ETV Bharat / bharat

6 ରାଜ୍ୟରେ ଅରେଞ୍ଜ ଆଲର୍ଟ, ଦିଲ୍ଲୀ-ୟୁପିରେ ପ୍ରବଳ ବର୍ଷା

author img

By

Published : Jul 20, 2020, 4:47 PM IST

ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ 23 ଜୁଲାଇ ସୁଦ୍ଧା ଉତ୍ତର ଭାରତର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ବିହାର ଓ ହିମାଚଳ ପ୍ରଦେଶରେ ବର୍ଷା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି।

 ଦିଲ୍ଲୀ-ୟୁପିରେ ପ୍ରବଳ ବର୍ଷା
ଦିଲ୍ଲୀ-ୟୁପିରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଉତ୍ତର ଭାରତରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ 23 ଜୁଲାଇ ସୁଦ୍ଧା ଉତ୍ତର ଭାରତର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ବିହାର ଓ ହିମାଚଳ ପ୍ରଦେଶରେ ବର୍ଷା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ଆସନ୍ତା 2 ଦିନ ମଧ୍ୟରେ ହରିୟାଣା, ପଞ୍ଜାବ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ବର୍ଷା ହେବାର ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି। ରାଜ୍ୟ ପାଣିପାଗ କେନ୍ଦ୍ର ଅନୁଯାୟୀ, ସୋମବାର ଉତ୍ତର ପଶ୍ଚିମପ୍ରଦେଶର ପୂର୍ବାଞ୍ଚଳର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଆଇଏମଡି ଅନୁଯାୟୀ ଆସନ୍ତା କିଛି ଘଣ୍ଟା ମଧ୍ୟରେ ବୁଲନ୍ଦଶହର, ଆମରୋହା, ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ, ଶାମଲି, ମେରଟ, ବିଜନୌର, ମୁରାଦାବାଦ ଓ ଉତ୍ତରପ୍ରଦେଶର ଆଖପାଖ ଅଞ୍ଚଳରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିସହିତ ହରିୟାଣାର ଜିନ୍ଦ, ଝଜ୍ଜର, ରୋହତକ, ପାନିପତ, ଭିବାନୀ ଓ ଗୁରୁଗ୍ରାମରେ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ପୂର୍ବାନୁମାନ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ଆଜି(ସୋମବାର) ମଧ୍ୟ ପାଗ ମେଘୁଆ ରହିବ। ଏଥିସହିତ ସନ୍ଧ୍ୟାରେ ବର୍ଷା ହେବାର ସମ୍ଭାବନା ରହିଛି। ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 35 ଏବଂ 26 ଡିଗ୍ରୀ ସେଲସିୟସ ହେବ ବୋଲି ଆଶା କରାଯାଉଛି । ରବିବାର ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ 10 ଟି ଘର ଜଳମଗ୍ନ ହୋଇଥିବାବେଳେ ରାଜଧାନୀର ମିଣ୍ଟୋ ବ୍ରିଜ ତଳେ ଜଳ ଭର୍ତ୍ତି ହେତୁ 56 ବର୍ଷିୟ ଡ୍ରାଇଭର ବୁଡିଯିବା କାରଣରୁ ମୃତ୍ୟୁ ବରଣ କରିଛନ୍ତି।

ବିହାରର ଅନେକ ଜିଲ୍ଲାରେ ସୋମବାର ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ 21 ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଓ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା 3 ଦିନ ମଧ୍ୟରେ ଜମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା 3 ଦିନ ମଧ୍ୟରେ ଆସାମ, ମେଘାଳୟ ଓ ବିହାରରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ କହିଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ସ୍ବଭାବିକ ତୁଳନାରେ 6 ପ୍ରତିଶତ ଅଧିକ ବର୍ଷା ହୋଇଛି, କିନ୍ତୁ ଉତ୍ତର ଭାରତରେ କମ୍ ବର୍ଷା ହୋଇଛି। ପଞ୍ଜାବ ଓ ହରିୟାଣାରେ ରବିବାର ତାପମାତ୍ରା ସ୍ବାଭାବିକ ଥିଲା। ଏହା ବ୍ୟତୀତ ଉଭୟ ରାଜ୍ୟର କେତେକ ସ୍ଥାନରେ ବର୍ଷା ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ଅନୁଯାୟୀ, 2 ରାଜ୍ୟର ସାଧାରଣ ରାଜଧାନୀ ଚଣ୍ଡିଗଡରେ ରବିବାର ସର୍ବାଧିକ ତାପମାତ୍ରା 34.5ସେଲସିୟସ ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା 2 ଦିନ ପାଇଁ ଉଭୟ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.