ETV Bharat / bharat

ହରିୟାଣା ରାଜନୀତିର ମୁକସାକ୍ଷୀ ପାଲଟିଛି ରାମପୁର ହାଉସ

author img

By

Published : Oct 17, 2019, 9:42 PM IST

ରାମପୁର ହାଉସ । ହରିୟାଣା ରାଜନୀତିର ମୁକସାକ୍ଷୀ । କେବଳ ମୁକସାକ୍ଷୀ ନୁହେଁ, ରାଜ୍ୟ ଇତିହାସ ଅନେକ ଘଟଣା ବହୁଳ ସ୍ମୃତିକୁ ନିଜ ଛାତିରେ ଜାବୁଡ଼ି ଧରିଛି ଏହି ବଙ୍ଗଳା । ବିଶେଷ କରି ରାଜନୀତି କ୍ଷେତ୍ରରେ ଚର୍ଚ୍ଚିତ ଥିବା ଏହି ବଙ୍ଗଳା ଏବେ ଧିରେ ଧିରେ ଇତିହାସରେ ମିଶିବାକୁ ଯାଉଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଚଣ୍ଡିଗଡ଼: ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବ ହରିୟାଣା ବିଧାନସଭା ନିର୍ବାଚନ । ଏଥିପାଇଁ ରାଜ୍ୟରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇପ଼ଡ଼ିଛି । ତେବେ ଏହି ଉଷ୍ମତା ଭିତରେ ଲୁଚି ଯାଉଛି ରାଜ୍ୟ ରାଜନୀତି ଇତିହାସର କିଛିଟା ସ୍ମୃତି ।

ଦିନ ଥିଲା ରାମପୁର ହାଉସରୁ ହରିଆଣାକୁ ଶାସନ କରାଯାଉଥିଲା । ରାଜ୍ୟର ସମସ୍ତ ନିୟମ କାନୁନ ଏହିଠାରୁ ହିଁ ଲାଗୁ କରାଯାଉଥିଲା । ଦିନ ତମାମ ଏଠାରେ ଲାଗି ରହୁଥିଲା ଗହଳ ଚହଳ । ମାତ୍ର ଏଠାରୁ ଶାସନ ଭାର ଉଠିଯିବା ପରେ ଏହା ଇତିହାସ ହେବାକୁ ବସିଛି ।

ରାଜ୍ୟର ଅହରିଓ୍ବାଲ ଅଞ୍ଚଳରେ ରହିଛି ଏହି ହାଉସ । ପାରିବାରିକ ରାଜନୈତିକ କାରଣରୁ ଏହି ହାଉସ ଏବେ ତିନି ଭାଗରେ ବିଭକ୍ତ ହୋଇଛି । ତେବେ ଏହି ରାମପୁର ହାଉସର କାହାଣୀ ରାଓ ବିରେନ୍ଦ୍ର ସିଂଙ୍କ ସହିତ ବେଶ ଜଡ଼ିତ ରହିଛି । ବିରେନ୍ଦ୍ର ସିଂହ ରେଓ୍ବାଡ଼ି ଅଞ୍ଚଳର ହୋଇଥିଲେ ମଧ୍ୟ ଅହରିଓ୍ବାଲରେ ବସବାସ କରୁଥିଲେ । ତେବେ ହରିୟାଣାରେ ବିରେନ୍ଦ୍ରଙ୍କ ରାଜନୈତିକ ପୃଷ୍ଠଭୂମି ବେଶ ମଜବୁତ ରହିଛି ।

ବିରେନ୍ଦ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ତୁଲାଇ ସାରିଛନ୍ତି । ଏପରିକି ସେ ଏମଏଲସି ଓ ମନ୍ତ୍ରୀ ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି । ଏହା ସହିତ ସେ ଅହରିଓ୍ବାଲର ରାଜା ବୋଲି ଜଣାଯାଇଥାନ୍ତି । ତେବେ ବିରେନ୍ଦ୍ର ଏହି ରାମପୁର ହାଉସରୁ ହିଁ ତାଙ୍କର ଶାସନ କାର୍ଯ୍ୟ ଚଳାଇଥାନ୍ତି । ତେବେ ବିରେନ୍ଦ୍ରଙ୍କ ତିନି ପୁଅ ମଧ୍ୟ ପରବର୍ତ୍ତୀ ସମୟରେ ରାଜନୀତିରେ ପ୍ରବେଶ କରିଥିଲେ । ବଡ଼ ପୁଅ ରାଓ ଇନ୍ଦ୍ରଜିତ ବିଜେପିରୁ ଲଢୁଥିବା ବେଳେ ମଝିଆ ପୁଅ ଅଜିତ ସିଂ ଓ ସାନ ପୁଆ ୟଦୁବେନ୍ଦ୍ର ସିଂ କଂଗ୍ରେସ ଯୋଗ ଦେଇଥିଲେ ।

ଏହି ରାମପୁର ହାଉସ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅହରିଓ୍ବାଲର ରାଜା ରାଓ ବିରେନ୍ଦ୍ରଙ୍କ ସରକାରୀ କାର୍ଯ୍ୟାଳୟ ଭାବେ ପରିଗଣିତ ହେଉଥିଲା । ଏହିଠାରୁ ହିଁ ରାଜା ବିରେନ୍ଦ୍ର ସମସ୍ତ କାର୍ଯ୍ୟର ତଦାରଖ କରିବା ସହିତ ଶାସନ କାର୍ଯ୍ୟ ମଧ୍ୟ ତୁଲାଉଥିଲେ । ମାତ୍ର ତାଙ୍କର ପରବର୍ତ୍ତି ପିଢୀ ପାରିବାରିକ ସମସ୍ୟା କାରଣରୁ ଏହାକୁ ତିନି ଭାଗ କରିଦେଇଥିଲେ । ବିରେନ୍ଦ୍ରଙ୍କ ବଡ଼ ପୁଅ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ ରାମପୁର ହାଉସର ଆଗରେ ଏକ ନୂଆ ଘର ତିଆରି କରିଛନ୍ତି । ସେହିପରି ତାଙ୍କର ସାନପୁଅ ମଧ୍ୟ ରାମପୁରା ହାଉସ ନିକଟରେ ନିଜର ମଧ୍ୟ ଏକ ଘର କରି ବସବାସ କରୁଛନ୍ତି । ତେବେ ବିରେନ୍ଦ୍ରଙ୍କ ତିନି ପୁଅ ଘର କରିଦେବାରୁ ରାମପୁର ହାଉସର ଚମକ ଦିନକୁ ଦିନ ହ୍ରାସ ପାଉଛି ।

ରାଓ ଇନ୍ଦ୍ରଜିତ ସିଂ
ବିରେନ୍ଦ୍ର ସିଂଙ୍କ ବଡ଼ ପୁଅ ହେଉଛି ରାଓ ଇନ୍ଦ୍ରଜିତ ସିଂ । ଇନ୍ଦ୍ରଜିତ କେନ୍ଦ୍ର ସରକାରରେ ମନ୍ତ୍ରୀପଦ ସମ୍ଭାଳୁଛନ୍ତି । ଏହା ପୂର୍ବରୁ ସେ ରାଜ୍ୟରେ ମଧ୍ୟ ମନ୍ତ୍ରୀ ପଦ ସମ୍ଭାଳି ସାରିଛନ୍ତି । ତେବେ ଇନ୍ଦ୍ରଜିତ ପୂର୍ବରୁ କଂଗ୍ରେସରେ ସାମିଲ ଥିଲେ । ମାତ୍ର ସେ ଦଳୀୟ କାର୍ଯ୍ୟରେ ସନ୍ତୁଷ୍ଟ ନ ହୋଇ ବିଜେପିରେ ସାମିଲ ହୋଇଥିଲେ । ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସେ ଦଳୀୟ ପ୍ରାର୍ଥୀ ସୁନୀଲ ମୁସେପୁର ପାଇଁ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।

ରାଓ ଅଜିତ ସିଂ
ଇନ୍ଦ୍ରଜିତଙ୍କ ସାନଭାଇ ହେଉଛନ୍ତି ଅଜିତ ସିଂ । ଅଜିତ ସିଂ କଂଗ୍ରେସରେ ସାମିଲ ଥିଲେ ମଧ୍ୟ ସେ ବର୍ତ୍ତମାନ ରାଜନୀତିରେ ସକ୍ରିୟ ନାହାନ୍ତି । ରାଜନୀତିରେ ସକ୍ରିୟ ନଥିଲେ ମଧ୍ୟ ସେ ବଡ଼ ଭାଇ ଇନ୍ଦ୍ରଜିତଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳିଥାଏ । ତେବେ ତାଙ୍କର ପୁଅ ଅର୍ଜୁନ ସିଂ କଂଗ୍ରେସରୁ ଟିକେଟ ପାଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।

ରାଓ ୟଦୁବେନ୍ଦ୍ର
ବିରେନ୍ଦ୍ର ସିଂଙ୍କ ସାନ ପୁଅ ହେଉଛନ୍ତି ବିରେନ୍ଦ୍ର ସିଂ । ୟଦୁବେନ୍ଦ୍ର ବର୍ତ୍ତମାନ କଂଗ୍ରେସରୁ ଟିକେଟ ପାଇ କୋସଲୀ ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ପୂର୍ବରୁ ସେ ହୁଡ୍ଡା ସରକାର ଅମଳରେ ଦୁଇ ଥର ବିଧାୟକ ମଧ୍ୟ ରହିସାରିଛନ୍ତି । ଏହା ସହିତ ସେ ରାମପୁର ହାଉସର ଅସଲି ହକଦାର ବୋଲି କହି ବିବାଦ ଘେରକୁ ମଧ୍ୟ ଆସି ସାରିଛନ୍ତି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.