ETV Bharat / bharat

ବେଙ୍ଗାଲୁର ହିଂସା; ଡିଜେ ହାଲି ଓ କେଜି ହାଲି ଅଞ୍ଚଳରେ ଧାରା 144 ବଳବତ୍ତର

author img

By

Published : Aug 16, 2020, 10:10 AM IST

Updated : Aug 16, 2020, 12:23 PM IST

କର୍ଣ୍ଣାଟକରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଚକୁ ନେଇ ହିଂସା ଘଟଣା ଥମିବାର ନାଁ ନେଉନି। ଏହି ମାମଲାରେ ଡିଜେ ହାଲୀ ଏବଂ କେ.ଜି ହଲି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଅଞ୍ଚଳରେ ଧାରା 144ର ଲାଗୁ ଅବଦ୍ଧିକୁ 18 ଅଗଷ୍ଟ ସକାଳ 6ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ବେଙ୍ଗାଲୁର ହିଂସା; ଡିଜେ ହାଲି ଓ କେଜି ହାଲି ଅଞ୍ଚଳରେ ବଢିଲା ଧାରା 144

ବେଙ୍ଗାଲୁର: କର୍ଣ୍ଣାଟକରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଚକୁ ନେଇ ହିଂସା ଘଟଣା ଥମିବାର ନାଁ ନେଉନି। ଏହି ମାମଲାରେ ଡିଜେ ହାଲି ଏବଂ କେ.ଜି ହଲି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଅଞ୍ଚଳରେ ଧାରା 144ର ଲାଗୁ ଅବଦ୍ଧିକୁ 18 ଅଗଷ୍ଟ ସକାଳ 6ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏହାସହ ହିଂସା ଘଟଣାରେ ପୁଣି 35 ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁର ପୋଲିସ। ସର୍ବମୋଟ ଗିରଫ ସଂଖ୍ୟା 340କୁ ବୃଦ୍ଧି ପାଇଛି। ଏହି ଘଟଣାରେ ପୋଲିସ ଗୁଳିରେ 4 ଜଣ ଉପଦ୍ରବକାରୀଙ୍କ ମୃତ୍ୟୁ ହୋଇଛି।

ତେବେ ଘଟଣାକୁ ନେଇ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତି ଏକ ମାମଲା ଦାୟର କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଅଗଷ୍ଟ 11 ତାରିଖରେ ପାଖାପାଖି 2000 ରୁ 3000 ଲୋକ ତାଙ୍କ ଘର ଏବଂ ଯାନବାହନ ସମେତ ଅନ୍ୟାନ୍ୟ ସମ୍ପତ୍ତିରେ ନିଆଁ ଲଗାଇ ଦେଇଛନ୍ତି। ଉପଦ୍ରବୀଙ୍କ ଆକ୍ରମଣରେ ପାଖାପାଖି 3 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବିଧାୟକ କହିଛନ୍ତି ।

ବେଙ୍ଗାଲୁରୁ ହିଂସା ଘଟଣାରେ ବର୍ତ୍ତମାନ ସୁଦ୍ଧା 11ଟି ମାମଲା ରୁଜୁ ହୋଇସାରିଛି । ତେବେ ଏଥିମଧ୍ୟକୁ 7ଟି ମାମଲା କେବଳ ଡିଜେ ହାଲ୍ଲି ପୋଲିସ ଷ୍ଟେସନରେ ରୁଜୁ ହୋଇଥିବା ଜଣାପଡିଛି ।

ତେବେ ବିଧାୟକଙ୍କ ଜଣେ ସମ୍ପର୍କୀୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ଅଭିଯୋଗରେ ପ୍ରଦର୍ଶନକାରୀ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି। ଏହି ସଂଘର୍ଷରେ ଅତିରିକ୍ତ ପୋଲିସ କମିଶନରଙ୍କ ସମେତ ପ୍ରାୟ 60 ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

Last Updated : Aug 16, 2020, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.