂଘର୍ଷ କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ଏକ ଟ୍ବିଟ କରିଛନ୍ତି । ଏକ ରିପୋର୍ଟର ଦାବି କରି ସେ ଲେଖିଛନ୍ତି, ଯଦି ଆସନ୍ତା ସପ୍ତାହରେ ଭାରତର 34 ପ୍ରତିଶତ ପରିବାର ଆର୍ଥିକ ସହାୟତା ନ ପାଆନ୍ତି, ତେବେ ଦେଶରେ ସଙ୍କଟ ଦେଖାଦେବ।

imran khan
ଇମ୍ରାନ ଖାନ୍
author img

By

Published : Jun 11, 2020, 9:18 PM IST

ଲାହୋର: କୋରୋନା ଭାଇରସ ସଙ୍କଟ ମଧ୍ୟରେ ସଂଘର୍ଷ କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ଏକ ଟ୍ବିଟ କରିଛନ୍ତି । ଏକ ରିପୋର୍ଟର ଦାବି କରି ସେ ଲେଖିଛନ୍ତି, ଯଦି ଆସନ୍ତା ସପ୍ତାହରେ ଭାରତର 34 ପ୍ରତିଶତ ପରିବାର ଆର୍ଥିକ ସହାୟତା ନ ପାଆନ୍ତି, ତେବେ ସଙ୍କଟ ଦେଖାଦେବ । ଏଭଳି କଠିନ ସମୟରେ ଆମେ ଭାରତକୁ ସାହାଯ୍ୟ କରିବାକୁ ଚାହୁଁଛୁ ।

ଇମ୍ରାନ ଖାନଙ୍କ ରିପୋର୍ଟ ଅନୁଯାୟୀ, ଭାରତର 34 ପ୍ରତିଶତ ପରିବାର, ଯଦି ଆସନ୍ତା ଏକ ସପ୍ତାହ ମଧ୍ୟରେ ଆର୍ଥିକ ସହାୟତା ନ ପାଆନ୍ତି, ତେବେ ସେମାନେ ବଞ୍ଚି ପାରିବେ ନାହିଁ । ଏହି ଲୋକମାନଙ୍କୁ ସିଧାସଳଖ ନଗଦ କିପରି ସ୍ଥାନାନ୍ତର କରାଯିବ ମୁଁ ଏହି ପ୍ରସଙ୍ଗରେ ଭାରତକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ।

ସେ ଦାବି କରିଛନ୍ତି ଯେ ତାଙ୍କ କୌଶଳକୁ ସାରା ବିଶ୍ବ ପ୍ରଶଂସା କରୁଛି । ଆମ ସରକାର 9 ସପ୍ତାହ ମଧ୍ୟରେ ଏକ କୋଟି ପରିବାରକୁ 120 ବିଲିୟନ ଟଙ୍କା ଟ୍ରାନ୍ସଫର କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ କୋରୋନା ସଙ୍କଟ ମଧ୍ୟରେ ତାଙ୍କ ସରକାର ଗରିବ ଲୋକଙ୍କୁ ସାହାଯ୍ୟ କରିଛନ୍ତି ।

ତେବେ ଇମ୍ରାନ ଖାନଙ୍କ ଏହି ପ୍ରସ୍ତାବକୁ ଭାରତ ସରକାର ପସନ୍ଦ କରୁନାହାଁନ୍ତି । ତାଙ୍କ ଟ୍ବିଟର ଜବାବରେ ଲୋକମାନେ ପାକିସ୍ତାନର ବର୍ତ୍ତମାନର ଆର୍ଥିକ ସ୍ଥିତି ଓ କୋରୋନା ସଙ୍କଟକୁ କିପରି ମୁକାବିଲା କରିବେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ଅନେକ ଲୋକ ଏହାକୁ ପାକିସ୍ତାନର ଦୋମୁହାଁ ନୀତି ବୋଲି ବର୍ଣ୍ଣନା କରିଛନ୍ତି ।

ପ୍ରକାଶଥାଉକି, ପାକିସ୍ତାନ ନିଜେ ଅର୍ଥନୈତିକ ଓ କୋରୋନା ସଙ୍କଟ ସହ ସଂଘର୍ଷ କରୁଛି । ଅତୀତରେ ଇମ୍ରାନ ଖାନ ନିଜେ ତାଙ୍କ ଭାଷଣରେ କହିଥିଲେ ଯେ ଆମେ ଦେଶକୁ ଦୀର୍ଘ ସମୟ ଧରି ଲକଡାଉନ୍ କରିପାରିବୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.