ETV Bharat / bharat

ମାଡି ଆସୁଛି ପ୍ରବଳ ବର୍ଷା

ଉତ୍ତର ଭାରତ ବର୍ଷା ଆଉ ବନ୍ୟାରେ ଉବୁଟୁବୁ ହେଉଥିବାବେଳେ ଭାରତୀୟ ପାଣିପାଗ ବିଭାଗ ପୁଣିଥରେ ସତର୍କତା ଜାରି କରିଛି । ପ୍ରବଳ ବର୍ଷା ଓ ବଜ୍ରପାତ ସହ ପଶ୍ଚିମବଙ୍ଗ, ସିକିମ, ଓଡିଶା, କେରଳ ଓ ଝାଡଖଣ୍ଡକୁ ସତର୍କ ଘଣ୍ଟି ଶୁଣାଇଛି ଭାରତୀୟ ପାଣିପାଗ ବିଭାଗ ।

author img

By

Published : Aug 22, 2019, 12:14 PM IST

Updated : Aug 22, 2019, 1:25 PM IST

ଫଟୋ ସୌଜନ୍ୟ- ଏଏନଆଇ

ନୂଆଦିଲ୍ଲୀ: ଉତ୍ତର ଭାରତ ବର୍ଷା ଆଉ ବନ୍ୟାରେ ଉବୁଟୁବୁ ହେଉଥିବାବେଳେ ଭାରତୀୟ ପାଣିପାଗ ବିଭାଗ ପୁଣିଥରେ ସତର୍କତା ଜାରି କରିଛି । ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ବନ୍ୟା ତାର କରାଳ ରୂପ ଦେଖାଇଥିବାବେଳେ ଏବେ ବି ପରିସ୍ଥିତି ସୁଧୁରିନାହିଁ । ଅନ୍ୟପଟେ ପ୍ରବଳ ବର୍ଷା ମାଡି ଆସୁଥିବା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ସୂଚନା ଅନୁସାରେ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଆସାମରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଭାରତୀୟ ପାଣିପାଗ ବିଭାଗର କହିବାନୁସାରେ , ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ତାମିଲନାଡୁ, ପୁଦୁଚେରୀ, ଦକ୍ଷିଣ କର୍ଣ୍ଣାଟକ, ତେଲେଙ୍ଗାନା, ଲାକ୍ଷାଦ୍ବୀପ ଓ କରାଇକାଲରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଲଘୁଚାପ ଡିପ ଡିପ୍ରେସନର ରୂପ ନେବାକୁ ଥିବାବେଳେ ଏହି ବର୍ଷାର ଆଶଙ୍କା କରାଯାଇଛି । ସେହିଭଳି ପ୍ରବଳ ବର୍ଷା ଓ ବଜ୍ରପାତ ସହ ପଶ୍ଚିମବଙ୍ଗ, ସିକିମ, ଓଡିଶା, କେରଳ ଓ ଝାଡଖଣ୍ଡକୁ ସତର୍କ ଘଣ୍ଟି ଶୁଣାଇଛି ଭାରତୀୟ ପାଣିପାଗ ବିଭାଗ ।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 45ରୁ 55 କିଲୋମିଟର ରହିବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

Intro:Body:

ଉତ୍ତର ଭାରତ ବର୍ଷା ଆଉ ବନ୍ୟାରେ ଉବୁଟୁବୁ ହେଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ପୁଣିଥରେ ସତର୍କତା ଜାରି କରିଛି । ପ୍ରବଳ ବର୍ଷା ଓ ବଜ୍ରପାତ ସହ ପଶ୍ଚିମବଙ୍ଗ, ସିକିମ, ଓଡିଶା, କେରଳ ଓ ଝାଡଖଣ୍ଡକୁ ସତର୍କ ଘଣ୍ଟି ଶୁଣାଇଛି ଭାରତୀୟ ପାଣିପାଗ ବିଭାଗ ।

Conclusion:
Last Updated : Aug 22, 2019, 1:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.