ETV Bharat / bharat

ଭୂକମ୍ପରେ ପୁଣି ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା 4.5 - Islands

ପୁଣି ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର। ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.5 ଥିବା ଜଣାପଡିଛି । ରବିବାର ସକାଳ 7.49ରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।

ଫାଇଲ ଫଟୋ
author img

By

Published : May 26, 2019, 9:33 AM IST

ନୂଆଦିଲ୍ଲୀ: ପୁଣି ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର। ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.5 ଥିବା ଜଣାପଡିଛି । ତେବେ ରବିବାର ସକାଳ 7.49 ରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ଓ ସୁନାମିର ଭୟାବହତା ବିଷୟରେ ସୂଚନା ମିଳିନାହିଁ ।

ସୂଚନା ଅନୁସାରେ, ଏହା ପୂର୍ବରୁ ଏକ ସପ୍ତାହ ମଧ୍ୟରେ ଆଣ୍ଡାମାନ ନିକୋବରରେ 2 ଥର ଭୂକମ୍ପ ଅନୁଭୂତ ହୋଇସାରିଲାଣି । ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଏହା ତୃତୀୟ ଥର ପାଇଁ ଭୂକମ୍ପର ଝଟକା ଲାଗିଛି । ତେବେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଭୂକମ୍ପ ପ୍ରବଣ ଅଞ୍ଚଳ ଭାବେ ପରିଚିତ। ପୂର୍ବରୁ ମାର୍ଚ୍ଚ 23ରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଏକ ମଧ୍ୟମ ଧରଣର ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ 5.1 ରହିଥିଲା।

ଏହାସହ ଫେବୃୟାରୀ 13ରେ 4.5 ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ତେବେ ଗତବର୍ଷ ଜୁଲାଇ 19ରେ ହୋଇଥିବା ଭୂକମ୍ପ ତୁଳନାରେ ଏସବୁର ପ୍ରଭାବ କମ ରହିଛି ବୋଲି ଜଣାପଡିଛି।

Intro:Body:

dfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.