ETV Bharat / bharat

କୋଭିଡ 19କୁ ରୋକିବା ଅର୍ଥ ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି - କୋଭିଡ 19 ମୁକାବିଲା

ଶରୀରରେ ଶକ୍ତି ସେତେବେଳେ କମିଥାଏ ଯେତେବେଳେ ଆମେ କୌଣସି ସଂକ୍ରମଣର ଶିକାର ହୋଇଥାଉ । ଏହାସହ ଲଢିବାର କ୍ଷମତା ସରିଗଲେ ଆମେ ଶିଘ୍ର ରୋଗାକ୍ରାନ୍ତ ହୋଇଥାଉ । ଅଧିକ ପଢନ୍ତୁ...

କୋଭିଡ 19କୁ ରୋକିବା ଅର୍ଥ ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି

author img

By

Published : May 9, 2020, 6:15 PM IST

ହାଇଦ୍ରାବାଦ: କୋଭିଡ 19 ମାନବ ଜାତିର ଏକ ଅଦୃଶ୍ୟ ଶତ୍ରୁ । ଯାହାକୁ ନା ଆମେ ଦେଖିପାରିବା ନା ଜାଣିପାରିବା । ଏହା କେତେବେଳେ କେଉଁ ମୂହୂର୍ତ୍ତରେ ବି ଆମକୁ ଆକ୍ରମଣ କରିପାରେ । ଏପରି ସମୟରେ ଆମକୁ ହିଁ ସତର୍କ ରହିବାକୁ ପଡିବ । ନିଜ ଶରୀରର ପ୍ରତିଷେଧକ ବ୍ୟବସ୍ଥା ବଢାଇବା ସହ ସୁସ୍ଥ ଓ ଶକ୍ତଶାଳୀ ରହିବାକୁ ହେବ ।

ସବୁଠାରୁ ବଡ କଥା ଯଦି ଏହି ଭୂତାଣୁ ଆମ ଶରୀରରେ ପ୍ରବେଶ କରେ ତେବେ ଆମେ କିପରି ଏହାକୁ ମୁକାବିଲା କରିବା । ଏଥିପାଇଁ ଆମ ଶରୀର କେତେ ପ୍ରସ୍ତୁତ । ଯଦିବି ଏହା ଆମ ଶରୀରରେ ପ୍ରବେଶ କରେ ତେବେ ଆମକୁ କାଉଣ୍ଟର ଆଟାକ୍ ହିଁ କରିବାକୁ ପଡିବ । ଏଥିପାଇଁ କେବଳ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ଛଡା ଅନ୍ୟ ଉପାୟ ନାହିଁ ବୋଲି ଆମେରିକାର ବୈଜ୍ଞାନିକ ଡା. ମାଡିପତି କ୍ରିଷ୍ଣା ରାଓ କହିଛନ୍ତି । ୱନେ ଷ୍ଟେଟ ୟୁନିଭର୍ସିଟିର ସେ ଆସୋସିଏଟ ପ୍ରଫେସର ଓ ଲିପିଡୋମିକ କୋର ଫେସିଲିଟିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରନ୍ତି । ଇଟିଭି ଭାରତ ପ୍ରତିନିଧିଙ୍କ ସହ ଟେଲିଫୋନିକ ସାକ୍ଷାତକାରରେ ସେ ଏହା ବିଷୟରେ ସମ୍ପୂର୍ଣ୍ଣ ସୂଚାନ ଦେଇଛନ୍ତି ।

ତାଙ୍କ ଅନୁସାରେ ଶରୀରରେ ଶକ୍ତି ସେତେବେଳେ କମିଥାଏ ଯେତେବେଳେ ଆମେ କୌଣସି ସଂକ୍ରମଣର ଶିକାର ହୋଇଥାଉ । ଏହାସହ ଲଢିବାର କ୍ଷମତା ସରିଗଲେ ଆମେ ଶିଘ୍ର ରୋଗାକ୍ରାନ୍ତ ହୋଇଥାଉ । ଓମେଗା 3 ଫ୍ୟାଟି ଏସିଡ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଯେତେବେଳେ ଆମ ଶରୀର କୌଣସି ରୋଗ ଦ୍ବାରା ଆକ୍ରାନ୍ତ ହୋଇଥାଏ ସେତେବେଳେ ହ୍ବାଇଟ ବ୍ଲଡ ସେଲ୍ସ ଶରୀରରେ ଥିବା ମୃତ କୋଷିକାକୁ ବାହାର କରିଥାନ୍ତି । ଏହାସହ ଅନ୍ୟ ଭୂତାଣୁ ଓ ବ୍ୟାକ୍ଟେରିଆଙ୍କୁ ମଧ୍ୟ ବାହାର କରିବାରେ ସକ୍ରିୟ ଭୂମିକା ନିଅନ୍ତି । ଏହି ବ୍ଲଡ ସେଲଗୁଡିକ ଶରୀର ଭିତରେ ବିଭିନ୍ନ କାର୍ଯ୍ୟ କରିଥାନ୍ତି ।

ତେବେ ମଣିଷ ଶରୀରରେ ପ୍ରବେଶ କରୁଥିବା କ୍ଷତିକାରକ ମାଇକ୍ରୋ ଅରଗାନିଜିମକୁ ନଷ୍ଟ କରିବାରେ ଏହି ସେଲ୍ସ ମୁଖ୍ୟ କାର୍ଯ୍ୟ କରିଥାଏ । ଓମେଗା 6 ଫ୍ୟାଟି ଏସିଡ ପ୍ରୋଷ୍ଟାଗ୍ଲାଣ୍ଡିନ୍ସ ଓ ଲିଉକୋଟ୍ରିଏନେସ ରିଲିଜ କରିଥାଏ । ଏହା ହ୍ବାଇଟ ବ୍ଲଡ ସେଲ୍ସକୁ ଆଟ୍ରାକ୍ଟ କରିଥାଏ । ଏହି ସମୟରେ ଅନ୍ୟ ଏକ ହ୍ବାଇଟ ସେଲ୍ସ ପ୍ରବେଶ କରିଥାଏ । ଏହା ପ୍ରୋଟିନ ମୋଲେକୁଲେସ ସାଇଟୋକିନ୍ସ ନିର୍ଗତ କରିଥାଏ । ଯେଉଁ ଅଂଶରେ ସମସ୍ୟା ଥାଏ ସେଠାରେ ସାଇଟୋକିନ୍ସ ମାଇକ୍ରୋବ୍ସ ତିଆରି କରିଥାଏ ଯାହାକୁ ହ୍ବାଇଟ ବ୍ଲଡ ସେଲ୍ସ ଖଣ୍ଡ ବିଖଣ୍ଡିତ କରିଥାଏ । ତେବେ ଏହି କେମିକାଲ ସବୁ ସାଧାରଣ ବ୍ଲିଚିଂ ପାଉଡର ଅପେକ୍ଷା ଅଧିକ କ୍ଷତିକାରକ ହୋଇଥାଏ ।

ଶରୀରରେ ଏହାର ମାତ୍ରା ଅଧିକ ହେଲେ ଏହାକୁ କଣ୍ଟ୍ରୋଲ କରିବା କଷ୍ଟକର ହୋଇପଡେ । ଏଥିପାଇଁ ଶରୀରରେ ହାର୍ଟ ଆଟାକ, କ୍ୟାନ୍ସର ଭଳି ରୋଗ ଦେଖାଦେଇପାରେ । କୋଭିଡ 19 ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହାକୁ ନିୟନ୍ତ୍ରଣରେ ନ ରଖିପାରିଲେ ଶରୀରରେ ହ୍ବାଇଟ ବ୍ଲଡ ସେଲ୍ସ କମିବାରେ ଲାଗିଥାଏ । ଫଳରେ ଏହି ଭୂତାଣୁ ଅଧିକ ଆକ୍ରମଣ କରିଥାଏ । ତେବେ ଯାହା କ୍ଷେତ୍ରରେ ଏହି ପ୍ରକ୍ରିୟା ଅଧିକ କାର୍ଯ୍ୟ କରେ ତାର ମୃତ୍ୟୁର ଅଧିକ ସୁଯୋଗ ଥାଏ । ଅନ୍ୟମାନେ କେବଳ ଆକ୍ରାନ୍ତ ପରେ ସୁସ୍ଥ ହୋଇପାରନ୍ତି । ଶରୀରରେ ଭୂତାଣୁ ପ୍ରବେଶ କଲେ ଏହାକୁ ହଜମ କରିଦେଇଥାଏ ହ୍ବାଇଟ ବ୍ଲଡ ସେଲ୍ସ । ଏହା ପୁଣି ପ୍ରବେଶ କଲେ ଆଣ୍ଟିବଡି ନାମକ ପ୍ରୋଟିନ ତିଆରି କରିଥାଏ । ଶରୀର ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହେଲେ ଏହାକୁ ଖୋଜି ଖୋଜି ଏହି ଆଣ୍ଟିବଡି ନଷ୍ଟ କରିଥାନ୍ତି ।

ଓମେଗା 3 ଫ୍ୟାଟି ଏସିଡ ହିଁ ଏହାକୁ ମୁକାବିଲା କରିଥାଏ । ହେଲେ ଏହା ମଣିଷର ବ୍ରେନରେ ଅଧିକ ପରିମାଣରେ ଥାଏ । ଶରୀରରେ ଏହାର ସୃଷ୍ଟି ପାଇଁ ଅଧିକ ଜାଗା ନଥାଏ । ମାଆ କ୍ଷୀର ଓ ମାଛରେ ଏହି ଏସିଡ ଅଧିକ ପରିମାଣରେ ଥାଏ । ପ୍ରତିଦିନ ଏହାକୁ ଖାଇବାରେ ଗ୍ରହଣ କରିବା ଆମ ପାଇଁ ଉପକାରୀ । ମାଛ ତେଲରେ ନିର୍ମିତ ଏକ କ୍ୟାପସୁଲ ନେବା ସହ ପ୍ରତିଦିନ ହଳଦୀ ଖାଇବା ଶରୀରକୁ ଉପଯୁକ୍ତ ଶକ୍ତି ଯୋଗାଇଥାଏ । ଅଳ୍ପ ପରିମାଣରେ ହଳଦୀ ଏବଂ ଫ୍ଲାକ୍ସ ସିଡ୍ସ ମଧ୍ୟ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଦୈନିକ ଅଧଘଣ୍ଟା ବ୍ୟାୟମ କରି ଶରୀରରୁ ଝାଳ ବାହାର କରନ୍ତୁ । ହ୍ବାଇଟ ବ୍ଲଡ ସେଲ୍ସକୁ ଆକ୍ଟିଭ ରଖିବା ପାଇଁ ନିଶ୍ବାର ପ୍ରଶ୍ବାସ ସଠିକ ଭାବେ ନେବା ଆବଶ୍ୟକ । ଜ୍ବର ନଥିଲେ ପାରାସେଟାମୋଲ କିମ୍ବା ଆସପିରିନ ଖଆନ୍ତୁ ନାହିଁ । ଏହା ସେଲ୍ସକୁ ମାନ୍ଦା କରିଦେଇଥାଏ ।

ତେବେ ପ୍ରତିଷେଧକ ବ୍ୟବସ୍ଥା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ପ୍ରବେଶ କରିବା ମାତ୍ରେ ଶରୀରରେ ହ୍ବାଇଟ ବ୍ଲଡ ସେଲ୍ସ ଆକ୍ଟିଭ ହୋଇଯାଏ ଏବଂ ସଙ୍ଗେ ସଙ୍ଗେ ଆଣ୍ଟିବଡି ସୃଷ୍ଟି କରିଥାଏ । ସମାନ ଭୂତାଣୁର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଏହି ଆଣ୍ଟିବଡି କାର୍ଯ୍ୟ କରିପାରିବ । ଏହା ପ୍ରାୟତଃ ଶରୀରରେ ମଣିଷର ମୃତ୍ୟୁ ଯାଏଁ ରହିଥାଏ । କୌଣସି ଭୂତାଣୁକୁ ଚିକିତ୍ସା କରିବା ଭଳି ଆଣ୍ଟିବଡି ଏବେ ଯାଏଁ ବାହାରିନାହିଁ । ଭ୍ୟାକସିନ୍ ଦ୍ବାରା ଏବେ କେବଳ ଶରୀରକୁ ଦୁର୍ବଳ ହେବାରୁ ରକ୍ଷା କରାଯାଇପାରୁଛି । ସମ୍ପୂର୍ଣ୍ଣ ସୁସ୍ଥ ହେବା ଭଳି ପ୍ରତିଷେଧକ ବ୍ୟବସ୍ଥା ଏବେ ସୁଦ୍ଧା ତିଆରି ହୋଇନି ।

କୋରୋନା ଭୂତାଣୁ ଶରୀରରେ ଏକ ଲାଇଭ କୋଷ ପାଇଲେ ତାହା ଦ୍ବାରା ସଂକ୍ରମିତ ହୋଇଥାଏ । ଏହାକୁ ମଣିଷର ଚର୍ମ ମଧ୍ୟ ମୁକାବିଲା କରି ପ୍ରବେଶରୁ ରକ୍ଷା କରିପାରିବ । ହେଲେ ନାକ, ପାଟି, ହାତ ଦ୍ବାରା ଏହା ପ୍ରବେଶ କଲେ ଅଟକାଇବା ମୁସ୍କିଲ ହୋଇଯିବ । ମଣିଷର ଶରୀରର ରକ୍ତ ସହ ମିଶିଗଲେ ଏହା ଅଧିକ ସଂକ୍ରମଣ ହୋଇଥାଏ । ସେଥିପାଇଁ ଆଣ୍ଟିବଡି ମଧ୍ୟ କେବଳ ସଂକ୍ରମିତ ଶରୀରରେ ହିଁ ସୃଷ୍ଟି ହୋଇଥାଏ । ତେଣୁ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଆମକୁ କେବଳ ସତର୍କ ରହିବାକୁ ପଡିବ । ଏହାସହ ସବୁ ପ୍ରକାର ସଚେତନତା ଆପଣାଇବାକୁ ହେବ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.