ETV Bharat / bharat

ଏବର୍ଷ ମୌସୁମୀ ସ୍ବାଭାବିକ, 5 ରାଜ୍ୟରେ ଘୂର୍ଣ୍ଣିଝଡ ପ୍ରଭାବ

author img

By

Published : Jun 1, 2020, 7:42 PM IST

ମୌସୁମୀ ଓ ଘୂର୍ଣ୍ଣଝଡକୁ ନେଇ ଆଜି ଆଇଏମଡି ପକ୍ଷରୁ ଡିଜି ତ୍ୟୁଞ୍ଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

IMD reported on monsoon and cyclone
ପାଣିପାଗ ବିଭାଗ ସୂଚନା ମୌସୁମୀ ବର୍ଷା

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ମୌସୁମୀ ବର୍ଷା ଓ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଗୁଚାପକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିରେ ଚଳିତ ବର୍ଷର ମୌସୁମୀ କେରଳରେ ଜୁନ ଏକ ତାରିଖରେ ଛୁଇଁଥିବା କହିଥିବା ବେଳେ ଏ ବର୍ଷ ମୌସୁମୀ ପ୍ରବେଶ ଯୋଗୁଁ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କହିଥିଲେ । ସେହିଭଳି ଚଳିତ ବର୍ଷ ମୌସୁମୀ ସମ୍ଭବତଃ ସ୍ବାଭାବିକ ରହିବ ବୋଲି ସେ କହିଥିଲେ ।

ପାଣିପାଗ ବିଭାଗ ସୂଚନା ମୌସୁମୀ ବର୍ଷା

ଅନ୍ୟପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ଘୂର୍ଣ୍ଣିଝଡରେ ସୃଷ୍ଟି ହେବ । ଯାହା ଜୁନ 3ରେ ମୁମ୍ବାଇର ଦକ୍ଷିଣ-ପଶ୍ଚିମ ଦିଗ ଓ ଗୁଜୁରାଟକୁ ଛୁଇଁବ । ଯାହାର ପ୍ରଭାବରେ ଗୁଜୁରାଟ ଓ ମହାରାଷ୍ଟ୍ର କିମ୍ବା ମହାରାଷ୍ଟ୍ରର ତଟବର୍ତ୍ତୀ ଅଞ୍ଚଳ ଯଥା, ମୁମ୍ବାଇ, ଥାନେ, ରାଏଗଡରେ ପ୍ରଭାବ ଅଧିକ ରହିବ । ଘୂର୍ଣ୍ଣିଝଡର ପ୍ରଭାବରେ ଏହି ଅଞ୍ଚଳରେ ଘଣ୍ଟାପ୍ରତି 90 କିଲୋମିଟରେ ବେଗରେ ପବନ ହେବ ବୋଲି କୁହାଯାଇଛି । ସେହିଭଳି ଲଘୁଚାପ ଓ ଘୂର୍ଣ୍ଣଝଡର ପ୍ରଭାବରେ କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜୁରାଟ ଭଳି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ସେ କହିଥିଲେ କହିଛନ୍ତି । ବାତ୍ୟା ଯେତେ ନିକଟତର ହେବ ସେ ବିଷୟରେ ଅଧିକ ସୂଚନା ମିଳିପାରିବ ବୋଲି ସେ କହିଥିଲେ ।

ବ୍ୟୁରୋ ଇଟିଭି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.