ETV Bharat / bharat

ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ ଆଇଏମସିଟି ଟିମ୍ - ଅମ୍ଫାନ

ବାତ୍ୟା 'ଆମ୍ଫାନ୍' ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ଗସ୍ତ ପାଇଁ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗଠନ କରିଛନ୍ତି । ଏହି ଗସ୍ତ ସମୟରେ ରାଜ୍ୟ ସେମାନଙ୍କୁ ରାଜ୍ୟ ଅତିଥି ଶ୍ରେଣୀଭୁକ୍ତ କରିଛି।

_imct
ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ ଆଇଏମସିଟି ଟିମ୍
author img

By

Published : Jun 4, 2020, 1:21 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନର କ୍ଷୟକ୍ଷତି ପାଇଁ ଏକ ଟିମ ଗଠନ କଲେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ବାତ୍ୟା 'ଆମ୍ଫାନ୍' ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ଗସ୍ତ ପାଇଁ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗଠନ କରିଛନ୍ତି । ଏହି ଗସ୍ତ ସମୟରେ ରାଜ୍ୟ ସେମାନଙ୍କୁ ରାଜ୍ୟ ଅତିଥି ଶ୍ରେଣୀଭୁକ୍ତ କରିଛି।

ଏହି ଟିମରେ ଯୁଗ୍ମ ସଚିବ ଏମଏଚଏ ଅନୁଜ ଶର୍ମାଙ୍କ ନେତୃତ୍ୱରେ 7 ଜଣ ସଦସ୍ୟ ରହିବେ। ଅନ୍ୟ ଅଧିକାରୀମାନେ ଜଳ ଶକ୍ତି ମନ୍ତ୍ରଣାଳୟ, ଶକ୍ତି ମନ୍ତ୍ରଣାଳୟ, ସଡକ ଏବଂ ରାଜପଥ, ମତ୍ସ୍ୟ ବିଭାଗରୁ ରହିବେ।

ଏହି ଦଳ ପଶ୍ଚିମବଙ୍ଗରେ ଗୁରୁବାର ପହଞ୍ଚିବ । ଏଥିସହ ଏହି ଦଳ ଦୁଇ ଦିନିଆ ଗସ୍ତ ସମୟରେ ଦକ୍ଷିଣ ଏବଂ ଉତ୍ତର 24 ପରଗାନା ପରିଦର୍ଶନ କରିବ । ଏଥିସହ ପାଞ୍ଚ ଜଣିଆ ଆଇଏମସିଟି ସଦସ୍ୟ ଓଡିଶାରେ ବାତ୍ୟା ଆମ୍ଫାନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଗତ ବୁଧବାର ଭୁବନେଶ୍ୱରରେ ପହଞ୍ଚିଥିଲେ ।

ପ୍ରକାଶ ଥାଉକି, ମେ 20 ରେ ବାତ୍ୟା ଆମ୍ଫାନ୍ ଓଡିଶା ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିଥିଲା। ଏଥିରେ ପଶ୍ଚିମବଙ୍ଗର ବହୁ କ୍ଷୟକ୍ଷତି ଘଟିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.